Latest

ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରୁ ହଟିଲେ ଓ୍ଵାଙ୍ଖଡେ

Posted on

ମୁମ୍ବାଇ:ଆର୍ଯ୍ୟନ ଖାନ ଡ୍ରଗ୍‌ସ ଅନ୍‌ କ୍ରୁଜ୍‌ କେସ୍‌ର ତଦନ୍ତ କରିବେ ନାହିଁ ଏନ୍‌ସିବି ଅଧିକାରୀ ସମୀର ୱାଙ୍ଖଡେ। ତାଙ୍କୁ କେସ୍‌ରୁ ହଟାଇ ଦିଆଯାଇଛି। ମାମଲାର ତଦନ୍ତ କରିବ ଦିଲ୍ଲୀର ଏସ୍‌ଆଇଟି। ଏହା ପ୍ରାଶାସନିକ ନିଷ୍ପତ୍ତି ବୋଲି ଏନ୍‌ସିବି ତରଫରୁ କୁହାଯାଇଛି। ବରିଷ୍ଠ ଆଇପିଏସ୍‌ ଅଧିକାରୀ ସଞ୍ଜୟ ସିଂହଙ୍କ ନେତୃତ୍ୱରେ ଏସ୍‌ଆଇଟି ତଦନ୍ତ ହେବ।
ସଞ୍ଜୟ ସିଂହ ୧୯୯୬ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇପିଏସ୍‌। ସେ ଏବେ ଏନ୍‌ସିବିରେ ଡେପୁଟୀ ଡାଇରେକ୍ଟର ଜେନେରାଲ ଅଛନ୍ତି। ଏସ୍‌ଆଇଟି ଟିମ୍‌ ଆଜି ଦିଲ୍ଲୀରୁ ମୁମ୍ବାଇ ଯିବ। କେବଳ ଆର୍ଯ୍ୟନ କେସ୍‌ ନୁହଁ ଆଉ ୫ଟି ହାଇ ପ୍ରୋଫାଇଲ କେସ୍‌ର ତଦନ୍ତରୁ ୱାଙ୍ଖଡେଙ୍କୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛି ଏନ୍‌ସିବି। ଆର୍ଯ୍ୟନ ଖାନଙ୍କ ଗିରଫ ପରେ ବିବାଦର କେନ୍ଦ୍ରକୁ ଆସିଥିଲେ ସମୀର ୱାଙ୍ଖଡେ।
ତାଙ୍କ ବିରୋଧରେ ମହାରାଷ୍ଟ୍ର ସରକାରରେ ଥିବା ମନ୍ତ୍ରୀ ନବାବ ମଲ୍ଲିକ ବାରମ୍ବାର ତାଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଏହାସହ ଆଠ କୋଟି ଟଙ୍କାର ଲାଞ୍ଚ କାରବାର ନେଇ ସମୀର ୱାଙ୍ଖଡେଙ୍କ ନାଁରେ ଆସିଥିଲା ଅଭିଯୋଗ। ଟଙ୍କା କାରବାର ନେଇ ଆର୍ଯ୍ୟନ କେସ୍‌ରେ ସାକ୍ଷୀ ଥିବା ପ୍ରଭାକର ଶୈଲ ଅଭିଯୋଗ କରିଥିଲେ। ଯାହା ଆର୍ଯ୍ୟନ ଖାନଙ୍କ ପୂରା ତଦନ୍ତ ପ୍ରକ୍ରିୟାକୁ ଜଟିଳ କରି ଦେଇଥିଲା।

Leave a Reply

Your email address will not be published. Required fields are marked *

Most Popular

Exit mobile version