Latest

ଟୋକିଓ ଅଲିମ୍ପିକ୍: ହକିରେ ସ୍ପେନକୁ ହରାଇଲା ଭାରତ

Posted on

ଟୋକିଓ : ଆଜି ହେଉଛି ଟୋକିଓ ଅଲିମ୍ପିକର ୫ମ ଦିବସ । ଆଜି ଦିବସର ଆରମ୍ଭ ଭାରତ ପାଇଁ ନିରାଶାରୁ ଆରମ୍ଭ ହୋଇଥିଲେ ହେଁ ପୁରୁଷ ହକି ଦଳ ଶୁଭଖବର ଆଣିଛି । ଭାରତ ଆଜି ସ୍ପେନକୁ ୩-୦ରେ ପରାସ୍ତ କରିଥିବା ଜଣାପଡ଼ିଛି । ଏହାଫଳରେ ଭାରତ ୩ଟି ମ୍ୟାଚରୁ ୨ଟିରେ ବିଜୟ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ରୂପିନ୍ଦର ପାଲ ସିଂହ ୨ଟି ଗୋଲ୍ ଦେଇଥିବା ବେଳେ ସିମରନଜୀତ ସିଂହ ଗୋଟିଏ ଗୋଲ୍ ଦେଇଥିଲେ।
ମ୍ୟାଚ୍ର ୧୪ତମ ମିନିଟ୍ରେ ସ୍ପେନ୍ ଉପରେ ପ୍ରଥମ ଗୋଲ୍ ଦେଇଥିଲା ଭାରତ। ଏହି ଗୋଲ୍ ଦେଇଥିଲେ ସିମରନଜୀତ୍। ତେବେ ତା’ ପୂର୍ବରୁ ଖେଳ ଆରମ୍ଭ ହେବାର ଅଷ୍ଟମ ମିନିଟ୍ ଭାରତ ପାଖରେ ପ୍ରଥମ ଗୋଲ୍ କରିବାର ଏକ ସୁଯୋଗ ଥିଲା। ସିମରନଜୀତ୍ ଏହି ସୁଯୋଗ ପାଇଥିଲେ। କିନ୍ତୁ ତାହା ହାତଛଡ଼ା ହୋଇଯାଇଥିଲା। ଭାରତ ପକ୍ଷରୁ ପରବର୍ତ୍ତୀ ଦୁଇଟି ଗୋଲ୍ ରୂପିନ୍ଦର ପାଲ ଦେଇଥିଲେ।

Leave a Reply

Your email address will not be published. Required fields are marked *

Most Popular

Exit mobile version