Latest

ମହିଳା ବିଶ୍ୱକପ: ଫାଇନାଲରେ ପ୍ରବେଶ କଲା ଅଷ୍ଟ୍ରେଲିଆ

Posted on

ୱେଲିଙ୍ଗଟନ୍: ଆଇସିସି ମହିଳା ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲୀୟ ମହିଳା ଦଳ ୱେଷ୍ଟଇଣ୍ଡିଜ ମହିଳା ଦଳକୁ ୧୫୭ ରନରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରଛି। ଦଳ ପାଇଁ ଓ୍ୱିକେଟ୍ କିପର ଓପନର୍ ଆଲିସା ହେଲି ବିସ୍ଫୋରକ ବ୍ୟାଟିଂ କରୁଥିବାବେଳେ ସେ ୧୦୭ ବଲ ଖେଳି ସର୍ବାଧତ୍କ ୧୨୯ ରନ ସଂଗ୍ରହ କରିଥିଲେ । ଏହି ପ୍ରଦର୍ଶନ ପାଇଁ ହେଲିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ବିଚାର କରାଯାଇଛି ।
ୱେଲିଙ୍ଗଟନରେ ୱେଷ୍ଟଇଣ୍ଡିଜ୍ ମହିଳା ଦଳର ଅଧିନାୟକ ଶେମାଇନ୍ କ୍ୟାମ୍ପବେଲ ଟସ୍ ଜିତି ଅଷ୍ଟ୍ରେଲିଆ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ । ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଦଳ ତିନି ଓ୍ୱିକେଟ୍ ହରାଇ ୩୦୫ ରନ୍ ସ୍କୋର କରିବାରେ ସଫଳ ହୋଇଥିଲା । ହେଲିଙ୍କ ବ୍ୟତୀତ ରାହୁଲ ହେନ୍ସ ୮୫ ରନ,ଐଶ୍ ଗାର୍ଡନର୍ ୧୨, କ୍ୟାପଟେନ୍ ମେଗ୍ ଲାନ୍ନିଙ୍ଗ୍ ୨୬ ଏବଂ ବେଥ୍ ମୋଇନି ୪୩ ରନ କରି ଅପରାଜିତ ଥିଲେ ।
ଅଷ୍ଟ୍ରେଲୀୟ ଖେଳାଳିଙ୍କ ଦ୍ୱାରା ଦିଆଯାଇଥିବା ୩୦୬ ରନର ଟାର୍ଗେଟକୁ ପିଛା କରି କାରିବିଆନ୍ ମହିଳା ଦଳ ୩୭ ଓଭରରେ ମାତ୍ର ୧୪୮ ରନ ସମସ୍ତ ଖେଳାଳି ଆଉଟ ହୋଇଯାଇଥିଲେ । ଦଳ ପାଇଁ କେବଳ କ୍ୟାପଟେନ କ୍ୟାମ୍ପବେଲ ଅଷ୍ଟ୍ରେଲୀୟ ମହିଳା ବୋଲରଙ୍କ ସାମ୍ନାରେ କିଛି ସମୟ ତିଷ୍ଠି ପାରିଥିଲେ। ଦଳ ପାଇଁ ୭୫ ବଲର ସମ୍ମୁଖୀନ ହୋଇ ସେ ୪୮ ରନର ସର୍ବାଧିକ ଇନିଂସ ଖେଳିଥିଲେ।
ବିଜେତା ଦଳ ପାଇଁ ସେମିଫାଇନାଲ ମ୍ୟାଚରେ ବୋଲିଂ କରୁଥିବାବେଳେ ଜେସ୍ ଜୋନାସନ୍ ସର୍ବାଧିକ ଦୁଇଟି ସଫଳତା ପାଇବାରେ ସଫଳ ହୋଇଥିଲେ । ଜୋନାସନଙ୍କ ବ୍ୟତୀତ ମେଗାନ୍ ସ୍କଟ୍, ଆନ୍ନାବେଲ ସଟରଲ୍ୟାଣ୍ଡ, ତାହଲିଆ ମ୍ୟାକଗ୍ରାଥ, ଆଲାନା କିଙ୍ଗ ଏବଂ ଐଶ୍ ଗାର୍ଡନର୍ ପ୍ରତ୍ୟେକ ଦଳ ପାଇଁ ସଫଳତା ହାସଲ କରିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version