Latest

ଶରଧାବାଲିରେ ଲାଗିଲା ୩ ରଥ

Posted on

ପୁରୀ, ଓଡ଼ିଶା ୱେୟାର):
ଶରଧାବାଲିରେ ଲାଗିଲା ତିନି ଠାକୁରଙ୍କ ରଥ। ପ୍ରଥମେ ତାଳଧ୍ୱଜ, ତା’ ପରେ ଦର୍ପଦଳନ ଓ ଶେଷରେ ନନ୍ଦିଘୋଷ ରଥ ପହଞ୍ଚିଛି। ଗତ ଥର ଭଳି ଏଥର ମଧ୍ୟ ବିନା ଭକ୍ତରେ ସେବାୟତ ମାନେ ତିନି ରଥ ଟାଣି ଟାଣି ଆଣି ଶରଧାବାଲିରେ ପହଞ୍ଚାଇଛନ୍ତି। ମହାପ୍ରଭୁ ଜଗନ୍ନାଥ ନବଦିନାତ୍ମକ ଯାତ୍ରାରେ ଆସିଛନ୍ତି। ମହାପ୍ରଭୁ ନିଜ ସାଥୀରେ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ଆଣିଛନ୍ତି।
କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ କରୋନା କଟକଣା ମଧ୍ୟରେ ବଡ଼ଦାଣ୍ଡରେ ରଥ ଗଡ଼ିଛି। କୋଭିଡ୍ କଟକଣା ଯୋଗୁ ଭକ୍ତ ପୁଣିଥରେ ତିନି ଠାକୁରଙ୍କ ଦିବ୍ୟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଆଜି ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ରଥ ଗଡ଼ିଥିଲା। ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ଗଡ଼ିଥିଲା। ଏହା ଏହାପରେ ଦର୍ପଦଳନରେ ଭଉଣୀ ସୁଭଦ୍ରା ଆସିଥିଲେ। ଶେଷରେ ବଡ଼ଦାଣ୍ଡରେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥଲା।
ସୂଚନାଯୋଗ୍ୟ, ରଥ ଗଡ଼ିବା ପୂର୍ବରୁ ପ୍ରଥମେ ସ୍ୱାମୀ ନିଶ୍ଚଳାନନ୍ଦ ନିଜ ଅନୁଗାମୀଙ୍କ ସହ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏହାପରେ ଗଜପତି ମହାରାଜା ପହଞ୍ଚି ୩ ରଥରେ ଛେରା ପହଁରା କରିଥିଲେ। ଏହାପରେ ୩ ରଥରେ ସାରଥୀ ଓ ଘୋଡ଼ାଯଚା କାମ ସମ୍ପନ କରାଯାଇ ଆରମ୍ଭ ହେଲା ରଥ ଟଣା।
ସୂଚନାଯୋଗ୍ୟ, ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କ ସହ ଆଜି ଜନ୍ମବେଦୀ ଅଭିମୁଖେ ବାହାରିଛନ୍ତି କାଳିଆ ସାଆନ୍ତ । ଆଜି ସବୁ ନୀତିକାନ୍ତି ସୁରୁଖୁରରେ ସମ୍ପନ୍ନ ହୋଇଥିବା ବେଳେ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇ ସାରିଲାଣି ରଥ ଟଣା।

Leave a Reply

Your email address will not be published. Required fields are marked *

Most Popular

Exit mobile version