Latest

ଆସନ୍ତାକାଲିଠୁ ବିଧାନସଭା ଶୀତକାଳୀନ ଅଧିବେଶନ

ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ। ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।

Posted on

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଧାନସଭାର ଶୀତକାଳୀନ ଅଧିବେଶନ ଆସନ୍ତାକାଲିଠୁ ଆରମ୍ଭ ହେବ। ବିଧାନସଭାର ଏହି ଅଧିବେଶନ ବେଶ୍ ଉଷ୍ମ ହେବ ବୋଲି ଆକଳନ କରାଯାଉଥିବାବେଳେ ପ୍ରଥମଦିନରେ ଦିବଂଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ସହ ୨୦୧୯-୨୦ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ୍ ମଧ୍ୟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି।
ବିଧାନସଭା ସଚିବାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅଧିବେଶନର ପ୍ରଥମଦିନରେ ଗୃହରେ ୩ଜଣ ପୂର୍ବତନ ବିଧାୟକ ଓ ଜଣେ ଶହୀଦ ପୁଲିସ ଯବାନଙ୍କ ସମ୍ମାନରେ ଗୃହରେ ଶୋକ ପ୍ରସ୍ତାବ ଆଗତ ହେବା ସହ ଏହା ଉପରେ ଆଲୋଚନା ହେବ। ପୂର୍ବତନ ବିଧାୟକ ସହୁରା ମଲ୍ଲିକ, ଉଦିତ୍ ପ୍ରତାପ ଦେଓ ଓ ବୃନ୍ଦାବନ ପାତ୍ରଙ୍କ ସମେତ ଓଡ଼ିଶା ପୁଲିସର ସଶସ୍ତ୍ର ଯବାନ ଜୟରାମ କବାସିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ।
ଅପରାହ୍ନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୧୯-୨୦ ମସିହାରେ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି। ଏପଟେ ଓଡିଶା ବିଧାନସଭାକୁ ପେପରଲେସ୍ କରିବା ପାଇଁ ଆରମ୍ଭ ହୋଇଛି ପ୍ରକିୟା। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ,ପ୍ରଥମେ ପ୍ରଶ୍ନ ଉତ୍ତର ଗୁଡିକୁ ନେସନାଲ ଇ-ବିଧାନ ଆପ୍ଲିକେସନ ବା ନେଭା ଆପ୍ ମାଧ୍ୟମରେ ଉପଲବଧ ହେବ। ବିଧାୟକମାନେ ଚାହିଁଲେ ଏହି ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଅନଲାଇନରେ ଉତ୍ତର ପାଇ ପାରିବେ। ତେବେ ଯେଉଁ ବିଧାୟକମାନେ ଏନେଇ ପ୍ରଶିକ୍ଷଣ ନେବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ। ତା’ସହ ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ୱାଇଫାଇ କରାଯିବ ବୋଲି ବାଚସ୍ପତି କହିଛନ୍ତି।
ଆସନ୍ତାକାଲି ପୂର୍ବାହ୍ନରେ ଉଭୟ ବିଜେଡି ଓ ବିଜେପିର ବିଧାୟକ ଦଳ ବୈଠକ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version