ରାଜ୍ୟ

ବିଶ୍ୱ ଦେଖିଲା ଓଡ଼ିଶାର ଦମ୍,ହକି ବିଶ୍ୱକପ୍ ଉଦଘାଟିତ

Posted on

ଭୁବନେଶ୍ୱର(ଓଡବ୍ଲ୍ୟୁ):ରଙ୍ଗାରଙ୍ଗ ପରିବେଶରେ ଉଦ୍‌ଘାଟିତ ହୋଇଛି ପୁରୁଷ ହକି ବିଶ୍ୱକପ୍ ୨୦୧୮। ଉଦ୍‌ଘାଟନୀ ଉତ୍ସବ ମାଧ୍ୟମରେ ଆଜି ଓଡ଼ିଶା ସାରା ବିଶ୍ୱକୁ ଚମକାଇ ଦେଇଛି।ଭୁବନେଶ୍ୱର କଳିଙ୍ଗ ଷ୍ଟାଡିମୟରେ ଆୟୋଜିତ ଭବ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱକପ୍‌ ଉଦ୍‌ଘାଟନ ଘୋଷଣା କରିଥିଲେ।ଏହି ମେଗା ଉତ୍ସବରେ ବଲିଉଡ୍‌ ଷ୍ଟାର ଶାହରୁଖ ଖାନ୍ ଓ ମାଧୁରୀ ଦୀକ୍ଷିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସଂଗୀତ ପରିବେଷଣ କରିଥିଲେ।ଦେଶ ବିଦେଶର ୧୮୦୦ କଳାକାରଙ୍କୁ ନେଇ ଚିତ୍ତାକର୍ଷକ ନୃତ୍ୟ ଓ ସଙ୍ଗୀତ ପରିବେଷିତ ହୋଇଥିଲା।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪ କୋଟି ଜନତାଙ୍କ ପକ୍ଷରୁ ହକି ବିଶ୍ବକପ୍‌ର ସମସ୍ତ ଖେଳାଳି, ଅଧିକାରୀ, ଅନ୍ତର୍ଜାତୀୟ ହକି ମହାସଂଘ, ହକି ଇଣ୍ଡିଆକୁ ସ୍ବାଗତ କରିବା ସହିତ ‘ଓଡ଼ିଶା ବିଶ୍ୱକପ୍’ ଉଦ୍‌ଘାଟିତ ହେଲା ବୋଲି ବିଧିବଦ୍ଧ ଘୋଷଣା କରିଥିଲେ। ଏଥିସହିତ, ୧୬ ଦେଶର ଅଧିନାୟକଙ୍କ ସହ କରମର୍ଦନ କରୁଥିବାବେଳେ ଶାହରୁଖଙ୍କୁ ହୃ୍ଦୟ ଖୋଲା ଆଲିଙ୍ଗନ ଆକର୍ଷଣୀୟ ଥିଲା। ଜୟ ଜଗନ୍ନାଥରୁ ବକ୍ତବ୍ୟ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଜୟ ହିନ୍ଦ୍‌’ରେ ବକ୍ତବ୍ୟ ଶେଷ କରିଥିଲେ। ବିଶ୍ବରେ ଏକତା ଆଣିବାରେ ହକି ବଡ଼ ଭୂମିକା ନେଇଛି। ବିଶ୍ବବାସୀଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଦେଖାଇ ଦେଇଛନ୍ତି ବୋଲି ଶାହରୁଖ କହିଥିଲେ। ଅନ୍ତର୍ଜାତୀୟ ହକି ସଂଘର ସଭାପତି ନରେନ୍ଦ୍ର ବାତ୍ରା କହିଥିଲେ, ‘ଓଡ଼ିଶା‌ରେ ବିଶ୍ବକପ୍ ଏକ ସମ୍ମାନ ଓ ଗୌରବର ବିଷୟ।ଓଡ଼ିଶାବାସୀଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ ବୋଲି ପ୍ରମାଣିତ‌ ହୋଇଛି।

Leave a Reply

Your email address will not be published. Required fields are marked *

Most Popular

Exit mobile version