Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଖାରବେଳ ସ୍ୱାଇଁଙ୍କୁ ଆକ୍ରମଣ, କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ରାୟଗଡ଼ା(ଓଡବ୍ଲ୍ୟୁ): ଉକ୍ରଳ ଭାରତ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କୁ ରାୟଗଡ଼ା ଜିଲ୍ଲାର କାଶୀପୁରରେ ଆକ୍ରମଣ ହୋଇଛି।ଏହି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର କ୍ରାଇମବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ସ୍ୱାଇଁଙ୍କୁ ମାଡ଼ ମାରିଥିବା ଯୁବକ ସୁକାନ୍ତ କୁମାର ନାୟକକୁ ପୁଲିସ ଗିରଫ କରିଥିବାବେଳେ ଅନ୍ୟଜଣେ ଅଭିଯୁକ୍ତ କୃଷ୍ଣ କୁମାର ନାୟକ ଫେରାର ଅଛି।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ସ୍ୱାଇଁ କାଶୀପୁର ବ୍ୟାଙ୍କ ଛକ ନିକଟରେ ଏକ ପଥପ୍ରାନ୍ତ ସଭା କରୁଥିବାବେଳେ କିଛି ଯୁବକ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜବରଦସ୍ତି ତାଙ୍କ ସଭାକୁ ବନ୍ଦ କରିଥିବାବେଳେ ସୁକାନ୍ତ ନାୟକ ନାମକ ଜଣେ ଯୁବକ ତାଙ୍କୁ ଚାପୁଡ଼ା ମାରିଥିଲେ।ଶ୍ରୀ ସ୍ୱାଇଁଙ୍କ ସମେତ ଉକ୍ରଳ ଭାରତର ବିଦ୍ୟାର୍ଥୀ ଶାଖା ସଭାପତି ପ୍ରତ୍ୟୁଷ ନାୟକଙ୍କୁ ମଧ୍ୟ ଆକ୍ରମଣ ହୋଇଛି।ଏହି ଘଟଣାକୁ ଖାରବେଳ ନିଜେ ସୋସିଆଲ ମିଡିଆରେ ଭାଇରାଲ କରିବା ପରେ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହୋଇଥିଲା।ତା’ପରେ ସମସ୍ତ ଦଳ ଘଟଣାକୁ ନିନ୍ଦା କରିଛନ୍ତି।ଖାରବେଳ ଏହି ଘଟଣାରେ ବିଜେଡି କର୍ମୀମାନେ ସମ୍ପୃକ୍ତ ବୋଲି ଅଭିଯୋଗ କରିଥିବାବେଳେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଏହାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।ବିଜେଡି ହିଂସାରେ ବିଶ୍ୱାସ କରେ ନାହିଁ। ଆକ୍ରମଣକାରୀକୁ ପୁଲିସ ଅଟକ ରଖିଛି।ଉଚିତ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।ତେବେ ଶ୍ରୀ ସ୍ୱାଇଁ ପ୍ରତ୍ୟେକ ବିଷୟକୁ ବିଜେଡି ଆଡ଼କୁ ଇଙ୍ଗିତ କରିବା ଅନୁଚିତ୍।ବିଜେପି ଏହାକୁ ନେଇ ଶସ୍ତା ରାଜନୀତି କରୁଛି ବୋଲି ଶ୍ରୀ ପାତ୍ର କହିଛନ୍ତି।
ତେବେ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଉଦବେଗ ପ୍ରକାଶ କରିବା ସହ କାହିଁକି ଶ୍ରୀ ସ୍ୱାଇଁଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି ତା’ର କ୍ରାଇମବ୍ରାଂଚ ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।ସେହିପରି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜନୀତିକ ପ୍ରତିପକ୍ଷକୁ ହିଂସାତ୍ମକ ଢଙ୍ଗରେ ବଳପ୍ରୟୋଗ କରି କଣ୍ଠରୋଧ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ସବୁ ସମୟରେ ଅହିଂସାର କଥା କହୁଥିବା ମୁଖ୍ୟମନ୍ତ୍ରୀ ହିଂସାକୁ ଆପଣେଇଛନ୍ତି।ବିଜୁ ଯୁବ ବାହିନୀ ଏଭଳି ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ବୋଲି ବିଜେପି ଅଭିଯୋଗ କରିଛି।ସେହିପରି କଂଗ୍ରେସ ମଧ୍ୟ ଏହି ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top