Latest

ଯୁବକଙ୍କ ତଣ୍ଟିକାଟି ହତ୍ୟା ଅଭିଯୋଗ

Posted on

ବରଗଡ଼ (ଓଡ଼ିଶା ୱେୟାର) : ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି ଖେଳପଡ଼ିଆରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ହେଲେ ମହମ୍ମଦ କାସିମ। ମୃତଦେହ ନିକଟରେ ତାଙ୍କ ବାଇକ୍‌ ପଡ଼ିଥିଲା।

ମିଳିଥିବା ସୂଚନା ଅନୁସାରେ, ମହମ୍ମଦ ବରଗଡ଼ ଡେମକଲୋନୀ ନିକଟସ୍ଥ ଲେଦ ଗେରେଜରେ କାମ କରନ୍ତି। ସବୁଦିନ ପରି କାଲି ମଧ୍ୟ ସେ କାମ କରିବାକୁ ଯାଇଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ। ହେଲେ ତାଙ୍କୁ ପାଇନଥିଲେ। ଆଜି ସକାଳେ ମହମ୍ମଦଙ୍କ ମୃତଦେହ ଅମ୍ବାପାଲି ଖେଳପଡ଼ିଆରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ।

ଏନେଇ ପରିବାର ଲୋକ ଓ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ମହମ୍ମଦଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ମହମ୍ମଦଙ୍କର କାହା ସହିତ ପୂର୍ବ ଶତ୍ରୁତା ନଥିବା ପରିବାର ଲୋକେ କହିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version