Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆଗୁଆ ସରିଲା ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଧାନସଭା ଶୀତ ଅଧିବେଶନକୁ ନିର୍ଦ୍ଧାରିତ ଅବଧିର ୧୮ଦିନ ପୂର୍ବରୁ ଶେଷ ହୋଇଛି।କୌଣସି ସରକାରୀ କାର୍ଯ୍ୟ ନଥିବା ଦର୍ଶାଇ ସରକାର ଗୃହକୁ ଆଗୁଆ ବନ୍ଦ କରିବା ପ୍ରତିବାଦରେ ବିଜେପି କକ୍ଷତ୍ୟାଗ କରିଛି।ତେବେ ସରକାରଙ୍କୁ କଂଗ୍ରେସ ସମର୍ଥନ ଜଣାଇଛି।ଚଳିତ ୨୦୧୮ ମସିହାରେ ଗୃହ ମାତ୍ର ୪୨ଦିନ ଚାଲିପାରିଛି।
ସୂଚନା ଅନୁସାରେ ଶୀତ ଅଧିବେଶନକୁ ଆଜି ଶେଷ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମାନ ଢଙ୍ଗରେ ସରକାରୀ କାର୍ଯ୍ୟ ନାହିଁ ବୋଲି ଯୁକ୍ତି ବାଢ଼ିବାକୁ ପଛାଇ ନଥିଲେ।ଅବଶ୍ୟ ବିଜେପି ଏଭଳି ପ୍ରସ୍ତାବକୁ ବିରୋଧ କରି କକ୍ଷତ୍ୟାଗ କରିଥିଲା ।କଂଗ୍ରେସ ଓ ବିଜେଡିର ଏଭଳି ଡିଲରେ ବିଜେପି ଭାଗିଦାରୀ ହୋଇନଥିଲା।ବାଚସ୍ପତି ପ୍ରଦୀପ କୁମାର ଅମାତ୍ ଆଜି ଗୃହକୁ ଅନିଶ୍ଚିତ କାଳ ପାଇଁ ମୁଲତବୀ ଘୋଷଣା କରିବାମାତ୍ରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ନିଜ ଆସନରୁ ଉଠି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପାଖକୁ ଆସି ତାଙ୍କୁ ନମସ୍କାର କରିବା ସହ ହାତ ମିଳାଇଥିଲେ।ବିଜେଡିର ଅନ୍ୟ ମନ୍ତ୍ରୀ ଓ ବିଧାୟକଙ୍କ ସହ ହାତ ମିଳାଇବାକୁ ନରସିଂହ ଭୁଲି ନଥିଲେ।ଏହାକୁ ବିରୋଧୀ ଦଳ ନେତାଙ୍କ ଏଭଳି ଭୂମିକା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ ୨୦୧୮ ମସିହାରେ ବିଧାନସଭା ଅଧିବେଶନ ୩ଥର ବସିଥିଲେ ମଧ୍ୟ ମୋଟ ୪୨ଦିନ ଗୃହ ଚାଲିବା ସମ୍ଭବପର ହୋଇପାରିଛି । ଚଳିତବର୍ଷ ବଜେଟ୍ ଅଧିବେଶନ ମାର୍ଚ୍ଚ ୨୦ରୁ ମେ’ ୫ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । କିନ୍ତୁ ଏହା ନିର୍ଦ୍ଧାରିତ ଅବଧିର ୪ଦିନ ପୂର୍ବରୁ ଅର୍ଥାତ୍ ମେ’ ୧ତାରିଖରେ ବନ୍ଦ ହୋଇଥିଲା ଓ ଗୃହ ୨୬ଦିନ ଚାଲିପାରିଥିଲା । ସେହିପରି ବିଧାନସଭାର ମୌସୁମୀ ଅଧିବେଶନ ସେପେମ୍ବର ୪ରୁ ୨୦ତାରିଖ ମଧ୍ୟରେ ମାତ୍ର ୧୧ଦିନ ଚାଲିଥିଲା ।ଏହି ଅଧିବେଶନରେ ସରକାର ଆଗୁଆ ନିର୍ବାଚନ ଆଶଙ୍କାରେ ଅତିରିକ୍ତ ବଜେଟ୍ ଆଗତ କରିଥିଲେ । ସେହିପରି ନଭେମ୍ବର ୧୬ରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଅଧିବେଶନ ଡିସେମ୍ବର ୧୫ତାରିଖ ପର୍ଯ୍ୟନ୍ତ ମୋଟ ୨୩ଦିନ ଚାଲିବାର ଥିଲା । କିନ୍ତୁ ମାତ୍ର ୫ଦିନ ଚାଲିବା ପରେ ବାଚସ୍ପତି ଆଜି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top