Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ପ୍ରତାରଣା ଓ ପ୍ରହେଳିକା ସମାବେଶ କରିଛି ବିଜେପି : ବିଜେଡି

ଭୁବନେଶ୍ୱର(ଓଡ଼ିଶା ୱେୟାର): କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଆଳରେ ବିଜେଡି ଆଜି ବିଜେପି ଓ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛି।
ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ମନ୍ତ୍ରୀ ତଥା ବିଜେଡି ନେତା ପ୍ରତାପ ଜେନା ବିଜେପିର ପ୍ରତିଶ୍ରୁତି ସମାବେଶକୁ ସମାଲୋଚନା କରି କହିଛନ୍ତି ଯେ, ବିଜେପି ୨୦୧୪ ମସିହାରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନକରି ଏବେ ସମାବେଶ କରୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣେ ଅଭ୍ୟାସଗତ ମିଛୁଆ। ବିଜେପି ନେତୃତ୍ୱ ନିଲର୍ଜ ଓ ବେହିଆ। ବିଜେପି ରାଜ୍ୟବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି କେବେ ପାଳନ କରିବ ବୋଲି ସେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି। ଏହାସହିତ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ନିଯୁକ୍ତି , ଏମଏସପି, ପ୍ରତ୍ୟେକଙ୍କ ଆକାଉଣ୍ଟକୁ ୧୫ଲକ୍ଷ ଟଙ୍କା,ଇଣ୍ଡଷ୍ଟ୍ରିଆଲ୍‍ କରିଡରରୁ ଓଡ଼ିଶା ବଞ୍ôଚତ ହେବା, ସ୍ୱାମୀନାଥନ୍‍ କମିଶନଙ୍କ ରିପୋର୍ଟକୁ କାର୍ଯ୍ୟକାରୀ ନକରିବା, ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ନକରିବା, ରାଉରକେଲାଠାରେ ଇସ୍ପାତ ମେଡିକାଲ୍‍କୁ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଓ ମେଡିକାଲ୍‍ କଲେଜ୍‍ରେ ପରିଣତ ନକରିବା ଓ ଅନୁସୂଚିତ ଜାତିବର୍ଗର ପିଲାଙ୍କ ଛାତ୍ରବୃତ୍ତିର ଅର୍ଥ ପ୍ରଦାନ ନକରିବା ସହ ମହାନଦୀ ଓ ପୋଲାଭରମ ପ୍ରସଙ୍ଗରେ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ଜାଣିଶୁଣି ଅବହେଳା କରିଥିବା ବିଜେଡି ଅଭିଯୋଗ କରିଛି।
ସେହିପରି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ, ବିଜେପି ପ୍ରତିଶ୍ରୁତି ସମାବେଶ କରିନି ବରଂ ପୁଣିଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ କରିଛି । ବିଜେପି ବାସ୍ତବରେ ଭାରତୀୟ ଜୁମ୍‍ଲା ପାର୍ଟି ବୋଲି ଆଜି ଭାରତବର୍ଷ ସାରା ସୁପରିଚିତ। ମିଥ୍ୟା ପ୍ରଚାର କରିବା, ଜୁମ୍‍ଲା କହିବା କିମ୍ବା ବିଭ୍ରାନ୍ତିକର ତଥ୍ୟ ଓ ମତ ଦେଇ ଓଡ଼ିଶାବାସୀଙ୍କୁ ପ୍ରଭାବିତ କରିବା ପାଇଁ ଅନେକ ଅପଚେଷ୍ଟା ୨୦୧୪ରୁ ବିଜେପି କରିଥିଲେ ହେଁ ସେହି କ୍ରମରେ ଏବେ ଆଉ ଏକ ମିଥ୍ୟା ପ୍ରଚାର ଓ ପ୍ରହେଳିକା ସୃଷ୍ଟି କରିବାକୁ ଅପଚେଷ୍ଟା କରୁଛି। ଏହି କଥିତ ସମାବେଶରେ ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ଓଡ଼ିଶାରେ ସରକାରକୁ ଆସିଲେ ଲୋକଙ୍କ ପାଇଁ କ’ଣ କରିବେ, ତାହା ବଖାଣୁଛନ୍ତି। ଏହି ସମାବେଶରେ କୁହାଯାଉଛି ଯେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯିବ, ଗରିବ ଲୋକଙ୍କୁ ଜମି ପଟ୍ଟା ଓ ଘର ଦିଆଯିବ ଏବଂ ପ୍ରତ୍ୟେକଟି ଘରକୁ ଶୌଚାଳୟ ଓ ପାନୀୟ ଜଳ ଯୋଗାଇ ଦିଆଯିବ। ବିଡମ୍ବନାର ବିଷୟ ହେଉଛି ଯେ ଏହି ବିଜେପି ୨୦୧୪ ନିର୍ବାଚନ ପୂର୍ବରୁ ଅନେକ ଏପରି ପ୍ରତିଶ୍ରୁତି ଦେଇଥିଲା, ଯାହା ପ୍ରତାରଣାରେ ପରିଣତ ହୋଇଛି। ଯଦିଓ ଏହି ପ୍ରତିଶ୍ରୁତିଗୁଡିକ ଗୋଟିଏ ଗୋଟିଏ ଜୁମ୍‍ଲା ଏବଂ ପ୍ରତାରଣାରେ ପରିଣତ ହେଲା, ସେଗୁଡିକର ତାଲିକା ଯଥେଷ୍ଟ ଲମ୍ବା। ବିଜେପି ଅଚ୍ଛେଦିନର ପ୍ରହେଳିକା ଗତ ୫ବର୍ଷ ହେଲା ଦେଖାଇ ଆସୁଥିବାବେଳେ ଓଡ଼ିଶାବାସୀ ବିଜେପିର ମିଥ୍ୟା, ଅପପ୍ରଚାର, ପ୍ରତାରଣା ଓ ପ୍ରବଞ୍ଚନାକୁ ଭଲ ଭାବରେ ବୁଝି ସାରିଛନ୍ତି। ପ୍ରତିଶ୍ରୁତି ସମାବେଶ କରି ଏକ ନୂଆ ଜୁମ୍‍ଲା ଓ ବିଭ୍ରାନ୍ତି କରିବାର ଯେଉଁ ମନୋଭାବ ବିଜେପିର ରହିଛି, ତା’ର ଜବାବ ଆଗାମୀ ନିର୍ବାଚନରେ ଓଡ଼ିଶାର ଜନସାଧାରଣ ଦୃଢ଼ତାର ସହିତ ଦେବେ। ଚାଷୀ, ମହିଳା, ଯୁବକ, ଛାତ୍ର, ଶ୍ରମିକ, ବରିଷ୍ଠ ନାଗରିକ ବା ଶିଶୁଙ୍କ କ୍ଷେତ୍ରରେ ହେଉ, ବିଜେଡି ଲୋକଙ୍କ ବିଶ୍ୱାସଭାଜନ ହୋଇଛି। କିନ୍ତୁ ବିଜେପି ଓ ତାଙ୍କ ନେତାମାନେ କ୍ରମାଗତ ଭାବରେ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଅନେକ ଚକ୍ରାନ୍ତ ରଚି ଚାଲିଛନ୍ତି। ନିର୍ବାଚନ ପାଖେଇ ଆସୁଥିବାରୁ ଏହି ପ୍ରତିଶ୍ରୁତି ସମାବେଶ ତାଙ୍କର ନୂଆ ଚାଲ୍‍। ଏଥିରେ ଓଡ଼ିଶାବାସୀ ପ୍ରଭାବିତ ନହୋଇ ଏହି ମିଥ୍ୟା ପ୍ରତିଶ୍ରୁତିଗୁଡିର କଡ଼ା ଜବାବ ନିର୍ବାଚନରେ ଦେବା ଅପେକ୍ଷାରେ ଅଛନ୍ତି ବୋଲି ବିଜେଡି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସଂପାଦକ ବିଜୟ ନାୟକ, ମୁଖପାତ୍ର ଡ. ସସ୍ମିତ ପାତ୍ର ଓ ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣା ପ୍ରତାପ ପାତ୍ର ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top