Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଚମକ୍ରାର ଅଭିନୟ କରି ହସ୍ପିଟାଲରେ ଅଛନ୍ତି ଅନନ୍ତ ଜେନା: ବିଜେପି

ଭୁବନେଶ୍ୱର(ଓଡ଼ିଶା ୱେୟାର): ନିର୍ବାଚନ ହାରିବା ଭୟରେ ଶାସକ ବିଜେଡି ଏବେ ରକ୍ତମୁଖା ସାଜିଛିା ବିଜେଡିର ଗୁଣ୍ଡାମାନେ ପ୍ରତିହିଂସାପରାୟଣ ହୋଇ ବିରୋଧୀ ସମେତ ନିର୍ବାଚନ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ଏହା ସତ୍ତେ୍ୱ୍ୱ ରାଜ୍ୟ ପୁଲିସ ପ୍ରଶାସନ ଏବଂ ଖୋଦ୍ ମୁଖ୍ୟମନ୍ତ୍ରୀ ନୀରବଦ୍ରଷ୍ଟା ସାଜି ହୀନ ରାଜନୀତି କରିଚାଲିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି ।
ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ପିପିଲି ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀ ଯେଉଁଭଳି ଭାବେ ଗତକାଲି ସରକାରୀ ଅଫିସରମାନଙ୍କୁ ମରଣାନ୍ତକ ଆକ୍ରମଣ କଲେ ସେଥିରୁ ସ୍ପଷ୍ଟ ହେଉଛି ଯେ ନବୀନ ବାବୁଙ୍କ କହିବା ଏବଂ କରିବାରେ ପ୍ରାର୍ଥକ୍ୟ ରହିଛନ୍ତି । ରାଜ୍ୟର ସାଢେ ୪ କୋଟି ଲୋକଙ୍କୁ ‘ମୋ ପରିବାର’ କହିବୁଲୁଥିବା ମୁଖ୍ୟମନ୍ତ୍ରୀ ଏହି ଉକ୍ତି ମଧ୍ୟ ଭୁଲ୍ ପ୍ରମାଣିତ ହୋଇଛି । ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଫାର୍ମହାଉସରେ ଟଙ୍କା ଏବଂ ମଦ ବଂଟାଯାଉଥିବାର ନିଶ୍ଚିନ୍ତ ସୂଚନା ପାଇ ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ରଙ୍କ ନେତୃତ୍ୱରେ ନିର୍ବାଚନ ତଦାରଖ କରୁଥିବା ଫ୍ଲାଇଙ୍ଗ ସ୍କ୍ୱାଡ୍ର ଏକ ଟିମ୍ ସେଠାରେ ଚଢାଉ କରିବାକୁ ଯାଉଥିଲାବେଳେ ଖୋଦ୍ ମହାରଥୀ ଓ ତାଙ୍କର ଗୁଣ୍ଡା ସହଯୋଗୀମାନେ ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଆଜି କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ମଧ୍ୟ ଆହତ ମାଜିଷ୍ଟ୍ରେଟ ଶ୍ରୀ ପାତ୍ରଙ୍କୁ ଭେଟିବାକୁ ଉଚିତ୍ ମଣିନଥିଲେ । ଓଲଟା ମିଛ ଡ୍ରାମା କରି ଗତକାଲି ରାତିରୁ ମେଡିକାଲ ବେଡ୍ରେ ଚମକ୍ରାର ଅଭିନୟ କରୁଥିବା ଭୁବନେଶ୍ୱର ମଧ୍ୟ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନାଙ୍କୁ ଭେଟି ଚାଲି ଯାଇଥିଲେ । ଆହତ ନିର୍ବାଚନ ଅଧିକାରୀଙ୍କୁ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ କ’ଣ ମୁଖ୍ୟମନ୍ତ୍ରୀଙ୍କର କର୍ତ୍ତବ୍ୟ ନଥିଲା ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ବିଜେପିର ଏକ ପ୍ରତିନିଧି ଦଳ ଆହତ ମାଜିଷ୍ଟ୍ରେଟଙ୍କୁ ଭେଟିବା କଥା ପ୍ରଚାରିତ ହେବାପରେ ଶାସକ ବିଜେଡି ଚକ୍ରାନ୍ତ କରି ମାଜିଷ୍ଟ୍ରେଟଙ୍କୁ ମେଡିକାଲରୁ ଡିସଚାର୍ଜ କରିଦେଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ କେବଳ ବିଜେପି ସରକାର ହିଁ ସରକାରୀ ଅଫିସରମାନଙ୍କୁ ସୁରକ୍ଷା ଦେଇପାରିବା ନିର୍ବାଚନରେ ଜଡ଼ିତ ସମସ୍ତ ନିର୍ବାଚନ ଅଧିକାରୀ, ପୁଲିଙ୍ଗ ଅଫିସର, ଫ୍ଲାଇଙ୍ଗ ସ୍କାର୍ଡ, ରିଟଣ୍ଣିଙ୍ଗ ଅଫିସରମାନେ ନିରପେକ୍ଷ ଏବଂ ନିର୍ଭୀକ ହୋଇ କାର୍ଯ୍ୟ କରିବା ପାଇଁ ବିଜେପି ପକ୍ଷରୁ ଅନୁରୋଧ କରାଯାଇଛି । ଦୀର୍ଘ ବର୍ଷ ଶାସନ ପରେ ଗୁଣ୍ଡାମାନଙ୍କ ଦ୍ୱାରା ଆକ୍ରମଣ, ନିରୀହ ଜନସାଧାରଣଙ୍କୁ ଧମକ ଦେବା, ବିରୋଧୀ ଦଳର କର୍ମୀଙ୍କୁ ହତ୍ୟା କରିବା, ପ୍ରାୟୋଜିତ ଭାବେ ଗାଡ଼ି କାଚ ଭାଙ୍ଗି ଅଭିନୟ କରି ମେଡିକାଲରେ ମଉଜ କରିବା ବିରୁଦ୍ଧରେ ସାରା ଓଡ଼ିଶାର ଜନତା ଭୋଟ୍ ମାଧ୍ୟମରେ ଜବାବ ଦେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top