ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅପରାହ୍ନ ୫ଟା ୪୫ମିନିଟ୍ରେ ଅନୁଷ୍ଠିତ ହେବ । ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି । ଏହି ପ୍ରସ୍ତାବ ମଧ୍ୟରେ ବିଧାନସଭା ଅଧିବେଶନ ଚାଲିଥିବାବେଳେ ବିଧାୟକଙ୍କ ମାସିକ ମେଡିକାଲ ଭତ୍ତା ପରିମାଣ ବୃଦ୍ଧି, ଝାରସୁଗୁଡ଼ାର ବେଲପାହାଡ଼଼ ସମେତ ମୋଟ୍ ୨ଟି ଜିଲ୍ଲାରେ ମେଗା ପାନୀୟ ଜଳ ପ୍ରକଳ୍ପ, ରାଜ୍ୟ ସମବାୟ ସୋସାଇଟି ଆଇନରେ ସଂଶୋଧନ କରି ଦାଗୀ ସଦସ୍ୟଙ୍କ ଉପରେ ଅଙ୍କୁଶ ଜାରି, ସର୍ଭିସ କ୍ୟାଡ଼ର ରୁଲ୍ରେ ସଂଶୋଧନ ସମେତ ଜଳସମ୍ପଦ ବିଭାଗ ଓ ଜଙ୍ଗଲ ବିଭାଗର ଗୋଟିଏ ଲେଖାଏ ପ୍ରସ୍ତାବ କ୍ୟାବିନେଟ୍ ବୈଠକକୁ ଆସିବ ବୋଲି ଜଣାପଡ଼ିଛି ।


