Latest

ଦୁଇ ବର୍ଷର ଶିଶୁ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପାଇଲା ସ୍ଥାନ

Posted on

ଉମରକୋଟ (ଓଡ଼ିଶା ୱେୟାର) : କୁନି ଝିଅଟିର ବୟସ ମାତ୍ର ଦୁଇ ବର୍ଷ। ଠିକ୍ ଭାବେ କଥା କହି ପାରୁନଥିବା ଏହି ଝିଅଟି ଅସାଧାରଣ ପ୍ରତିଭାର ଅଧିକାରୀ। ଯେକୌଣସି ବସ୍ତୁ, ରଙ୍ଗ, ଆକାର, ଜୀବ ଜନ୍ତୁ, ପଶୁପକ୍ଷୀ, ପଶୁ ପକ୍ଷୀଙ୍କ ଶବ୍ଦ, ବିପରୀତ ଶବ୍ଦ, ଗୀତ ଏବଂ ଭଜନ ଇତ୍ୟାଦିକୁ ଅତି ର୍ନିଭୁଲ ଭାବରେ କହି ପାରନ୍ତି ଦୁଇ ବର୍ଷର କୁନି ଝିଅ ସମ୍ପୂର୍ଣ୍ଣା। ନାଁ ଯେମିତି ସମ୍ପୂର୍ଣ୍ଣା ଗୁଣରେ ବି ସେମିତି ସମ୍ପୂର୍ଣ୍ଣା।
ସଂପୂର୍ଣା ହେଲେ ଉମରକୋଟ ଗୁଳିପାଟଣା ସ୍ଥିତ ପୂର୍ଣ୍ଣିମା ପଟନାୟକ ଓ ସମୀର ଗନ୍ତାୟତଙ୍କ ଏକ ମାତ୍ର ଝିଅ। ଦେଖନ୍ତୁ କିଭଳି ଭାବରେ ର୍ନିଭୁଲ ଭାବରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନର ଉତ୍ତର ଅତି ନିର୍ଭୁଲ ଭାବେ ଦେଇ ଚାଲିଛନ୍ତି । ପିଲାଟି ଦିନରୁ ସମ୍ପୂର୍ଣ୍ଣାଙ୍କର ସ୍ମରଣ ଶକ୍ତି ଏତେ ତୀକ୍ଷ୍ଣ ଯେ ଏକ ବର୍ଷ ବୟସରୁ ପାଠ ସମ୍‌ୱନ୍ଧୀୟ ଯେ କୌଣସି ପ୍ରଶ୍ନର ଉତ୍ତର ସଙ୍ଗେ ସଙ୍ଗେ ଦେଇ ପାରୁଥିଲେ। ଏହାକୁ ଦେଖି ମା ବାପା ଝିଅଟିକୁ ଆଗ୍ରହର ସହ ଅନେକ ବିଷୟରେ ଜ୍ଞାନ ଦେଲେ, ତାକୁ ବି ଚଟାପଟ୍ ଗ୍ରହଣ କଲା ସମ୍ପୂର୍ଣ୍ଣା। ଯାହାର ସଫଳ ରୂପାୟନ ଭାବରେ ଆଜି ସଂପୂର୍ଣ୍ଣା “ଇଣ୍ଡିଆ ବୁକ ଅଫ ରେକର୍ଡ ” ରେ ସ୍ଥାନ ପାଇଛନ୍ତି।
ଦିଲ୍ଲୀରେ ହେଉଥିବା ଇଣ୍ଡିଆ ବୁକ୍ ଅଫ୍ ରେକର୍ଡର ଏକ ପ୍ରତିଯୋଗିତା ସର୍ମ୍ପକରେ ବାପା ସମୀର ଅନଲାଇନରୁ ଜାଣି ପାରିଥିଲେ ଓ ଝିଅକୁ ଏହି ଅନୁଷ୍ଠାନରେ ଭାଗ ନେବା ପାଇଁ ୨୦୨୧ ମସିହା ଜୁନ ୧୦ ତାରିଖରେ ଆବେଦନ କରିଥିଲେ। ଯାହାପରେ, ଅନୁଷ୍ଠାନ ପକ୍ଷରୁ ଶିଶୁଟିର ସମସ୍ତ କାର‌୍ୟ୍ୟ କଳାପ ସମ୍ବନ୍ଧୀୟ ତଥ୍ୟ ମଗା ଯାଇଥିଲା । ସଂପୂର୍ଣାଙ୍କ ବାପା ଝିଅର ଡେଲି ଲାଇଫ୍ ସମ୍ପର୍କିତ ୨୦ଟି ଭିଡିଓ ପଠାଇ ଥିଲେ। ଯାହାକୁ ଦେଖିବା ପରେ ଅନୁଷ୍ଠାନ ପକ୍ଷରୁ ଭିଡିଓ କଲ୍ ମାଧ୍ୟମରେ ଶିଶୁଟିକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିଥିଲେ। ଏବଂ ଝିଅଟି ମଧ୍ୟ ସମସ୍ତ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରିଥିଲେ। ସେଥି ମଧ୍ୟରୁ ୪୬ ଟି ପଶୁଙ୍କ ନାମ,୨୦ ଟି ପକ୍ଷୀଙ୍କ ନାମ,୧୮ଟି ପନିପରିବାର ନାମ,୧୮ ଟି ଫୁଲର ନାମ,୧୭ ଟି ଫଳର ନାମ,୧୧ ଟି ରଙ୍ଗ,୧୧ ଟି ଆକାର, ୬ ଟି କୀଟ ପତଙ୍ଗ, ୮ ଖାଦ୍ୟ ପଦାର୍ଥର ନାମ ଇତ୍ୟାଦି ପ୍ରଶ୍ନ କରାଯାଇଥିଲା। ଯାହାପରେ ସମ୍ପୂର୍ଣ୍ଣାଙ୍କର ନାମ “ଇଣ୍ଡିଆ ବୁକ ଅଫ୍ ରେକର୍ଡ ” ରେ ସ୍ଥାନ ପାଇଛି।
ଅନୁଷ୍ଠାନ ପକ୍ଷରୁ ଗତ ଜୁନ୍ ୩୦ ରେ ପରିବାର ଲୋକଙ୍କୁ ସୂଚନା ଦିଆ ଯାଇଥିଲା ଏବଂ ସଫଳତା ସମ୍ବନ୍ଧୀୟ ସମସ୍ତ କାଗଜ ପତ୍ର ପୋଷ୍ଟାଲ ମାଧ୍ୟମରେ ଘରେ ପହଞ୍ଚିଥିଲା । ଏତେ କମ୍ ବୟସରେ ସଂପୂର୍ଣ୍ଣାଙ୍କ ବଡ ସଫଳତାରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ଝିଅର ସଫଳତା ପାଇଁ ମୁଖ୍ୟତଃ ପରିବାରର ବୟଜ୍ୟେଷ୍ଠଙ୍କ ଆଶୀର୍ବାଦ ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମାଆ ପୂର୍ଣ୍ଣିମା ଓ ବାପା ସମୀର କହିଛନ୍ତି। ଦର୍ଶକବନ୍ଧୁ ସମ୍ପୂର୍ଣ୍ଣା ମାତ୍ର ଦୁଇ ବର୍ଷରେ ଏପରି ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ଅନ୍ୟ ପିଲାଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version