Latest

ବଜ୍ରାଘାତରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଫର୍ମୁଲା

Posted on

ଏବେ ଚାରିଆଡେ ବର୍ଷା। ପ୍ରବଳ ବର୍ଷା ସହ ଘଡଘଡି ବି ହେଉଛି। ତେବେ ଏହି ସମୟରେ ସବୁଠାରୁ ବେଶି ଭୟ ଥାଏ ବଜ୍ରାଘାତର। ବର୍ଷା ହେଲେ ଆମେ ନିୟୁଜ ଏବଂ ଖବରକାଗଜରେ ପଢ଼ିଥାଉ ଯେ ବଜ୍ରାଘାତ ଦ୍ୱାରା ଏତିକି ଜଣଙ୍କର ମୃତ୍ୟୁ ହୋଇଛି। କିନ୍ତୁ କଣ ଆପଣ ଜାଣନ୍ତି ବଜ୍ରାଘାତ ଦ୍ୱାରା ହେଉଥିବା ମୃତ୍ୟୁକୁ ବହୁତ ମାତ୍ରାରେ କମ୍ କରାଯାଇପାରିବ। ଆଜ୍ଞା ହଁ, ସାମାନ୍ୟ ସାବଧାନତା ହିଁ ଆପଣଙ୍କୁ ମରଣ ମୁହଁରୁ ରକ୍ଷା କରିପାରିବ। ଏଥିପାଇଁ ଆପଣଙ୍କୁ ଏକ୍ସପର୍ଟଙ୍କ ଦ୍ୱାରା କୁହାଯାଇଥିବା ୩୦-୩୦ ଫର୍ମୁଲାକୁ ଆପଣାଇବାକୁ ପଡିବ ଏବଂ କିଛି ଜରୁରୀ ସୂଚନାକୁ ବି ଆପଣାଇବାକୁ ପଡିବ। ଏହି ଉପାୟକୁ ଆପଣେଇ ଆପଣ ବଜ୍ରାଘାତରୁ ନିଜକୁ ରକ୍ଷା କରିପାରିବେ ଏବଂ ଏହାଦ୍ୱାରା ଶରୀରରେ ହେଉଥିବା କ୍ଷତିକୁ କିଛି ମାତ୍ରାରେ କମ୍ କରିପାରିବେ।
କଣ ଏହି ୩୦ –୩୦ ଫର୍ମୁଲା ?
ବଜ୍ରାଘାତ ହେବା ସମୟରେ ଆପଣ ଘର ବାହାରେ ଥିଲେ ଏହି ଫର୍ମୁଲାକୁ ନିଶ୍ଚୟ ଆପଣେଇ ପାରିବେ। ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ ଯେ ଯେମିତି ହିଁ ବିଜୁଳି ମାରିବ ସେତେବେଳେ ତୁରନ୍ତ ଆପଣ ଏକ ରୁ ୩୦ ଯାଏଁ ଗଣନ୍ତୁ। ଯଦି ଗଣିବା ଭିତରେ ବିଜୁଳି ସହିତ ଘଡଘଡି ଶୁଣିବାକୁ ପାଇଲେ ତାହେଲେ ଆପଣ ବୁଝିନିଅନ୍ତୁ ଯେ ସେହି ସ୍ଥାନରେ ରହିବା ଆପଣଙ୍କ ପାଇଁ ସୁରକ୍ଷିତ ନୁହେଁ ଏବଂ ଜଲଦି କୌଣସି ସୁରକ୍ଷିତ ସ୍ଥାନକୁ ଚାଲି ଯାଆନ୍ତୁ।
ନିଜକୁ ଜୀବନକୁ ବଞ୍ଚାଇବା ପାଇଁ କୌଣସି ଉଚ୍ଚ ବିଲଡିଙ୍ଗ, ଭେଇକିଲ, କାର କିମ୍ବା ମଜବୁତ ଛାତ ତଳେ ଛିଡା ହୋଇଯାଆନ୍ତୁ। ଗଛ ତଳେ, ଖାସ୍ କରି ଉଚ୍ଚା ଏବଂ ବଡ ଗଛ ତଳେ ଭୁଲରେ ବି ଛିଡା ହୁଅନ୍ତୁନାହିଁ। କାହିଁକିନା ବଡ ଏବଂ ଉଚ୍ଚ ଗଛ ବିଜୁଳିକୁ ନିଜ ଆଡକୁ ଆକର୍ଷିତ କରିଥାଏ ଫଳଳରେ ଆପଣଙ୍କ ପାଇଁ ଏହା ବିପଦପୂର୍ଣ୍ଣ ହୋଇପାରେ।
ଏମିତି ସମୟରେ କୌଣସି ଉଚ୍ଚ ଟାଓ୍ଵାର, ଗଛ, ରେଳ ଧାରଣା ଏମିତି ସବୁ ଜିନିଷ ଠାରୁ ଦୂରେଇ ରୁହନ୍ତୁ। ଯଦି ଆଖପାଖରେ ଛିଡା ହେବାକୁ ଜାଗା ନାହିଁ ତାହେଲେ ଖୋଲା ସ୍ଥାନରେ ମୁଣ୍ଡ ନୁଆଇଁକି ବସିଯାନ୍ତୁ।
ଇଲେକଟ୍ରୋନିକ ଜିନିଷ ମୋବାଇଲ, ଟ୍ରାନ୍ସଫର୍ମର୍ସ, ରେଡିଓ, ଟୋଷ୍ଟର, ଆଣ୍ଟିନା କିମ୍ବା ଅନ୍ୟ ମେଟାଲିକ ବସ୍ତୁ ଠାରୁ ତୁରନ୍ତ ଦୂର ହୋଇଯାଆନ୍ତୁ।
ପାଣି ପାଖରୁ ଦୂରେଇ ରୁହନ୍ତୁ। ଆଖପାଖର କୌଣସି ଏମିତି ଜାଗା, ଯେଉଁଠି ପାଣି ଅଛି, ସେଠାରୁ ତୁରନ୍ତ ଦୂରକୁ ଚାଲିଯାଆନ୍ତୁ।

Leave a Reply

Your email address will not be published. Required fields are marked *

Most Popular

Exit mobile version