Latest

ଅଗଷ୍ଟରେ ଆସିପାରେ କରୋନାର ତୃତୀୟ ଲହର

Posted on

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର କବଳରୁ ଲୋକମାନେ ଠିକ୍ ଭାବେ ମୁକୁଳି ପାରି ନଥିବା ବେଳେ ଏବେ ତୃତୀୟ ୱେଭ ସମସ୍ତଙ୍କୁ ଚିନ୍ତାରେ ପକାଇଛି। କରୋନାର ସମ୍ଭାବ୍ୟ ତୃତୀୟ ଲହର ଆସନ୍ତା ମାସ ବା ଅଗଷ୍ଟରେ ଦେଶକୁ ହିଟ କରିବ ବୋଲି ଏସ୍ବିଆଇର ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି।
ଅଗଷ୍ଟରେ ଦେଶରେ କାୟା ବିସ୍ତାର କରିବାକୁ ଥିଲେ ହେଁ ତୃତୀୟ ୱେଭର ସର୍ବୋଚ୍ଚ ଗତି ସେପ୍ଟେମ୍ବର ମାସରେ ହିଁ ଦେଖିବାକୁ ମିଳିବ ବୋଲି ଏହି ରିପୋର୍ଟରେ କୁହାଯାଇଛି। Covid-19: The race to finishing line ନାଁରେ ଏସ୍ବିଆଇ ପ୍ରକାଶ କରିଥିବା ରିପୋର୍ଟରେ କରୋନାର ଦ୍ୱିତୀୟ ୱେଭ ସମ୍ପର୍କରେ ମଧ୍ୟ କୁହାଯାଇଛି।
କରୋନାର ଦ୍ୱିତୀୟ ଲହର ଏପ୍ରିଲରେ ଦେଶରେ ପ୍ରବେଶ କରିଥିଲା ଓ ମେ’ ୭ରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା। ଦିଲ୍ଲୀ ଠାରୁ ପଲ୍ଲୀ ଯାଏ ସବୁଆଡ଼େ କରୋନାର ଦ୍ୱିତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିଥିଲା। ବର୍ତ୍ତମାନର ତଥ୍ୟକୁ ଆକଳନ କଲେ ଜଣାପଡ଼ୁଛି ଯେ ଜୁଲାଇ ୨ ସପ୍ତାହ ବେଳକୁ ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ପାଖରେ ରହିଥିବ। ତେବେ ଅଗଷ୍ଟ ଦ୍ୱିତୀୟ ସପ୍ତାହରୁ ପୁଣି ଏହା ବଢ଼ିବାର ଆଶଙ୍କା ରହିଛି।
କିଛି ଦିନ ଧୀରେଧୀରେ ସଂଖ୍ୟା ବଢ଼ିବା ପରେ ସେପ୍ଟେମ୍ବର ମାସରେ ତୃତୀୟ ୱେଭ ତା’ର ସର୍ବୋଚ୍ଚ ଗତି ଦେଖାଇବ। ଏହି ସମୟରେ ଦୈନିକ ୨ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇପାରନ୍ତି ବୋଲି ଏହି ରିପୋର୍ଟରେ କୁହାଯାଇଛି।
ସୂଚନାଯୋଗ୍ୟ, ଦେଶରେ ଏବେ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୩୯, ୭୯୬ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ ୭୨୩ ଜଣଙ୍କ ମୃତ୍ୟୁ ଘଟିଛି। ଦିନକରେ ୪୨,୩୫୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version