ରାଜନୀତି

ନବୀନଙ୍କୁ କୃତଜ୍ଞତା ଜଣାଇଲେ ରାଜଶ୍ରୀ, ଆଜି ଆସିବେ ବିଷ୍ଣୁ

Posted on

ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କାର କରାଯିବାର ସପ୍ତାହକ ପରେ ତାଙ୍କର ଖାସ୍ ଅନୁଗତ ଥିବା ତିର୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ।
ଆଜି ପୂର୍ବାହ୍ନରେ ରାଜଶ୍ରୀ ନିଜ ତିର୍ତୋଲ ନିର୍ବାଚନମଣ୍ଡଳୀର ପ୍ରାୟ ୨ହଜାର କର୍ମୀ ଓ ନିର୍ବାଚିତ ପ୍ରତିିନିଧିଙ୍କ ସହ ନବୀନ ନିବାସ ଆସିଥିବାବେଳେ ଆସନ୍ତାକାଲି ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ ନିଜର ସମର୍ଥକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି ଜଣାପଡ଼ିଛି ।
ଆଜି ନବୀନ ନିବାସରେ ଦଳର ସୁପ୍ରିମୋଙ୍କୁ ଭେଟିବା ପରେ ରାଜଶ୍ରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଦାମବାବୁ ସବୁବେଳେ ଦଳବିରୋଧୀ ମନ୍ତବ୍ୟ ଦେଉଥିଲେ । ଯାହାର ପ୍ରଭାବ ଦଳୀୟ କର୍ମୀଙ୍କ ଉପରେ ପଡ଼ୁଥିଲା । ଦାମବାବୁଙ୍କ ବହିଷ୍କାର ପାଇଁ ବିଜେଡି ସଭାପତି ଯେଉଁ ନିଷ୍ପତି ନେଇଛନ୍ତି ସେ ତାକୁ ସ୍ୱାଗତ କରୁଛନ୍ତି । ରାଜଶ୍ରୀଙ୍କ ସହ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରିୟଦର୍ଶୀନି ବିଶ୍ୱାଳ, ଜିଲ୍ଲା ପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାୟ, ଲିପାଲି ରାଉଳ, ଡେଜାଲିନ୍ ମହାପାତ୍ର, ତିର୍ତୋଲ ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି, ଉପାଧ୍ୟକ୍ଷ ଆଶିଷ ସେଠୀ, ରଘୁନାଥପୁର ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ, ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ସମସ୍ତ ସମିତି ସଭ୍ୟସଭ୍ୟା, ବିରିଡି ବ୍ଳକ ବିଜେଡି ସଭାପତି ରବୀନ୍ଦ୍ର ରାଉଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଧାନ ଜେନା, ବିରିଡି ବ୍ଳକ ମହିଳା ବିଜେଡି ସଭାନେତ୍ରୀ ମହାଶ୍ୱେତା ଜେନା, ତିର୍ତୋଲ ବ୍ଲକ ସଭାନେତ୍ରୀ ନିବେଦିତା ମହାନ୍ତି, ୩ଟି ବ୍ଲକର ଯୁବ-ଛାତ୍ର ବିଜେଡି ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସମସ୍ତ ନେତା ଡାକ୍ତର ରାଉତଙ୍କ ବହିଷ୍କାରକୁ ସ୍ୱାଗତ କରିଥିଲେ ।
ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ହେବାପରେ ଡାକ୍ତର ରାଉତଙ୍କ କ୍ୟାମ୍ପ୍ ଛାଡ଼ି ରାଜଶ୍ରୀ ଏବେ ତାଙ୍କ କ୍ୟାମ୍ପରେ ସାମିଲ ହୋଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *

Most Popular

Exit mobile version