Latest

ଯେଉଁଠି ସନ୍ଧାନୀ କୁକୁର ପାରିଲା ନାହିଁ ସେଠି ଦେଶୀ ପାରିଲା

Posted on

ମୟୁରଭଞ୍ଜ, (ଓଡ଼ିଶା ୱେୟାର):
କଟାମୁଣ୍ଡ ଖୋଜି ପାଇଲାନି ସନ୍ଧାନୀ କୁକୁର। ହେଲେ ଦେଶୀ କୁକୁର ଖୋଜି ବାହାର କରି ଖାଉଥିଲା ବୃଦ୍ଧାଙ୍କ କୋଟାମୁଣ୍ଡ। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ କୁକୁର ମୁହଁରୁ ମୁଣ୍ଡ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍‌କୁ ପଠାଇଛି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଥିବା ଦେଖିବାକୁ ମିଳିଛି।
ରବିବାର କରଞ୍ଜିଆ ଥାନା ଅଞ୍ଚଳରେ ଡାହାଣୀ ସନ୍ଦେହରେ ଯମୁନା ହାଁସଦାଙ୍କୁ ଦୁର୍ବୃତ୍ତ ହତ୍ୟା କରିଥିଲେ। ଏପରିକି ତାଙ୍କ ମୁଣ୍ଡକୁ କାଟି ନେଇ ଯାଇଥିଲେ। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏନେଇ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ଗାଁରେ ପହଞ୍ଚି ମୃତଦେହ ଜବତ କରିଥିଲା। ମାତ୍ର ବୃଦ୍ଧାଙ୍କ ମୁଣ୍ଡକୁ ପାଇଥିଲା।
ପୁଲିସ୍ ମୁଣ୍ଡକୁ ଖୋଜିବା ପାଇଁ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁରକୁ ନିୟୋଜିତ କରିଥିଲା। ହେଲେ କୁକୁର ଚାରିଆଡ଼େ ବୁଲିଥିଲେ ମଧ୍ୟ ବୃଦ୍ଧାଙ୍କ ମୁଣ୍ଡର ସନ୍ଧାନ ପାଇନଥିଲା। ଆଜି ସନ୍ଧ୍ୟା ବେଳେ ଗୋଟିଏ ବୁଲା କୁକୁର ନାଳ ପାଖରେ ବୃଦ୍ଧାଙ୍କ ମୁଣ୍ଡକୁ ଝୁଣି ଖାଉଥିବା ଜଣେ ଲୋକ ଦେଖିବାକୁ ପାଇଥିଲେ। ସେ ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୁଣ୍ଡକୁ ଜବତ କରି ଉପଖଣ୍ଡ ଚିକିତ୍ସାଲୟକୁ ଶବ ବ୍ୟବଚ୍ଛେଦ କରିବାକୁ ପଠାଇଛି।
ଯମୁନା ହତ୍ୟା ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସର ହାତ ଖାଲି। ଆଜି ସୁଦ୍ଧା କାହାକୁ ଗିରଫ କରିପାରି ନାହିଁ।

Leave a Reply

Your email address will not be published. Required fields are marked *

Most Popular

Exit mobile version