Latest

ସେଲଫି ନେବା ବେଳେ ନଦୀକୁ ଖସି ପଡ଼ିଲେ ଯୁବକ

Posted on

ରାୟଗଡ଼ା(ଓଡ଼ିଶା ୱେୟାର): ସେଲଫି ହେଲା କାଳ । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନିଖୋଜ ଯୁବକଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ବିଲାଲ ରାୟଗଡ଼ାରେ ରହି ଫେରିବାଲା ଭାବେ ଜିନିଷ ପତ୍ର ବିକ୍ରି କରୁଥିଲେ ।

ରବିବାର ବିଲାଲ ନିଜ ସାଙ୍ଗମାନଙ୍କ ସହିତ ନାଗାବଳୀ ଝୁଲାପୋଲ ନିକଟକୁ ବୁଲିବାକୁ ଯାଇଥିଲେ । ହେଲେ ସେଲଫି ନେବାବେଳେ ବିଲାଲ ହଠାତ୍‌ ପାଣି ଭିତରକୁ ଖସି ପଡ଼ି ନିଖୋଜ ହୋଇ ଯାଇଥିଲେ । ଏ ନେଇ ତାଙ୍କ ସହଯୋଗୀମାନେ ରାୟଗଡା ଥାନାରେ ଏତଲା ଦେବା ପରେ ଆଜି ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି । ନିଖୋଜ ଯୁବକଙ୍କ ପତ୍ତା ମିଲିନି ।

ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୮,୩୬୬ କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦,୧୫,୦୧୮ ଜଣ ସୁସ୍ଥ ହୋଇସାରିଥିବା ବେଳେ ୫୦୭୫ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିଭଳି କରୋନାରେ ପ୍ରାଣ ହରାଇଥିବା ଆଉ ୬ଜଣଙ୍କ ସଂପର୍କରେ ସରକାର ସୂଚନା ଦେଇଛନ୍ତି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୨୦କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ୫ ଜଣ ଆକ୍ରାନ୍ତ ଆଖି ବୁଜିଥିବା ବେଳେ କଟକରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version