Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ତଥାଗତଙ୍କ ଅପ୍ରତ୍ୟାଶିତ ଅବସର,ନିର୍ବାଚନ ଲଢ଼ିବେନି

ଭୁବନେଶ୍ୱର(ଓଡ଼ିଶା ୱେୟାର): ବରିଷ୍ଠ ବିଜେଡି ସାଂସଦ ତଥାଗତ ଶତପଥୀ ଅପ୍ରତ୍ୟାଶିତ ଭାବେ ସକ୍ରିୟ ରାଜନୀତିରୁ ଅବସର ନେବାକୁ ଘୋଷଣା କରିଛନ୍ତି। ନିଜର ୧୩ବର୍ଷର ପୁଅ ଚାପରେ ସେ ରାଜନୀତିକ ଛାଡ଼ି ସାମ୍ବାଦିକତାରେ ମନୋନିବେଶ କରିବେ ବୋଲି ଶ୍ରୀ ଶତପଥୀ ଗଣମାଧ୍ୟମକୁ କହିଛନ୍ତି। ଏହାସହିତ ତାଙ୍କ ଅଫିସ ଦ୍ୱାରା ପରିଚାଳିତ ହେଉଥିବା ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ତଥାଗତଙ୍କୁ ଢେଙ୍କାନାଳର ପୂର୍ବତନ ସାଂସଦ ବୋଲି ଉଲ୍ଲେଖ କରାଯାଇଛି।
ଗଣମାଧ୍ୟମକୁ ଆଜି ଶ୍ରୀ ଶତପଥୀ ଦେଇଥିବା ସୂଚନା ଅନୁସାରେ ସେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ତଥା ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି ନେଇଥିବା ନିଷ୍ପତ୍ତି ସମ୍ପର୍କରେ ଆନୁଷ୍ଠାନିକ ଭାବେ ଅବଗତ କରାଇବେ। କୌଣସି ରାଜନୀତିକ ଦଳରେ ସାମିଲ ହେବେ ନାହିଁ ଓ ତାଙ୍କ ମାଲିକାନାରେ ଥିବା ସମ୍ବାଦପତ୍ର ଉପରେ ଅଧିକ ଧ୍ୟାନକେନ୍ଦ୍ରିତ କରିବେ ବୋଲି କହିଛନ୍ତି। ଏହାବ୍ୟତୀତ ବିଜେପିରେ ସାମିଲ ହେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚାକୁ ମଧ୍ୟ ଶ୍ରୀ ଶତପଥୀ ଖଣ୍ଡନ କରିଛନ୍ତି।
ତେବେ ଢେଙ୍କାନାଳ ସଦର ନିର୍ବାଚନମଣ୍ଡଳରୁ ବିଧାୟକ ଭାବେ ଜନତା ଦଳ ଟିକେଟରୁ ବିଜୟୀ ହୋଇ ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ଶ୍ରୀ ଶତପଥୀ ୧୯୯୮, ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ସାଂସଦ ଭାବେ ବିଜୟୀ ହୋଇଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top