Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକ

ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ନେବାକୁ ବାଚସ୍ପତିଙ୍କ ସର୍ତ୍ତମୂଳକ ଅନୁମତି

ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଚେତାଶୂନ୍ୟ ହୋଇପଡ଼ିଲେ

ସାମ୍ବାଦିକମାନଙ୍କ ପ୍ରତିବାଦକୁ ସମର୍ଥନ କଲେ ବିଜେଡି ଓ କଂଗ୍ରେସ

 

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ବିଧାନସଭାର ପ୍ରେସ୍ ଗ୍ୟାଲେରୀ ଭିତରକୁ ମୋବାଇଲ୍ ଫୋନ୍ ନେବା ଉପରେ କଟକଣାକୁ ବିରୋଧ କରି ଧାରଣାରେ ବସିଥିବା ସାମ୍ବାଦିକମାନେ ପୁଣିଥରେ ନିଜର କାର୍ଯ୍ୟ ଆରମ୍ଭ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ସହ ଆଲୋଚନା ପରେ ସ୍ଥିତି ସ୍ୱାଭାବିକ ହୋଇଛି । ଏହାସହିତ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ମୋବାଇଲ ଫୋନ୍ ନେବାକୁ ବାଚସ୍ପତି ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।
ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ସାମ୍ବାଦିକମାନେ ପ୍ରେସ୍ ଗ୍ୟାଲେରୀକୁ ଯିବାବେଳେ ସୁରକ୍ଷାକର୍ମୀମାନେ ମୋବାଇଲ ଫୋନ୍ ଭିତରକୁ ନନେବା ପାଇଁ ବାରଣ କରିଥିଲେ । ଯାହାକୁ ନେଇ ସାମ୍ବାଦିକମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ନିଷ୍ପତ୍ତିକୁ ବିରୋଧ କରି ଉଭୟ ପ୍ରିିଂଟ୍‌, ଟିଭି, ଡିଜିଟାଲ ମିଡିଆର ପ୍ରତିନିଧିମାନେ ବିଧାନସଭା ପରିସରସ୍ଥ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ସାମ୍ବାଦିକମାନଙ୍କ ପ୍ରତିବାଦକୁ ସମର୍ଥନ କରି ବିଜେଡି ଓ କଂଗ୍ରେସ ବିଧାୟକମାନେ ଘଟଣାସ୍ଥଳକୁ ଆସି ବାଚସ୍ପତିଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିଥିଲେ । ତେବେ ପ୍ରାୟ ଅଢ଼େଇ ଘଂଟା ଧରି ସାମ୍ବାଦିକମାନେ ଧାରଣାରେ ବସି ରହିବା ପରେ ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଧାରଣାସ୍ଥଳକୁ ଆସି ସାମ୍ବାଦିକମାନଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଥିଲେ । ଆଉ ସେମାନଙ୍କ ଉପସ୍ଥିତିରେ ସାମ୍ବାଦିକମାନେ ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସଫଳ ହୋଇଛି । ପ୍ରେସ୍ ଗ୍ୟାଲେରୀ ଭିତରକୁ ସାମ୍ବାଦିକମାନେ ମୋବାଇଲ ଫୋନ୍ ନେଇଯାଇପାରିବେ । କିନ୍ତୁ କୌଣସି ଫଟୋ ଓ ଭିଡିଓ ଉତ୍ତୋଳନ କରିପାରିବେ ନାହିଁ । ଫୋନ୍ ସାଇଲେଂଟ୍ ମୋଡରେ ରହିବ । ପ୍ରିଣ୍ଟ ମିଡିଆ ନିମନ୍ତେ ପ୍ରଶ୍ନକାଳର ଅଧିକ ସଂଖ୍ୟକ ଫଟୋଗ୍ରାଫ୍ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଯଥେଷ୍ଟ ସଂଖ୍ୟକ କ୍ୟାମେରାମ୍ୟାନ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି ।
ସୂଚନାଯୋଗ୍ୟ, ଆଜି ଗାନ୍ଧି ମୂର୍ତ୍ତି ତଳେ ସାମ୍ବାଦିକମାନେ ଧାରଣାରେ ବସି ରହିଥିବାବେଳେ ବରିଷ୍ଠ ସାମ୍ବାଦିକ ଭାଗବତ ତ୍ରିପାଠୀ ଚେତାଶୂନ୍ୟ ହୋଇପଡ଼ିଥିଲେ । ତାଙ୍କୁ ତୁରନ୍ତ ବିଧାନସଭା ପରିସରରେ ଥିବା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଓ ସେ ସୁସ୍ଥ ଥିବା ଜଣାପଡ଼ିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top