Latest

ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ର ପ୍ରତିଶ୍ରୁତି ଦେଇଛି: ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ର ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଛି। ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ ହୋଇଛି। ତେଣୁ ବିଧାନ ପରିଷଦ ଗଠନ ହେବା ସୁନିଶ୍ଚିତ। ଆଜି ଏଭଳି ଢଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ସହ ନିଜର ସମ୍ପର୍କକୁ ବିଜେଡି ଉଜାଗର କରିଛିି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟରେ ବିଧାନ ପରିଷଦ ଗଠନ ପାଇଁ କେନ୍ଦ୍ର ସରକାରଙ୍କଠୁ ପ୍ରତିଶ୍ରୁତି ମିଳିଛି। ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ ହୋଇଛି। ତେଣୁ ବିଧାନ ପରିଷଦ ଗଠନ ହେବା ସୁନିଶ୍ଚିତ। ଆଜି ଏଭଳି ଢଙ୍ଗରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ସରକାର ସହ ନିଜର ସମ୍ପର୍କକୁ ବିଜେଡି ଉଜାଗର କରିଛିି।
ଆଜି ସଂସଦୀୟ ଦଳ ବୈଠକ ପରେ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏ ସମ୍ପର୍କରେ ଗଣମାଧ୍ୟମ ସମ୍ମୁଖରେ ଖୋଲାଖୋଲି ଭାବେ ମତ ରଖି କହିଛନ୍ତି ଯେ, ରାଜ୍ୟରେ ବିଧାନ ପରିଷଦ ଗଠନକୁ ନେଇ କୌଣସି ବିରୋଧାଭାସ ନାହିଁ। ଏଠୁ ବିଜେଡି,ବିଜେପି ଓ କଂଗ୍ରେସର ସଭ୍ୟମାନେ ସହମତି ଭିତ୍ତିରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ପଠାଇଛନ୍ତି। କେନ୍ଦ୍ର ସରକାରଙ୍କଠୁ ଆମକୁ ପ୍ରତିଶ୍ରୁତି ମିଳିସାରିଛି। ଏଥିରେ କାହାରି ଦ୍ୱିମତ ମଧ୍ୟ ନାହିଁ। ସବୁକଥା ଗଣମାଧ୍ୟମ ଆଗରେ କହିହେବନି। କିନ୍ତୁ ଆମେ ନିଶ୍ଚିତ ଅଛୁ ଯେ ବିଧାନ ପରିଷଦ ଗଠନ ହେବ। ଆଗାମୀ ଦିନରେ ଆନ୍ଧ୍ରପ୍ରଦେଶ ବିଧାନ ପରିଷଦ ଉଚ୍ଛେଦ ପାଇଁ ସଂସଦରେ ଆସିବାକୁ ଥିବା ଆଇନ ସହ ଓଡ଼ିଶାରେ ବିଧାନ ପରିଷଦ ଗଠନ ନିମନ୍ତେ ବିଲ୍ ଆସିବ ବୋଲି ଆମେ ଆଶାବାଦୀ ଥିବା ଶ୍ରୀ ମିଶ୍ର କହିଛନ୍ତି।
ବିଧାନ ପରିଷଦ ଗଠନକୁ ନେଇ ବିଜେଡିର ଏଭଳି ଦମ୍ଭୋକ୍ତି ପରୋକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସହ ନିବିଡ଼ ସମ୍ପର୍କକୁ ମଧ୍ୟ ସୂଚିତ କରାଉଛି। ତେବେ ତଥ୍ୟାଭିଜ୍ଞ ମହଲରୁ ମିଳିଥିବା ସୂଚନା ଅନୁସାରେ କେବଳ ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ସଂସଦରେ ଗୃହୀତ କରାଇବା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ପାଇଁ ସହଜ ହେବନି। କାରଣ ପୂର୍ବରୁ ଆସାମ ଓ ରାଜସ୍ଥାନ ସମେତ ମଧ୍ୟପ୍ରଦେଶରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ସଂସଦରେ ବିଚାରଧୀନ ରହିଛି। ତେଣୁ କେବଳ ବିଜେଡିକୁ ସନ୍ତୁଷ୍ଟ କରିବା ପାଇଁ ବିଧାନ ପରିଷଦ ଗଠନ ପ୍ରସ୍ତାବ ଉପରେ କେନ୍ଦ୍ର ସରକାର କଦାପି ସହମତି ଦେଇନପାରନ୍ତି। ଏବେ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଥିବାରୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପାଇଁ ମଧ୍ୟ ସେଠାରେ ବିଧାନ ପରିଷଦ ଗଠନ ପ୍ରସ୍ତାବକୁ ସମ୍ମତି ଦେବାରେ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version