ରାଉରକେଲା(ଓଡବ୍ଲ୍ୟୁ):ବିଧାନସଭାର ଶୀତ ଅଧିବେଶନକୁ ୧୮ଦିନ ପୂର୍ବରୁ ବନ୍ଦ କରାଯିବା ଗଣତନ୍ତ୍ର ପ୍ରତି ଚରମ ଉପହାସ ବୋଲି ପିସିସି କହିଛି।ବିଧାନସଭା ଅଧିବେଶନ ଆଗୁଆ ବନ୍ଦ ହେବାକୁ ନେଇ କଂଗ୍ରେସ ବିଧାୟକ ଦଳ କୋହଳ ଆଭିମୁଖ୍ୟ ପୋଷଣ କରିଥିବାବେଳେ ଆଜି ପିସିସି ମିଡିଆ ସେଲର ଏଭଳି ଅଭିଯୋଗ କଂଗ୍ରେସରେ ଫାଟ ହୋଇଥିବାକୁ ଜଳଜଳ ପଦାରେ ପକାଇଛି।
ନିର୍ବାଚନୀ ବର୍ଷରେ ବିଧାୟକ ଦଳର ଏଭଳି ଆଭିମୁଖ୍ୟକୁ କଡ଼ା ସମାଲୋଚନା ହେବା ପରେ କଂଗ୍ରେସ ମିଡିଆ ସେଲ୍ ଆଜି ସାମ୍ବାଦିକ ସମ୍ମିଳନୀ କରି ତାଳି ପକାଇବାକୁ ଉଦ୍ୟମ କରିଛି । ବିରୋଧୀ ଦଳ ନେତା, ବିରୋଧୀ ଦଳ ମୁଖ୍ୟ ସଚେତକ ଓ ବରିଷ୍ଠ ବିଧାୟକମାନଙ୍କ ପରିବର୍ତେ ପ୍ରଥମଥରର ବିଧାୟକ କୈଳାସ ଚନ୍ଦ୍ର କୁଲେସିକାଙ୍କୁ ଧରି ଦଳର ମିଡିଆ ସେଲ୍ ଏହି ସାମ୍ବାଦିକ ସମ୍ମିଳନୀ କରିଥିଲା।ବିଧାୟକ ଶ୍ରୀ କୁଲେସିକା ଓ ଦଳର ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ, ଚଳିତ ବିଧାନସଭାର ୧୫ ତମ ଅଧିବେଶନକୁ ଧାର୍ଯ୍ୟ ସମୟ ପୂର୍ବରୁ ମାତ୍ର ୫ ଦିନ ଚଳାଇ ହଠାତ୍ ବନ୍ଦ କରିବା ଦୁର୍ଭାଗ୍ୟଜନକ। ବିଜେଡ଼ି ସରକାରର ବିଧାନସଭା ଏବଂ ସମ୍ବିଧାନ ପ୍ରତି ଯେ ସାମାନ୍ୟତମ ସମ୍ମାନ ନାହିଁ ।ସମ୍ବିଧାନର ୧୭୪ ଧାରା ଓ ରୁଲ-୧୧ ଅନୁଯାୟୀ ବିଧାନ ସଭା ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବନିମ୍ନ ୬୦ ଦିନ ବସିବା କଥା ମାତ୍ର କୌଣସି ବିଧାନସଭା ୬୦ ଦିନ ବସିନାହିଁ।ପୁନଶ୍ଚ ବିଡ଼ମ୍ବନାର ବିଷୟ ହେଉଛି ଯେ କାର୍ଯ୍ୟଦିବସ ଗୁଡ଼ିକରେ ଦିନକୁ ହାରାହାରି ମାତ୍ର ୪ଘଂଟା ବିଧାନସଭାର କାର୍ଯ୍ୟ ହେଉଛି।ବିଧାନସଭାରେ ୧୧୭ ଜଣ ସଭ୍ୟ ଥିବା ବିଜେଡ଼ି ଦଳର ସମ୍ବିଧାନ ଏବଂ ବିଧାନସଭା ପ୍ରତି ତିଳେ ମାତ୍ର ସମ୍ମାନ ଥିଲେ ଏହାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।ଚଳିତ ୧୫ତମ ଅଧିବେସନ ନଭେମ୍ବର ୧୬ ରୁ ଆରମ୍ଭ ହୋଇ ଡିସେମ୍ବର ୧୫ ପର୍ଯ୍ୟନ୍ତ ଚାଲିବାର ଥିଲା।ମାତ୍ର ୫ଦିନ ପରେ ଗତ ୨୪ତାରିଖରେ ବିଧାନ ଅଧିବେସନକୁ ଅର୍ନିଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦିଆଗଲା।ଓଡ଼ିଶାରେ ଏଯାବତ୍ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ରହିଛି ଯାହା ଉପରେ ବିଧାନସଭାରେ ସବିଶେଷ ଆଲୋଚନା ହେବା ଜରୁରୀ ଥିଲା।ଓଡ଼ିଶାର ·ଷୀ ସମସ୍ୟା, ଶିକ୍ଷା, ସ୍ୱାସ୍ଥ୍ୟ ତଥା ତିତିଲି ବାତ୍ୟାଜନିତ କ୍ଷୟକ୍ଷତି ପରି ଅନେକ ପ୍ରସଙ୍ଗରେ ଆଲୋଚନା ବିଧାନସଭାରେ ହେବାର ଆବଶ୍ୟକତା ଥିଲା।କାର୍ଯ୍ୟପରାମର୍ଶଦାତା କମିଟି ବୈଠକରେ ବିଧାନସଭା ଅଧିବେଶନ ବନ୍ଦ ନକରିବା ପାଇଁ ଦଳ ପରାମର୍ଶ ଦେଇଥିଲା।ମାତ୍ର ସରକାର ସେଥିପ୍ରତି ଧ୍ୟାନ ନ ଦେଇ ବିଧାନସଭା ଅଧିବେଶନକୁ ଅଧାରୁ ବନ୍ଦ କରିବା ଓଡ଼ିଶାବାସୀଙ୍କ ପ୍ରତି ଏକ ଚରମ ଉପହାସ ବୋଲି କଂଗ୍ରେସ ଅଭିଯୋଗ କରିଛି ।ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ରଜନୀ କୁମାର ମହାନ୍ତି, ପ୍ରଶାନ୍ତ ଶତପଥି ଏବଂ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
ନବୀନଙ୍କ ହସ୍ତକ୍ଷେପ ସତ୍ତ୍ୱେ ଥମିଲାନି ଗଞ୍ଜାମ ବିଜେଡି ବିବାଦ
ଭୁବନେଶ୍ୱର(ଓଡ଼ିଶା ୱେୟାର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିଜ ଜିଲ୍ଲା ଗଞ୍ଜାମରେ ବିଜେଡି ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଦଳର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ...