Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
Latest

ବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ

  • ତାରାଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବିତ

  • ଗାନ୍ଧିମୂର୍ତ୍ତି ତଳେ କଳାପଟି ବାନ୍ଧି ପ୍ରତିବାଦ

  • ତାରାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ବିଜେଡିର ବିରୋଧ

ଭୁବନେଶ୍ୱର(ଓଡ଼ିଶା ୱେୟାର): ଓଡ଼ିଶା ବିଧାନସଭାର ପବିତ୍ର ଗୃହରେ ଶାସକ ଓ ବିରୋଧୀ ବିଧାୟକମାନେ ଧସ୍ତାଧସ୍ତି ଓ ଠେଲାପେଲା ଭଳି କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛନ୍ତି । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟର ତୃତୀୟ ଦିନରେ ପ୍ରଶ୍ନକାଳ ଆରମ୍ଭରୁ ଏହି ଅଭାବନୀୟ ଘଟଣା ପାଇଁ ବାଚସ୍ପତି ସୁରମା ପାଢ଼ୀ ସନ୍ଧ୍ୟାରେ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ ଘୋଷଣା କରାଯାଇଛି ।
ଏପଟେ ତାରାଙ୍କ ସମର୍ଥନରେ ତାଙ୍କ ଦଳ କଂଗ୍ରେସ ଓ ବିଜେଡି ଆଗକୁ ଆସିଛି । ତାରାଙ୍କ ନିଲମ୍ବନକୁ ତୁରନ୍ତ ପ୍ରତ୍ୟାହାର ପାଇଁ ଉଭୟ ବିରୋଧୀ ଦଳ ଦାବି କରିଥିବାବେଳେ କଂଗ୍ରେସ ବିଧାୟକମାନେ ମୁହଁରେ କଳାପଟି ପିନ୍ଧି ବିଧାନସଭା ପରିସରରେ ଥିବା ଗାନ୍ଧିମୂର୍ତ୍ତି ତଳେ ଧାରଣାରେ ବସିଥିଲେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ସିଏସ୍ ରାଜନ ଏକ୍କା ଓ ବିଜେପି ବିଧାୟକ ଅଶୋକ ମହାନ୍ତି ପରସ୍ପରକୁ ଠେଲାପେଲା ଓ କଲର ଧରିଥିବାର ଦୃଶ୍ୟ ରାଜ୍ୟବାସୀ ଦେଖିଛନ୍ତି । ବିଧାନସଭାର ପବିତ୍ର ଗୃହ ଭିତରେ ଜନପ୍ରତିନିଧିମାନଙ୍କ ଏଭଳି ଆଚରଣକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । କଂଗ୍ରେସ ବିଧାୟକମାନେ ନାରୀ ନିର୍ଯାତନା ଘଟଣାରେ ପ୍ଲାକାର୍ଡ ଧରି ସରକାରଙ୍କ ବିରୋଧରେ ବାଚସ୍ପତିଙ୍କ ପୋଡ଼ିୟମ ନିକଟରେ ହଟ୍ଟଗୋଳ କରୁଥିବାବେଳେ ବିଜେଡି ବିଧାୟକମାନେ ରାଜ୍ୟ ବିଭାଜନର ମନ୍ତବ୍ୟ ଦେଇଥିବା ଜୟନାରାୟଣ ମିଶ୍ରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ମୁଖ୍ୟମନ୍ତ୍ରୀଙ୍କ ବିବୃତ୍ତି ଦାବି କରି ହଟ୍ଟଗୋଳ କରିଥିଲେ । ତେବେ ଏହି ହଟ୍ଟଗୋଳ ଭିତରେ ବାଚସ୍ପତି ଶ୍ରୀମତୀ ପାଢ଼ୀ ପ୍ରଶ୍ନକାଳ ଆରମ୍ଭ ପାଇଁ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଡାକିଥିଲେ । ଆଉ ମନ୍ତ୍ରୀ ନିଜର ଉତ୍ତର ରଖୁଥିବାବେଳେ ତାଙ୍କ ସମ୍ମୁଖରେ ବିଧାୟକ ଶ୍ରୀ ବାହିନୀପତି ଛିଡ଼ା ହୋଇ ତାଙ୍କୁ ନିଜର ଉତ୍ତର ବନ୍ଦ କରିବାକୁ ଅନୁରୋଧ କରୁଥିଲେ । ମାତ୍ର ଏହି ସମୟରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ସେଠାକୁ ଯାଇ ତାରାଙ୍କୁ ଧକ୍କା ଦେଇଥିଲେ । ତାରା କହିଛନ୍ତି ଯେ, ସେ ଗଣତାନ୍ତ୍ରିକ ଉପାୟରେ ମନ୍ତ୍ରୀଙ୍କ ଉତ୍ତରକୁ ବିରୋଧ କରୁଥିବାବେଳେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ତାଙ୍କ କଲରକୁ ଭିଡ଼ି ଧରି ଧକ୍କା ମାରିଥିଲେ । ଗୃହ ଅର୍ଡରରେ ନାହିଁ, ତେଣୁ ଉତ୍ତର ନରଖିବାକୁ ମନ୍ତ୍ରୀଙ୍କୁ ସେ ଅନୁରୋଧ କରୁଥିଲେ । ମାତ୍ର ସରକାରୀ ଦଳ ମୁଖ୍ୟ ସଚେତକ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସାରାରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ଧସ୍ତାଧସ୍ତି କରିଥିଲେ ବୋଲି ଶ୍ରୀ ବାହିନୀପତି କହିଛନ୍ତି । ଏହାପୂର୍ବରୁ ତାରା ବାଚସ୍ପତିଙ୍କ ପୋଡ଼ିୟମ ଉପରେ ଚଢ଼ି ବିରୋଧ ପ୍ରଦର୍ଶନ କରିଥିଲେ ।
ତେବେ ବିଜେପି ବିଧାୟଙ୍କ ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି ଯେ, ଗଣତନ୍ତ୍ରରେ ବିରୋଧୀ ଦଳ ହେଉଛି ଏକ ଅଂଶ । କିନ୍ତୁ ଗୃହରେ ବିରୋଧୀ ଦଳ ଗୋଟିଏ ସୀମା ମଧ୍ୟରେ ରହିବା ଉଚିତ୍ । ଗୃହରେ ମନ୍ତ୍ରୀ ଉତ୍ତର ରଖୁଥିବାବେଳେ ବିଜେଡି ଓ କଂଗ୍ରେସ ବିଧାୟକମାନେ ତାଙ୍କର ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ଓ ତାଙ୍କ ଫାଇଲ୍ ନେଇଯାଇଥିଲେ । ଏହା ଗଣତନ୍ତ୍ରରେ କଦାପି ଗ୍ରହଣୀୟ ନୁହେଁ ।
ସେହିପରି ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି ଯେ, ଗୃହର ମଧ୍ୟଭାଗରେ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ ଏଭଳି ଧସ୍ତାଧସ୍ତି ଓ ଠେଲାପେଲା ହେବା ସେ କେବେ ଦେଖିନଥିଲେ । ଓଡ଼ିଶା ବିଧାନସଭା ଇତିହାସରେ ଏଭଳି ମଧ୍ୟ କେବେ ହୋଇନାହିଁ । ପ୍ରଥମଥର ପାଇଁ ଗୃହର ମହିଳା ସଦସ୍ୟମାନେ ଭୟଭୀତ ହୋଇପଡ଼ିଥିଲେ । ଗୃହରେ ହଟ୍ଟଗୋଳ ଜାରି ରହିଥିବାବେଳେ ବାଚସ୍ପତି ମଧ୍ୟ ଗୃହରେ ସ୍ୱାଭାବିକ କାର୍ଯ୍ୟ ନିମନ୍ତେ ଅନୁମତି ଦେବା ଉଚିତ୍ ନଥିଲା । ବିଜେପି ବିଧାୟକମାନେ ଆମର ବରିଷ୍ଠ ନେତାମାନଙ୍କୁ ଠେଲାପେଲା ମଧ୍ୟ କରିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।
ପ୍ରଥମାର୍ଦ୍ଧରେ ଗୃହ ଚାଲିବା ସମ୍ଭବପର ହୋଇନଥିବାବେଳେ ଦ୍ୱିତୀୟାର୍ଦ୍ଧରେ ତାରାଙ୍କୁ ୭ଟି କାର୍ଯ୍ୟଦିବସ ପାଇଁ ଗୃହରୁ ନିଲମ୍ବନ କରାଗଲା ବୋଲି ବାଚସ୍ପତି ଶ୍ରୀମତୀ ପାଢ଼ୀ ରୁଲିଂ ଦେଇଥିଲେ । ଯାହାକୁ ପ୍ରତିବାଦ କରି କଂଗ୍ରେସ ଗାନ୍ଧିମୂର୍ତ୍ତି ତଳେ କଳାପଟି ବାନ୍ଧି ପ୍ରତିବାଦ କରିଛି । ପିସିସି ସଭାପତି ଭକ୍ତ ଦାସ ମଧ୍ୟ ବିଧାୟକମାନଙ୍କ ସହ ପ୍ରତିବାଦରେ ସାମିଲ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top