Latest

ଗୁଳିମାଡ଼ର ଶିକାର ଯୁବକଙ୍କ ମୃତ୍ୟୁ

Posted on

ରାଉରକେଲା (ଓଡ଼ିଶା ଓ୍ବେୟାର): ଶୁକ୍ରବାର ସନ୍ଧ୍ୟାରେ ଗୁଳିମାଡ଼ର ଶିକାର ହୋଇଥିବା ରାଉରକେଲାର ଜିତେନ୍ଦ୍ର ସାହଙ୍କର ମୃତ୍ୟୁ ହୋଇଯାଇଛି। ଆଇଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଥିତିକୁ ଦୃଷ୍ଟିରେ ରଖି ହସ୍‌ପିଟାଲ୍‌ରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି।
ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ରେଲେଓ୍ୱ କଲୋନୀର ଜିତେନ୍ଦ୍ର ସାହଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଲା ଯାଇଥିଲା। ୪ ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ।
ଏହି ଗୁଳିମାଡ଼ରେ ଜିତେନ୍ଦ୍ରଙ୍କ ସହିତ ତାଙ୍କର ଜଣେ ସଂପର୍କୀୟା ମଧ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ଜିତେନ୍ଦ୍ରଙ୍କର ମୃତ୍ୟୁ ହୋଇଯାଇଛି।
ଗତକାଲି ଏହି ଗୁଳିମାଡ଼ ପରେ ଆଇଜିଏଚ୍ ପରିସରରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା। ସେଥିପାଇଁ ସେଠାରେ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା।
ପୂର୍ବ ଶତ୍ରୁତାରୁ ଜିତେନ୍ଦ୍ରଙ୍କ ଉପରକୁ ଗୁଳିମାଡ଼ ହୋଇଥିବା କୁହାଯାଉଥିବା ବେଳେ ପୁଲିସ୍ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତମାନେ ଧରା ପଡ଼ିବା ପରେ ଗୁଳିମାଡ଼ର ପ୍ରକୃତ କାରଣ ଜଣାପଡ଼ିବ ବୋଲି ରାଉରକେଲା ଏସ୍‌ପି କହିଛନ୍ତି।

Leave a Reply

Your email address will not be published. Required fields are marked *

Most Popular

Exit mobile version