ଭୁବନେଶ୍ୱର : ମହାନଦୀ ସୁରକ୍ଷା ଅଭିଯାନର ଜନଜାଗରଣ ଯାତ୍ରା ବରଗଡ଼ ଓ ଝାରସୁଗୁଡ଼ାରୁ ବୁଧବାର ଆରମ୍ଭ ହୋଇଥିଲା ବେଳେ ଆଜି ଅପରାହ୍ଣ ବେଳା ଏହା ସମ୍ବଲପୁରରେ ପହଞ୍ôଚଛି । ଛତିଶଗଡ଼ ଯେପରି ଭାବେ ମହାନଦୀ ଉପର ମୁଣ୍ଡରେ ବହୁ ଶିଳ୍ପ ପ୍ରତିଷ୍ଠାନକୁ ଜଳ ଦେବା ପାଇଁ ଓଡ଼ିଶାକୁ ନଜଣାଇ ଏକାଧିକ ବ୍ୟାରେଜ୍ ନିର୍ମାଣ କରିଛି ଓ ସେଥିଯୋଗୁ ମହାନଦୀର ତଳମୁଣ୍ଡରେ ଓଡ଼ିଶାର ୧୫ଟି ଜିଲ୍ଲା ପ୍ରଭାବିତ ହେବା ସହ ଜଳ ପ୍ରବାହ କମି କମି ଯାଉଛି, ସେଥିନେଇ ଜନଜାଗରଣ ଯାତ୍ରା ସମୟରେ ଅନୁଷ୍ଠିତ ପଥପ୍ରାନ୍ତ ସଭା ଓ ସାଧାରଣ ସଭାରେ ବିଜୁ ଜନତା ଦଳ ନେତୃବୃନ୍ଦ ଉଦ୍ବେଗ ପ୍ରକାଶ କରିଛନ୍ତି ।
ମହାନଦୀର ଡାହାଣ ପାଶ୍ୱର୍ରୁ ରାଜ୍ୟସଭା ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଓ ବାମ ପାଶ୍ୱର୍ରୁ ଉପସଭାପତି ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ଏହି ଜନଜାଗରଣ ଯାତ୍ରା ଆରମ୍ଭ ହୋଇଛି । ବରଗଡ଼ ଓ ଝାରସୁଗୁଡ଼ାରୁ ଆସୁଥିବା ଉଭୟ ମହାନଦୀ ସୁରକ୍ଷା ଅଭିଯାନ ସଦସ୍ୟମାନେ ବୁର୍ଲା ପିସି ବ୍ରିଜ୍ ଠାରେ ଏବଂ ଭାଲୁପାଲ୍ଲୀରେ ଅପରାହ୍ଣ ୫ଟା ସମୟରେ ପହଞ୍ôଚବା ପରେ ସ୍ଥାନୀୟ ଜନପ୍ରତିନିଧି ଓ କର୍ମୀମାନେ ବିପୁଳ ସଂଖ୍ୟାରେ ଉପସ୍ଥିତ ରହି ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ପରେ ପିସି ବ୍ରିଜ ରାଲି ଲକ୍ଷ୍ମୀ ଡୁଙ୍ଗୁରି, ଦୁର୍ଗାପାଲି ଦେଇ ସମଲେଶ୍ୱରୀ ମନ୍ଦିରରେ ପହଞ୍ôଚବା ସହ ଭାଲୁପାଲ୍ଲୀ ରାଲି ଅଇଁଠାପାଲ୍ଲୀ, ବୁଢ଼ାରାଜା, ମୋଦିପଡ଼ା, ଲକ୍ଷ୍ମୀ ଟକିଜ୍, ଜେଲ୍ ଛକ ଓ କଚେରୀ ଛକ ଦେଇ ରିଂ-ରୋଡ୍ରେ ମାରୱାଡ଼ିପଡ଼ା ଘାଟରେ ପହଞ୍ôଚଥିଲେ । ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପହଞ୍ôଚଥିବା ଜନଜାଗରଣ ଯାତ୍ରାର ଉଭୟ ଟିମ୍ ସଦସ୍ୟମାନଙ୍କ ସହ ହଜାର ହଜାର ସ୍ଥାନୀୟ ବାସିନ୍ଦା ମାରୱାଡ଼ିପଡ଼ା ଘାଟରେ ଅନୁଷ୍ଠିତ ‘ମହାନଦୀ ଜଳଆଳତି’ରେ ଯୋଗଦେଇଥିଲେ ।
ଆଜିର ଏହି ଦ୍ୱିତୀୟ ଦିନର ଯାତ୍ରାରେ ସାଂସଦ ପ୍ରତାପ କେଶରୀ ଦେବ, ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରୋହିତ ପୂଜାରୀ, ରମେଶ ପଟୁଆ, ଦେବେଶ ଆଚାର୍ଯ୍ୟ, ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା, ସାଂସଦ ପ୍ରଭାସ ସିଂହ, ନଗେନ୍ଦ୍ର ପ୍ରଧାନ, ଏନ୍. ଭାସ୍କର ରାଓ, ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସୁଶାନ୍ତ ସିଂହ, ପୂର୍ବତନ ବିଧାୟକ ରବି ପାଣି, ଅନୁପ ସାଏ, ବୃନ୍ଦାବନ ମାଝୀ, ଭୁବନେଶ୍ୱର କିଷାନ, ସମ୍ବଲପୁର ଜିଲ୍ଳା ସଭାପତି ପ୍ରମୋଦ ରଥ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ସଭାପତି ରାଣା ପ୍ରତାପ ପାତ୍ର, ବିଜେଡି ନେତା ବିଜୟ ମହାନ୍ତି, ସିଦ୍ଧାର୍ଥ ଦାସ, ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସଂଜୀତ ମହାନ୍ତି, ଉପଦେଷ୍ଟା କୁନବିହାରୀ ଦାସ, ଅମରେଶ ଜେନାଙ୍କ ସମେତ ୧୦ ହଜାରରୁ ଊଦ୍ଧ୍ୱର୍ ବୁଦ୍ଧିଜୀବୀ, କୃଷକ, ମହିଳା, ଯୁବକ-ଛାତ୍ର ପ୍ରମୁଖ ଏହି ଜନଜାଗରଣ ଓ ଜଳ ଆଳତିରେ ସାମିଲ ହୋଇଥିଲେ ।


