Latest

ବାରହା ଆକ୍ରମଣ, ୪ ଗୁରୁତର

Posted on

ଆଠଗଡ, ଓଡ଼ିଶା ୱେୟାର):ବନ ବିଭାଗର ଅପାରଗତା ପାଇଁ ଆଠଗଡ଼ ଅଞ୍ଚଳରେ ପଶୁ ଏବଂ ମଣିଷ ଲଢେଇ ବାରମ୍ବାର ଦେଖିବାକୁ ମିଳୁଛି। ଏମିତିକି ହାତୀ ଏବଂ ବାରାହା ଗ୍ରାମଗୁଡିକୁ ପଶି ଆସୁଥିଲେ ମଧ୍ୟ ବନ ବିଭାଗ କୌଣସି ସୂଚନା ମଧ୍ୟ ଗ୍ରାମବାସୀ ମାନଙ୍କୁ ଦେଉ ନାହିଁ କି ସତର୍କ ମଧ୍ୟ କରୁନାହିଁ। ଯାହା ଫଳରେ ଆଜି ତିଗିରିଆ ବ୍ଲକ ସୁଣ୍ଠିପାଳ ଗ୍ରାମର ୪ ଜଣ ଚାଷୀଙ୍କୁ ବାରହା ଆକ୍ରମଣ କରି ଗୁରୁତର କରିଥିବା ଅଭିଯୋଗ ହୋଇଛି।
ବିଲକୁ ଚାଷ କାମ କରିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥିଲା। ଏଥିରେ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ତିନି ଜଣ ବିନ୍ଧାଣମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ତେବେ ସୂଚନା ମୁତାବକ, ବାରାହା ଟି ନିକଟସ୍ଥ ତୋଟା ମଧ୍ୟରେ ଥିବା ଜଣାପଡିଛି। କିନ୍ତୁ ଏ ପର‌୍ୟ୍ୟନ୍ତ କୋଣସି ବନବିଭାଗ କର୍ମଚାରୀ ପହଞ୍ଚି ନଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version