Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବାତ୍ୟା କ୍ଷତିଗ୍ରସ୍ତ ଉଠାଦୋକାନୀଙ୍କ ପାଇଁ ୧୦୦କୋଟି ଟଙ୍କାର ପ୍ୟାକେଜ୍

ଭୁବନେଶ୍ୱର(ଓଡ଼ିଶା ୱେୟାର): ବାତ୍ୟା ‘ଫୋନି’ କ୍ଷତିଗ୍ରସ୍ତ ଉଠାଦେକାନୀ, ନଡ଼ିଆ ଚାଷୀ ଓ କୁକୁଡ଼ା ଚାଷୀଙ୍କ ପାଇଁ ଆଜି ରାଜ୍ୟ ସରକାର ୧୦୦କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଏହି ସହାୟତା ଦେବେ। ବାତ୍ୟା ଯୋଗୁ ଜୀବିକା ପ୍ରଭାବିତ ହୋଇଥିବା ୧୧ଟି ସହରାଞ୍ଚଳର ୩୦ହଜାର ଉଠାଦୋକାନୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ନଗଦ ସହାୟତା ମିଳିବ।
ସେହିପରି ଉପକୂଳ ଓଡ଼ିଶାରେ ଜୀବିକା ନିର୍ବାହର ମୁଖ୍ୟ ମାଧ୍ୟମ ପାଲଟିଥିବା ନଡ଼ିଆ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବାରୁ ପ୍ରତି ନଡ଼ିଆ ଗଛ ଭଙ୍ଗା ପିଛା ୫୦୦ଟଙ୍କା ନଗଦ କ୍ଷତିପୂରଣ ମିଳିବ। ଜଣେ ଚାଷୀଙ୍କୁ ସର୍ବାଧିକ ୨୫ଟି ନଡ଼ିଆ ଗଛ ଭଙ୍ଗାର ସହାୟତା (ଅର୍ଥାତ୍ ୧୨,୫୦୦ଟଙ୍କା ନଗଦ) ମିଳିବ। ଏହି ସହାୟତା ମେ’ ୧୧ତାରିଖରେ ରାଜ୍ୟ ସରକାର ଘୋଷଣା କରିଥିବା କୃଷି ଇନପୁଟ ସବସିଡି ଓ ବିହନ ସହାୟତା ଅତିରିକ୍ତ ମିଳିବ।
ସେହିପରି ବହୁ କୁକୁଡ଼ା ଚାଷୀ ବାତ୍ୟାରେ ପ୍ରଭାବିତ ହୋଇଛନ୍ତି। ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ କୁକୁଡ଼ା ଚାଷ କରିଥିବା ଚାଷୀଙ୍କୁ ୭୫ ପ୍ରତିଶତ ପର୍ଯ୍ୟନ୍ତ ସବସିଡି( ୫୦୦ କୁକୁଡ଼ା ପାଇଁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ)ପ୍ରଦାନ କରାଯିବ। ୨ହଜାର କୁକୁଡ଼ା ରଖିଥିବା ଚାଷୀଙ୍କୁ ମଧ୍ୟ ଅନୁରୂପ ଭାବେ ସହାୟତା ମିଳିବ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top