Latest

ପଶ୍ଟିମବଙ୍ଗ ନିର୍ବାଚନ ପରବର୍ତ୍ତି ହିଂସା ମାମଲା : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନରେ ସିବିଆଇ

Posted on

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରବର୍ତ୍ତି ହିଂସା ମାମଲା ତଦନ୍ତ ସିବିଆଇ ଆରମ୍ଭ କରିଛି । ଫଳରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୯ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ସିବିଆଇ । ହିଂସା ସମୟରେ ମହିଳାଙ୍କ ବିରୋଦରେ ଅପରାଧ ଓ ହତ୍ୟା ତଦନ୍ତ କରିବ ସିବିଆଇ । ତଦନ୍ତ ପାଇଁ ସିବିଆଇ ଯୁଗ୍ମ ନିର୍ଦ୍ଦେଶକଙ୍କ ନେତୃତ୍ବରେ ୪ଟି ଟିମ ଗଠନ କରିଛି । ଏହି ଟିମ ଗୁଡ଼ିକ ହିଂସା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ବୋଲି ସୂଚନା ରହିଛି ।
ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି ଯେ ଅତିରିକ୍ତ ନିର୍ଦ୍ଦେଶକ ସ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ତଦନ୍ତ ଆଗେଇବ। ପ୍ରତିଟି ଟିମରେ ୭ ଜଣ ସଦସ୍ୟ ରହିଛନ୍ତି । ପ୍ରତିଟି ଟିମରେ ଜଣେ ଉପ ମହାନୀରିକ୍ଷକ ଓ ତିନି ଜଣ ପୁଲିସ ଅଧିକ୍ଷକ ରହିବେ । କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ହୋଇଥିବା ହିଂସାରେ ମହିଳାଙ୍କ ପ୍ରତି ଅତ୍ୟାଚାର, ଅପରାଧ ଓ ହତ୍ୟା ମାମଲା ତଦନ୍ତ ପାଇଁ ସିବିଆଇ କୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ ସିବିଆଇ ତଦନ୍ତ ଆରମ୍ଭ କରିଛି ।

ନିର୍ବାଚନ ପରବର୍ତ୍ତୀ ହିଂସା ମାମଲାର ତଦନ୍ତ ଭାର ସିବିଆଇ ଅଖିଳେଶ ସିଂହକୁ ଦିଆଯାଇଛି । ଅଖିଳେଶ କୋଇଲା ଏବଂ ପଶୁ ଚୋରା ଚାଲାଣ ରୋକିବାରେ ମୁଖ୍ୟ ଭୁମିକା ତୁଲାଇ ଆସିଛନ୍ତି । ଅଖିଳେଶ ସିଂ ବର୍ତ୍ତମାନ ସ୍ୱତନ୍ତ୍ର କ୍ରାଇମ ଶାଖାର ଅତିରିକ୍ତ ଦାୟିତ୍ବରେ ରହିଛନ୍ତି। ତାଙ୍କୁ ସ୍ୱତନ୍ତ୍ର ଅପରାଧ ଶାଖାର ମୁଖ୍ୟ କରାଯାଇଛି। ସେ ହତ୍ୟା ଓ ବଳାତ୍କାର ମାମଲାର ତଦନ୍ତ କରିବେ। ନିର୍ବାଚନ ପରବର୍ତ୍ତୀ ହିଂସା ସଂପର୍କରେ ସମୁଦାୟ ୬୪ ଜଣ ସିବିଆଇ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନ ଦଳର ସଦସ୍ୟଙ୍କ ସଂଖ୍ୟା ୧୦୯କୁ ବୃଦ୍ଧି ପାଇଛି। ଦଳରେ ଥିବା ମୋଟ ୮୪ ଅନୁସନ୍ଧାନକାରୀଙ୍କ ମଧ୍ୟରୁ IO, ଇନ୍ସପେକ୍ଟର ଏବଂ DSP ଭଳି ଅଧିକାରୀ ଅଛନ୍ତି | ଏହା ବ୍ୟତୀତ ୨୫ ଜଣ ଅଧିକାରୀ ଯୁଗ୍ମ ନିର୍ଦ୍ଦେଶକ, ଡିଜି, ଏସପି ପଦବୀରେ ଅଛନ୍ତି। ପ୍ରତ୍ୟେକ ଜୋନ୍ ଟିମରେ ୨୧ ଜଣ ଅନୁସନ୍ଧାନକାରୀ କିମ୍ବା IO ରହିବେ । ରାଜ୍ୟଗୁଡିକ ୪ଟି ଯୁଗ୍ମ ନିର୍ଦ୍ଦେଶକ ସ୍ତରର ଅଧିକାରୀଙ୍କ ନିକଟରେ ପହଞ୍ଚି ସାରିଛନ୍ତି। ଅଧିକାଂଶ DIG ଏବଂ SP ରାଙ୍କରେ ଅଛନ୍ତି ।

Leave a Reply

Your email address will not be published. Required fields are marked *

Most Popular

Exit mobile version