Latest

ଟୁଇଟର ଠପ ହୋଇଗଲା, ଅସୁବିଧାର ସମ୍ମୁଖୀନ ହେଲେ ଉପଭୋକ୍ତା

Posted on

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶରେ ମାଇକ୍ରୋ ବ୍ଲଗିଂ େଓ୍ୱବସାଇଟ୍ ଟୁଇଟର ବ୍ୟବହାରକାରୀଙ୍କୁ ଶୁକ୍ରବାର ରାତିରେ ଟୁଇଟର ଠପ ହେବା ଯୋଗୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ହଜାର ହଜାର ଉପଭୋକ୍ତା ଅଭିଯୋଗ କରିଛନ୍ତି ଯେ ଟୁଇଟରର େଓ୍ୱବସାଇଟ୍ ଏବଂ ଆପ୍ ବ୍ୟବହାର କରିବାରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି ଅବଶ୍ୟ, ପ୍ରାୟ ଏକ ଘଣ୍ଟା ପରେ ସମସ୍ୟା ସମାଧାନ ହେଲା ଏବଂ ଟୁଇଟର ସାଧାରଣ ଭାବରେ କାମ କରିବା ଆରମ୍ଭ କଲା ।
ରଏଟର୍ସ ଖବର ଅନୁଯାୟୀ ଟୁଇଟର ସମେତ ସୋସିଆଲ ମିଡିଆ ସାଇଟରେ ବୈଷୟିକ ତ୍ରୁଟି ଉପରେ ନଜର ରଖିଥିବା ଡାଉନଡେକ୍ଟର ଡଟ୍ କମ୍ କହିଛି ଯେ ଟ୍ଓ୍ୱିଟର ବ୍ୟବହାରକାରୀମାନେ ଏହି ସାଇଟ୍ ବ୍ୟବହାର କରିବାରେ ଅସମର୍ଥ ।
ସେ କହିଛନ୍ତି ଯେ ତାଙ୍କ ପ୍ଲାଟଫର୍ମରେ ୧୫-୨୦ହଜାରରୁ ଅଧିକ ଲୋକ ଏଭଳି ସମସ୍ୟା ସେୟାର କରିଛନ୍ତି ଅବଶ୍ୟ, ଟ୍ଓ୍ୱିଟର ସପୋର୍ଟ ଅ ଟୁଇିଟର ସପୋର୍ଟ ରାତି ପ୍ରାୟ ୧୧.୪୪ରେ ଟୁଇଟ୍ କରି କହିଛି ଯେ ଆମେ ଯାନ୍ତ୍ରିକ ବଗ୍ ଠିକ୍ କରିଛୁ, ଯେଉଁଥିପାଇଁ ଟୁଇିଟର ପୋଷ୍ଟ କିମ୍ବା ଲୋଡ୍ କରିବାରେ ସମସ୍ୟା ଦେଖାଦେଇଛି । ସବୁକିଛି ବର୍ତ୍ତମାନ ସ୍ବାଭାବିକ ଅବସ୍ଥାକୁ ଫେରିବା ଉଚିତ, ଅସୁବିଧା ପାଇଁ ଦୁଃଖିତ ସୂଚନା ଅନୁଯାୟୀ, ଉପଭୋକ୍ତାମାନଙ୍କୁ ପ୍ରାୟ ଏକ ଘଣ୍ଟା ପାଇଁ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version