Latest
ନଦୀରେ ବୁଡ଼ି ତିନି ନାବାଳକ ମୃତ
ସେଓନି: ମଧ୍ୟପ୍ରଦେଶର ସେଓନି ଜିଲ୍ଲାର ଏକ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇ ତିନିଜଣ ନାବାଳକଙ୍କ ମୃତ ଘଟିଛି। ତିନିଜଣ ନାବାଳକ ଏକ ପିକନିକ୍ କରିବକୁ ସେଠାକୁ ଯାଇଥିଲେ ବୋଲି ପୁଲିସ କହିଛି । ଘଟଣାରୁ ଜଣାପଡ଼ିଛି ଯେ ସୋମବାର ଦିନ ଅପରାହ୍ନ ୪ ଟାରେ ମଧ୍ୟପ୍ରଦେଶର ଜେନଓ୍ୱାରା ଗ୍ରାମ ନିକଟ ହିରି ନଦୀରେ ଏହି ଘଟଣା ଘଟିଛି ବୋଲି ଜଣେ ଅଧିକାରୀ କହିଛନ୍ତି।
ପୋଲିସ କହଛି ଯେ, ତିନି ଜଣ ସାଙ୍ଗ ଆଉ ଜଣେ ୧୬ ବର୍ଷ ସାଙ୍ଗ ସହିତ ସେଠାକୁ ପିକନିକ କରିବକୁ ଯାଇଥିଲେ ଜଣେ ସାଙ୍ଗ ସେମାନଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇଥିଲାବେଳେ ଅନ୍ଯ ତିନି ଜଣ ସାଙ୍ଗ ଗାଧୋଇବାକୁ ନଦୀକୁ ପଶିଥିଲେ । ଅଶାବଧାନତା ଯୋଗୁ ତିନି ଜଣଯାକ ନଦୀରେ ଭାସି ଯାଇଥିବା ପୁଲିସ କହିଛି।
ଏହା ପରେ ଜଳଖିଆ ଆଣିବାକୁ ଯାଇଥିବା ସାଙ୍ଗଜଣକ ଫେରି ଆସି ଦେଖେ ତ ସେଠାରେ ତିନି ଜଣ ସାଙ୍ଗ ନାହାନ୍ତି କୂଳରେ ତାଙ୍କର ଡ୍ରେସ ଥୁଆହୋଇଛି ସଙ୍ଗେ ସଙ୍ଗେ ସେ ପାଖ ଗ୍ରାମରେ ଖବର ଦେଇଥିଲା ଏବଂ ତିନି ଜଣଙ୍କ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା ।
ପୁଲିସ କହିଛି ଯେ ଏହାପରେ ନଦୀରେ ଖୋଜାଖୋଜି ପରେ ତିନି ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଖୋଜା ଖୋଜି କରିବାକୁ ପ୍ରାୟ ତିନି ଘଣ୍ଟା ସମୟ ଲାଗିଥିଲା ତିନି ଜଣଙ୍କର ପରିଚୟ ମିଳିଛି, ଜଣେ ହେଲା ଆର୍ଯ୍ଯନ ଶ୍ରୀବାସ୍ତବ, ପ୍ରିୟାଂଶୁ ଗୌର, ଭଁଶ ବିଶାନ ବୋଲି ଜଣାପଡ଼ିଛି ।