Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ବିଜୁ ପଟ୍ଟନାୟକଙ୍କ ନାଁରେ ହେବ ବିଶ୍ୱସ୍ତରୀୟ ସ୍କୁଲ

ଭୁବନେଶ୍ୱର : ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ନାଁରେ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ବିଶ୍ୱସ୍ତରୀୟ ସ୍କୁଲ ସ୍ଥାପନ କରିବାକୁ ଯାଉଛନ୍ତି । ବିଜୁ ପଟ୍ଟନାୟକ ସ୍କୁଲ୍ ଅଫ୍ ପବ୍ଲିକ୍ ପଲିସି ନାଁରେ ନାମିତ ହେବାକୁ ଥିବା ଏହି ବିଶ୍ୱସ୍ତରୀୟ ସ୍କୁଲ୍କୁ ଏକ୍ସଆଇଏମ୍ବି ବିଶ୍ୱବିଦ୍ୟାଳୟ ପରିଚାଳନା କରିବ । ଏହି ସ୍କୁଲରେ ନିୟମିତ ପିଲାଙ୍କ ପାଠପଢ଼ା ସହ ସର୍ବଭାରତୀୟ ସେବା ଓ ଓଡ଼ିଶା ପ୍ରଶାସନିକ ସେବାର ଅଫିସର୍ମାନଙ୍କୁ ଇନ୍-ସର୍ଭିସ ପ୍ରଶିକ୍ଷଣ ଦେବାର ମଧ୍ୟ ବ୍ୟବସ୍ଥା ରହିବ ।
ମିଳିଥିବା ସୂଚନା ଅନୁସାରେ ରାଜ୍ୟ ସରକାର ଓ ଏକ୍ସଆଇଏମ୍ବି ମଧ୍ୟରେ ଖୁବଶୀଘ୍ର ଏହି ବିଶ୍ୱସ୍ତରୀୟ ସ୍କୁଲ ପ୍ରତିଷ୍ଠା ନେଇ ବୁଝାମଣା ପତ୍ର ସ୍ୱାକ୍ଷର ହେବ । ଏହି ସ୍କୁଲ ପାଇଁ ରାଜ୍ୟ ସରକାର ଗୋଟିଏ ଥର ଏକକାଳୀନ ୫୦କୋଟି ଟଙ୍କାର ପାଣ୍ଠି ଯୋଗାଇ ଦେବେ । ସ୍କୁଲ କ୍ୟାମ୍ପସ୍ ପାଇଁ ଆବଶ୍ୟକ ଜମି ମଧ୍ୟ ରାଜ୍ୟ ସରକାର ରିହାତି ଦରରେ ଭୁବନେଶ୍ୱର ଉପକଣ୍ଠରେ ଯୋଗାଇ ଦେବେ । ସ୍କୁଲର ପରିଚାଳନା ଦାୟିତ୍ୱ ଏକ୍ସଆଇଏମ୍ବି ବିଶ୍ୱବିଦ୍ୟାଳୟ ଉପରେ ନ୍ୟସ୍ତ ରହିବ । ଉଚ୍ଚମାନର ଶିକ୍ଷାଦାନ ମାଧ୍ୟମରେ ଏହାକୁ ବିଶ୍ୱସ୍ତରରରେ ଏକ ଅଗ୍ରଣୀ ସ୍କୁଲ ଭାବେ ଗଢ଼ି ତୋଳିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରୋତ୍ସାହନ ଯୋଗାଇ ଦେବେ । ଏହି ସ୍କୁଲ ମାଧ୍ୟମରେ ଦେଶରେ ପବ୍ଲିକ୍ ପଲିସି ପାଠ୍ୟକ୍ରମକୁ ନେଇ ରହିଥିବା ଅଭାବକୁ ଦୂର ମଧ୍ୟ ହୋଇପାରିବ । ସର୍ବଭାରତୀୟ ସେବାର ଅଧିକାରୀମାନେ ଯେଭଳି ଏହି ସ୍କୁଲରେ ପ୍ରଶିକ୍ଷଣ ପାଇଁ ଆଗ୍ରହୀ ହେବେ ସେଥିନିମନ୍ତେ ଅତ୍ୟାଧୁନିକ ଭିତ୍ତିଭୂମି ସୁବିଧା ଓ ବିଦେଶୀ ଅଧ୍ୟାପକଙ୍କୁ ନିଯୁକ୍ତି ମିଳିବ । ଏହି ସ୍କୁଲ ସ୍ଥାପନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମତି ଦେବା ପରେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଏବେ ପଦକ୍ଷେପ ନିଆଯାଉଛି । ପୂର୍ବରୁ ଏକ୍ସଆଇବିଏମ୍ କର୍ତ୍ତୃପକ୍ଷଙ୍କ ସହ ମିଶି ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବାରୁ ଏହି ପ୍ରସ୍ତାବିତ ବିଶ୍ୱସ୍ତରୀୟ ସ୍କୁଲ ସ୍ଥାପନ ଯୋଜନା ସଫଳ କରାଇବାକୁ ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । ଏହି ସ୍କୁଲକୁ କିଭଳି ବିଶ୍ୱସ୍ତରରେ ଏକ ମଡେଲ୍ ସ୍କୁଲ ଭାବେ ବିକଶିତ କରାଯିବ ସେନେଇ ଏବେ ବିଭିନ୍ନ ପର୍ଯ୍ୟାୟରେ ବିଚାରବିମର୍ଶ ଜାରି ରହିଛି ।
ସୂଚନାଯୋଗ୍ୟ ରାଜ୍ୟ ସରକାର ପୂର୍ବରୁ ଏକ୍ସଆଇଏମ୍ବି ସହ ମିଶି ‘ସେଣ୍ଟର ଫର୍ ଏକ୍ସଲେନ୍ସ ଇନ୍ ଫିସ୍କାଲ୍ ପଲିସି ଆଣ୍ଡ ଟ୍ୟାକ୍ସସେନ୍’(ସିଇଏଫ୍ଟି) ସ୍ଥାପନ କରିସାରିଛନ୍ତି । ଏଥିରେ ରାଜ୍ୟର ଅଧିକାରୀମାନଙ୍କୁ ଆର୍ଥିକ ପ୍ରଶିକ୍ଷଣ ଦେବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ରାଜ୍ୟ ସରକାର ୧୨ କୋଟି ଟଙ୍କାର ଅନୁଦାନ ମଧ୍ୟ ଏକ୍ସଆଇଏମ୍ବି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top