Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ବିଜେଡିରୁ ଇସ୍ତଫା ଦେଲେ ରଘୁ

ଭୁବନେଶ୍ୱର(ଓଡ଼ିଶା ୱେୟାର):ବିଜେଡିର ପ୍ରତିଷ୍ଠାତା ସଦସ୍ୟ ରଘୁନାଥ ମହାନ୍ତି ଆଜି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ସେ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବାର କାରଣ ସମ୍ପର୍କରେ ଏହି ବରିଷ୍ଠ ନେତା ଶ୍ରୀ ମହାନ୍ତି କହିଛନ୍ତି ବିଜେଡି ଏବେ ପଥଭ୍ରଷ୍ଟ। କିଛି କୁଚିକ୍ରିଙ୍କ କବଳରେ କବଳିତ ବୋଲି ମତ ରଖିଛନ୍ତି । କୁହାଯାଉଛି ସେ ବିଜେପିକୁ ଯାଇପାରନ୍ତି ।
ପାରିବାରିକ ବିବାଦରେ ଫସି ଶ୍ରୀ ମହାନ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା। କିନ୍ତୁ ସେ ଦଳରୁ ଇସ୍ତଫା ଦେଇ ନ ଥିଲେ କିମ୍ବା ଦଳ ତାଙ୍କୁ ବିଦା କରି ନ ଥିଲା। ହେଲେ ଏହି ବିବାଦ ଯୋଗୁ ସେ କିଛିଦିନ ଧରି ଦଳରୁ ଦୂରେଇ ରହିଥିଲେ। ପରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଡାକି ଉଠାଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲେ। ବାଲେଶ୍ୱର ଜିଲ୍ଲାରେ ରାଜନୀତିକ ମହଲରେ ତାଙ୍କର ବେଶ ପ୍ରଭାବ ରହିଛି। ସେ ଲଗାତର ଭାବେ ବସ୍ତା ବିଧାନସଭା ଆସନରୁ ବିଜୟୀ ହୋଇ ଆସୁଥିଲେ। ହେଲେ ଗତଥର ଏହି ପାରିବାରିକ ବିବାଦ ଯୋଗୁ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା କି ସେ ମଧ୍ୟ ଦାବି କରି ନ ଥିଲେ। ଜଣେ ଶୃଙ୍ଖଳିତ ସଦସ୍ୟଭାବେ ଦଳରେ ପଡ଼ି ରହିଥିଲେ । ଇତିମଧ୍ୟରେ ତାଙ୍କର ପାରିବାରିକ ବିବାଦର ସମାଧାନ ହୋଇ ସାରିଛି। ଏଣୁ ସେ ଭାବୁଥିଲେ ଦଳ ପୁଣି ତାଙ୍କ ଉପରେ ଭରଷା କରି ନିର୍ବାଚନରେ ପ୍ରତି ଦ୍ୱନ୍ଦ୍ୱିତା ପାଇଁ ସୁଯୋଗ ଦେବ। କିନ୍ତୁ ତାଙ୍କର ଏ ଆଶା ବୋଧହୁଏ ପୂରଣ ହୋଇ ପାରିଲା ନାହିଁ । ବସ୍ତାରୁ ସେ ପୁଣି ନିର୍ବାଚନ ଲଢ଼ିବା ପାଇଁ ଆଗ୍ରହୀ ଥିଲେ। ଦଳ ସୁପ୍ରିମୋ ତାଙ୍କୁ ଏ ନେଇ କୌଣସି ସୂଚନା ଦେଉ ନ ଥିବାରୁ କୁହାଯାଉଛି ସେ କ୍ଷୁବ୍ଧ ହୋଇ ଶନିବାର ପ୍ରଥମେ ନିଗମ ପଦରୁ ଇସ୍ତଫା ଦେଇଥିଲେ। ସେ ଭାବିଥିଲେ ତାଙ୍କର ଏହି ଇସ୍ତଫା ପ୍ରଦାନ ପରେ ଦଳ ସୁପ୍ରିମୋ ଡାକି ତାଙ୍କ ସହ ଆଲୋଚନା କରିବେ କିମ୍ବା ଟିକେଟ ପାଇଁ ତାଙ୍କୁ କିଛି ସୂଚନା ଦେବେ। ହେଲେ ସେପରି କିଛି ହେଲାନାହିଁ। ଏଣୁ ସେ ବାଧ୍ୟ ହୋଇ ଦଳରୁ ଇସ୍ତଫା ଦେଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top