Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ଆଗୁଆ ଘୋଷଣା ହେଲା ମରୁଡ଼ି ପ୍ୟାକେଜ୍

ଭୁବନେଶ୍ୱର : ଜିଲ୍ଲାପାଳଙ୍କ ରିପୋର୍ଟ ଆଧାରରେ ୩୦ତାରିଖ ସୁଦ୍ଧା ମରୁଡ଼ି ପ୍ୟାକେଜ୍ ଘୋଷଣା ହେବ ବୋଲି ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିବାର ୨୪ଘଂଟା ନପୁରୁଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମରୁଡ଼ି ପ୍ରଭାବିତ ଅଂଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ବିଜେପୁର ଉପନିର୍ବାଚନ ଆଚରଣ ବିଧି ଲାଗୁ ହେବା ଆଶଙ୍କାରେ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟ ପୂର୍ବରୁ ଏହି ମରୁଡ଼ି ପ୍ୟାକେଜ୍ ଘୋଷଣା କରିଛନ୍ତି । ସୂଚନା ଅନୁସାରେ ରାଜ୍ୟର ୧୫ଟି ଜିଲ୍ଲାର ୭୦ଟି ବ୍ଲକ୍ର ୧୧୨୫ଟି ପଂଚାୟତର ୬୦୧୫ଟି ଗାଁ ମରୁଡ଼ିରେ ପ୍ରଭାବିତ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି ମରୁଡ଼ି ଅଂଚଳ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରି କହିଛନ୍ତି ଯେ ୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣଜଳସେଚିତ ଅଂଚଳର କ୍ଷୁଦ୍ର ଓ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା ୬୮୦୦ଟଙ୍କା ଓ ଜଳସେଚନ ସୁବିଧା ଥିବା ଅଂଚଳରେ ଫସଲ ହାନି ପାଇଁ ହେକ୍ଟର ପିଛା ୧୩,୫୦୦ଟଙ୍କା କ୍ଷତିପୂରଣ ଦିଆଯିବ । ମରୁଡ଼ି ଗ୍ରସ୍ତ ଅଂଚଳରେ ଜଳକର ଆଦାୟ ସମ୍ପୂର୍ଣ୍ଣ ଛାଡ୍ କରାଯିବ । ତେବେ ରାଜସ୍ୱ କର ଏବର୍ଷ ଆଦାୟ ନକରାଯାଇ ଆସନ୍ତାବର୍ଷ ବିନା ସୁଧରେ ଚାଷୀଙ୍କଠାରୁ ଆଦାୟ ହେବ । ସେହିପରି ମରୁଡ଼ି ଅଂଚଳର ସମସ୍ତ ସରକାରୀ,ଅନୁଦାନପ୍ରାପ୍ତ ଓ ଅଣ ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ପିଲାଙ୍କ ଟ୍ୟୁସ୍ନ ଫି ଛାଡ଼ କରାଯିବ । ଏହା ସହିତ ମରୁଡ଼ି ଅଂଚଳରେ ଅଧିକ ୫୦ଦିନର କାର୍ଯ୍ୟ ମନରେଗା ଯୋଜନାରେ ଯୋଗାଇ ଦିଆଯିବ । ଖରିଫରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ରବି ସହାୟତା ମିଳିବ । କ୍ଷତିଗ୍ରସ୍ତ ଅଚଳରେ ରବି ଋତୁରେ ୧.୨୫ଲକ୍ଷ ଡାଲି ଜାତୀୟ ବିହନର ମିନିକିଟ୍ ପ୍ରଦାନ କରାଯିବ । ୫୦ହଜାର ତୈଳବୀଜ ଓ ୨୫ହଜାର ପନିପରିବା କିଟ୍ ବଂଟନ କରାଯିବ । ଚାଷୀଙ୍କୁ ୫୦ ପ୍ରତିଶତ ରିହାତିରେ ୫ହଜାର ପାଣି ପମ୍ପ ସେଟ୍ ଯୋଗାଇ ଦିଆଯିବ । ଚାଷୀଙ୍କ ଫସଲ ଋଣକୁ ଦୀର୍ଘମିଆଦୀ ଯୋଜନାରେ ପରିବର୍ତନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top