Latest

୨୦୨୦-୨୧ରେ କ’ଣ କରିବେ ରାଜ୍ୟ ସରକାର, ରାଜ୍ୟପାଳ ଦେଲେ ଆଭାସ

ଭୁବନେଶ୍ୱର(ଓଡ଼ିଶା ୱେୟାର): କାଳିଆ ଯୋଜନାରେ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହ ୨୫ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଅତୀତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇସାରିଥିବାରୁ ଜାତୀୟ ଏଜେଣ୍ଡା ଆଧାରିତ ଆଗୁଆ ବିକାଶମୂଳକ ପଦେକ୍ଷପ ଗ୍ରହଣ କରାଯାଉଛି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର): କାଳିଆ ଯୋଜନାରେ ୫୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସହ ୨୫ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଅତୀତରେ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇସାରିଥିବାରୁ ଜାତୀୟ ଏଜେଣ୍ଡା ଆଧାରିତ ଆଗୁଆ ବିକାଶମୂଳକ ପଦେକ୍ଷପ ଗ୍ରହଣ କରାଯାଉଛି।
୨୦୨୦-୨୧ ଆର୍ଥିକ ବର୍ଷରେ ପ୍ରାୟ ୧.୮୪ଲକ୍ଷ ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। କେନାଲ ବ୍ୟବସ୍ଥା ପରିବର୍ତ୍ତେ ନୂତନ ଭାବେ ଭୂତଳ ପାଇପ ଲାଇନ୍ ବ୍ୟବସ୍ଥା ଥିବା ବୃହତ୍ ଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ହୋଇଛି। ୨୦୨୦-୨୧ ମସିହାରେ ଓଡ଼ିଶା ସମନ୍ୱିତ ଜଳସେଚନ ପ୍ରକଳ୍ପ ଜରିଆରେ ୨୦୦ଟି କ୍ଷୁଦ୍ର ଜଳସେଚନ ଜଳଭଣ୍ଡାରର ଉନ୍ନତିକରଣ କାର୍ଯ୍ୟ ହାତକୁ ନିଆଯିବ।
୨୦୨୦-୨୧ରେ ଅଧିକ ୨୫୦ ସେତୁ ଓ ୨୫୪୨କିମି ଗ୍ରାମ୍ୟ ସଡ଼କ ନିର୍ମାଣ କରିବା ସହ ୨୬୮ଟି ବିଭିନ୍ନ କୋଠାବାଡ଼ି ନିର୍ମାଣ କାର୍ଯ୍ୟ ସମ୍ପାଦନ ନିମନ୍ତେ ଯୋଜନା ପ୍ରସ୍ତୁତ ହୋଇଛି।
ସେହିପରି ୨୦୨୦-୨୧ ଶିକ୍ଷାବର୍ଷରୁ ଆଉ ୩୬ଟି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ଏବେ ୨୯ଟି ଜିଲ୍ଲାରେ ୨୧୪ଟି ଆଦର୍ଶ ବିଦ୍ୟାଳୟରେ ୫୮ହଜାର ଜଣ ଛାତ୍ରଛାତ୍ରୀଙ୍କୁ ଇଂରାଜୀ ମିଡିୟମରେ ଶିକ୍ଷା ଦିଆଯାଉଛି।
୨୦୨୦-୨୧ରୁ ଆନ୍ତର୍ଜାତିକ ସର୍ବୋତ୍ତ ବ୍ୟବସ୍ଥାକୁ ଭିତ୍ତିକରି ଷ୍ଟ୍ରାଟେଜିକ୍ ବଜେଟ୍ ପ୍ରସ୍ତୁତି ପ୍ରକ୍ରିୟା ପ୍ରଚଳନ କରାଯାଉଛି।
ପ୍ରାଥମିକ କୃଷି ସମବାୟ ସମିତିଗୁଡ଼ିକୁ ‘ଏକକ ସମାଧାନ କେନ୍ଦ୍ର’ ରୂପେ ପରିବର୍ତ୍ତିତ କରାଯିବ। ସେଠାରେ ବିନା ଅସୁବିଧାରେ ଋଣ,ସାର, ବିହନ, ଗୋଦାମଘର ସୁବିଧା, ଋଣ ସଂଯୋଗୀକରଣ, ବଜାର ସୁବିଧା ଆଦି ଗୋଟିଏ ଛାତ ତଳେ ମିଳିବ।
ସେହିପରି ଭୁବନେଶ୍ୱରଠାରେ ଏକ ଆନ୍ତର୍ଜାତିକ ମାନର ଆକ୍ୱାଟିକ୍ ସ୍ପୋର୍ଟସ କମ୍ପେ୍ଲକ୍ସ, ବ୍ରହ୍ମପୁର-ସମ୍ବଲପୁର-କଟକ ଓ ରାଉରକେଲାରେ ସାଟେଲାଇଟ୍ ଷ୍ଟାଡ଼ିୟମ ନିର୍ମାଣ ଆଦି କାର୍ଯ୍ୟ କରାଯିବ।

Leave a Reply

Your email address will not be published. Required fields are marked *

Most Popular

Exit mobile version