Latest

ଭିଜିଲାନ୍ସ ଡିଜି ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

Posted on

ଭୁବନେଶ୍ୱର (ଓଡ଼ିଶା ଓ୍ବେୟାର): ରାଜ୍ୟ ଭିଜିଲାନ୍ସ ଡିଜି ୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀଙ୍କ ଶୁକ୍ରବାର ରାତି ୧୦:୨୧ ମିନିଟରେ ପରଲୋକ ହୋଇଛି। ସେ କୋଭିଡ୍ ସଂକ୍ରମିତ ହୋଇ କୋଲକାତାରେ ଚିକିତ୍ସିତ ହେଉଥିଲେ।
ସୂଚନା ଅନୁସାରେ, ଭିଜିଲାନ୍ସ ଡିଜି ଶ୍ରୀ ପାଣିଗ୍ରାହୀଙ୍କର କୋଲକାତାର ଏକ ଘରୋଇ ହସ୍ପିଟାଲରେ ଇକମୋ ଚିକିତ୍ସା ଚାଲିଥିଲା। ଗତ ଜୁନ୍ ୮ତାରିଖରେ ତାଙ୍କୁ ଏୟାର ଲିଫ୍ଟ କରି କୋଲକାତା ନିଆଯାଇଥିଲା। ସେ କୋଭିଡ୍ ସଂକ୍ରମିତ ହୋଇ କଟକର ଅଶ୍ଵିନୀ ହସ୍ପିଟାଲରେ ମେ ୨୯ ତାରିଖରୁ ଚିକିତ୍ସିତ ହେଉଥିଲେ, ମାତ୍ର ତାଙ୍କର ଫୁସଫୁସ ସଂକ୍ରମିତ ହେବାରୁ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଏୟାର ଲିଫ୍ଟ କରି କୋଲକାତା ନିଆ ଯାଇଥିଲା।
୧୯୬୫ ଅଗଷ୍ଟ ୨୯ତାରିଖରେ ବାଲେଶ୍ବର ଜିଲ୍ଲାରେ ଜନ୍ମିତ ଶ୍ରୀ ପାଣିଗ୍ରାହୀ ୧୯୯୧ ମସିହାରେ ଆଇପିଏସ୍ ପାଇଁ ଓଡ଼ିଶା କ୍ୟାଡ଼ରରେ ଯୋଗ ଦେଇଥିଲେ। ସେ ୨୦୧୭ ସେପ୍ଟେମ୍ବର ମାସରେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। ପୂର୍ବରୁ ସେ ଭିଜିଲାନ୍ସ ବିଭାଗରେ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ପ୍ରତିଷ୍ଠିତ ସାହିତ୍ୟିକ ଭାବେ ସୁପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଜନୀତିକ ଓ ପ୍ରଶାସନିକ ମହଲରେ ଶୋକର ଛାୟା ଖେଳିଯାଇଛି। ଆସନ୍ତା କାଲି ସକାଳେ ତାଙ୍କ ଶବକୁ ଓଡ଼ିଶା ଅଣାଯିବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version