ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଧାନସଭା ଶୀତ ଅଧିବେଶନକୁ ନିର୍ଦ୍ଧାରିତ ଅବଧିର ୧୮ଦିନ ପୂର୍ବରୁ ଶେଷ ହୋଇଛି।କୌଣସି ସରକାରୀ କାର୍ଯ୍ୟ ନଥିବା ଦର୍ଶାଇ ସରକାର ଗୃହକୁ ଆଗୁଆ ବନ୍ଦ କରିବା ପ୍ରତିବାଦରେ ବିଜେପି କକ୍ଷତ୍ୟାଗ କରିଛି।ତେବେ ସରକାରଙ୍କୁ କଂଗ୍ରେସ ସମର୍ଥନ ଜଣାଇଛି।ଚଳିତ ୨୦୧୮ ମସିହାରେ ଗୃହ ମାତ୍ର ୪୨ଦିନ ଚାଲିପାରିଛି।
ସୂଚନା ଅନୁସାରେ ଶୀତ ଅଧିବେଶନକୁ ଆଜି ଶେଷ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମାନ ଢଙ୍ଗରେ ସରକାରୀ କାର୍ଯ୍ୟ ନାହିଁ ବୋଲି ଯୁକ୍ତି ବାଢ଼ିବାକୁ ପଛାଇ ନଥିଲେ।ଅବଶ୍ୟ ବିଜେପି ଏଭଳି ପ୍ରସ୍ତାବକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା ।କଂଗ୍ରେସ ଓ ବିଜେଡିର ଏଭଳି ଡିଲରେ ବିଜେପି ଭାଗିଦାରୀ ହୋଇନଥିଲା।ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଆଜି ଗୃହକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରିବାମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ନିଜ ଆସନରୁ ଉଠି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ଆସି ତାଙ୍କୁ ନମସ୍କାର କରିବା ସହ ହାତ ମିଳାଇଥିଲେ।ବିଜେଡିର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ସହ ହାତ ମିଳାଇବାକୁ ନରସିଂହ ଭୁଲି ନଥିଲେ।ଏହାକୁ ବିରୋଧୀ ଦଳ ନେତାଙ୍କ ଏଭଳି ଭୂମିକା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ୨୦୧୮ ମସିହାରେ ବିଧାନସଭା ଅଧିବେଶନ ୩ଥର ବସିଥିଲେ ମଧ୍ୟ ମୋଟ ୪୨ଦିନ ଗୃହ ଚାଲିବା ସମ୍ଭବପର ହୋଇପାରିଛି । ଚଳିତବର୍ଷ ବଜେଟ୍ ଅଧିବେଶନ ମାର୍ଚ୍ଚ ୨୦ରୁ ମେ’ ୫ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ଏହା ନିର୍ଦ୍ଧାରିତ ଅବଧିର ୪ଦିନ ପୂର୍ବରୁ ଅର୍ଥାତ୍ ମେ’ ୧ତାରିଖରେ ବନ୍ଦ ହୋଇଥିଲା ଓ ଗୃହ ୨୬ଦିନ ଚାଲିପାରିଥିଲା । ସେହିପରି ବିଧାନସଭାର ମୌସୁମୀ ଅଧିବେଶନ ସେପେମ୍ବର ୪ରୁ ୨୦ତାରିଖ ମଧ୍ୟରେ ମାତ୍ର ୧୧ଦିନ ଚାଲିଥିଲା ।ଏହି ଅଧିବେଶନରେ ସରକାର ଆଗୁଆ ନିର୍ବାଚନ ଆଶଙ୍କାରେ ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ସେହିପରି ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଅଧିବେଶନ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ମୋଟ ୨୩ଦିନ ଚାଲିବାର ଥିଲା । କିନ୍ତୁ ମାତ୍ର ୫ଦିନ ଚାଲିବା ପରେ ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦେଇଛନ୍ତି ।
ନୂଆବର୍ଷରୁ ଚାଷୀ ପଞ୍ଜିକରଣ: ମିଳିବ ୟୁନିକ୍ ନମ୍ବର ଓ ଡିଜିଟାଲ ଚାଷୀ କାର୍ଡ
ଭୁବନେଶ୍ୱର(ଓଡ଼ିଶା ୱେୟାର): ରାଜ୍ୟର ସମସ୍ତ ଚାଷୀଙ୍କ କୁଣ୍ଡଳୀ ସରକାରଙ୍କ ପାଖରେ ରହିବ । ଏଥିପାଇଁ ସମସ୍ତ ଚାଷୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି...