Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଏକାମ୍ରରୁ ବିଧାୟକ ପ୍ରାର୍ଥୀ ହେବେ ବାବୁ ସିଂ!

ଭୁବନେଶ୍ୱର(ଓଡ଼ିଶା ୱେୟାର): ଭୁବନେଶ୍ୱର ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବୁ ସିଂହ ଆଗାମୀ ସାଧାରଣ ନିର୍ବାଚନରେ ଏକାମ୍ର ବିଧାନସଭା ଆସନରୁ ଦଳୀୟ ପ୍ରାର୍ଥୀ ହେବେ ବୋଲି ଜଣାପଡ଼ିଛି। ସେ ଦୁଇ-ତିନି ଦିନ ମଧ୍ୟରେ ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ସିଂ ଆଗାମୀ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ବିଜେଡିଠୁ ନିର୍ଭର ପ୍ରତିଶ୍ରୁତି ଲୋଡ଼ିଥିଲେ। ତାଙ୍କୁ ଶନିବାର ମଧ୍ୟାହ୍ନ ସୁଦ୍ଧା ଦଳର ନିଷ୍ପତ୍ତି ଅବଗତ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ବିଜେଡି ପକ୍ଷରୁ ତାଙ୍କୁ କୌଣସି ଜବାବ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ କଡ଼ା ଟକ୍କର ଦେଇ ଶ୍ରୀ ସିଂ ନିର୍ବାଚନମଣ୍ଡଳୀରେ ନିଜର ପ୍ରଭାବ ବିସ୍ତାର କରିବାରେ ଲାଗିଥିଲେ। ସେ ବିଧାୟକ ପ୍ରାର୍ଥୀ ହେବା ପାଇଁ ଗତ ୨-୩ବର୍ଷ ଧରି ଜୋରଦାର ପ୍ରସ୍ତୁତି ଚଳାଇ ଆସୁଛନ୍ତି। ଏକାମ୍ରର ଦଳୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଲୋକପ୍ରିୟତା ନଥିବା ତଥା ଭୋଟରଙ୍କଠୁ ସେ ଦୂରେଇ ଯାଉଥିବା ଅନୁଭବ କରି ବିଜେଡି ଗତବର୍ଷ ଶ୍ରୀ ସିଂଙ୍କୁ ଭୁବନେଶ୍ୱର ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ଦେଇଥିଲା। କିନ୍ତୁ ମନ୍ତ୍ରୀ ଶ୍ରୀ ପଣ୍ଡା ଜିଲ୍ଲାରେ ସମାନ୍ତରାଳ ସାଂଗଠନିକ କାର୍ଯ୍ୟ ଚଳାଇ ଶ୍ରୀ ସିଂଙ୍କୁ ତୀବ୍ର ବିରୋଧ କରୁଥିଲେ। ଏଭଳି ଗୋଷ୍ଠୀକନ୍ଦଳ ଓ ବିଶୃଙ୍ଖଳା ସମ୍ପର୍କରେ ବିଜେଡି ନେତୃତ୍ୱଙ୍କ ପାଖରେ ଖବର ଥିଲେ ମଧ୍ୟ କୌଣସି ସମାଧାନ ହେଉନଥିବାରୁ ଶ୍ରୀ ସିଂ ତୀବ୍ର ଅସନ୍ତୋଷ ବ୍ୟକ୍ତ କରି ଦଳ ଛାଡ଼ିଥିବା ଜଣାପଡ଼ିଛି। ସେ ଦୁଇ-ତିନି ମଧ୍ୟରେ ନିଜର ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ ବୋଲି ସୂଚନା ମିଳିଛି।

Click to comment

Leave a Reply

Your email address will not be published. Required fields are marked *

Most Popular

To Top