Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମନ୍ତ୍ରିପରିଷଦ ବୈଠକରେ ସରକାର ରିପୋର୍ଟ କାର୍ଡ : ୨୦ଲକ୍ଷଙ୍କୁ ଘର ଓ ୧୨ଲକ୍ଷ ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ୱେୟାର):ସାଧାରଣ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ଶେଷ ମନ୍ତ୍ରି ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସରକାରର ୫ବର୍ଷର ରିପୋର୍ଟ କାର୍ଡ ଉପସ୍ଥାପନ କରିଛନ୍ତି। ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଚାର ଉଦ୍ଦେଶ୍ୟରେ ଦେଶରେ ଇତିହାସରେ ପ୍ରଥମଥର ପାଇଁ ରାଜ୍ୟ ମନ୍ତ୍ରି ପରିଷଦ ବୈଠକର ସିଧାପ୍ରସାରଣ କରାଇଥିବା ନବୀନ ପଟ୍ଟନାୟକ ସରକାର ଗତ ୫ବର୍ଷ ପୂର୍ବରୁ ରାଜ୍ୟବାସୀଙ୍କୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ କରିଥିବା ଦାବି କରିଛନ୍ତି। ୫ବର୍ଷ ମଧ୍ୟରେ ୨୦ଲକ୍ଷ ପରିବାରକୁ ଘର ଓ ୧୨ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ଦିଆଯାଇଛି ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି। ଏହା ସହିତ ଭବିଷ୍ୟତରେ ମଧ୍ୟ ପ୍ରତିଶ୍ରୁତିକୁ ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି।
ଆଜି ଅପରାହ୍ନରେ ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ସାଢ଼େ ୪କୋଟି ଓଡ଼ିଶାବାସୀ ହେଉଛନ୍ତି ତାଙ୍କ ପରିବାର ଓ ବିଜେଡି ଦେଇଥିବା ଇସ୍ତାହାରକୁ ତାଙ୍କ ସରକାର ୨୦୧୪ ମେ’ ୨୧ତାରିଖରେ ଶପଥ ଗ୍ରହଣ କରିବା ଦିନ ନୀତି ଭାବେ ଗ୍ରହଣ କରି ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିଛନ୍ତି । ଲୋକଙ୍କୁ ୨୦୧୪ ମସିହା ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତିକୁ କେତେ ପାଳନ କରାଯାଇଛି ,ତା’ର ସମୀକ୍ଷା ସେ ପ୍ରତିବର୍ଷ ମେ’ ୨୧ତାରିଖରେ ମନ୍ତ୍ରିପରିଷଦ ବୈଠକ ଡାକି କରିଥାନ୍ତି। ୨୦୧୪ରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କାଘର କରିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ଏବେ ରାଜ୍ୟ ସରକାର ରେକର୍ଡ ସଂଖ୍ୟକ ୨୦ଲକ୍ଷ ଘର ନିର୍ମାଣ କରିସାରିଛନ୍ତି। ସେହିପରି ଏବେସୁଦ୍ଧା ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ୧୨ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ଏଥିରୁ କେବଳ ସରକାରୀସ୍ତରରେ ୧ଲକ୍ଷ ୧୨ହଜାର ନିଯୁକ୍ତି ଦିଆଯାଇଛି। ୫ବର୍ଷ ମଧ୍ୟରେ ଦୁଇଥର ମେକ୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମର ସଫଳ ଆୟୋଜନ କରାଯାଇ ୩୦ଲକ୍ଷ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରାଯାଇଛି । ଏହାବ୍ୟତୀତ ୨୦୧୯ ମେ’ ସୁଦ୍ଧା ଅତିରିକ୍ତ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବା ଲକ୍ଷ୍ୟ ହାସଲ ହେବ । ଶ୍ରମିକଙ୍କ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଏକ ମଡେଲ ରାଜ୍ୟରେ ପରିଣତ ହୋଇଛି। ବିଜୁ ଏକ୍ସପ୍ରେସ୍ ୱେର ୭୦ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ସେହିପରି ୨୦୧୫ରୁ ଚାଷୀଙ୍କୁ ୧ପ୍ରତିଶତ ସୁଧରେ ଫସଲ ଋଣ ଦିଆଯାଉଥିଲା, ଏବେ କାଳିଆ ଯୋଜନାରେ ବିନା ସୁଧରେ ଋଣ ଦିଆଯାଉଛି ।ଏହାବ୍ୟତୀତ ଆଜି କାଳିଆ ଯୋଜନାରେ ଆଉ ୪.୮୦ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୫ହଜାର ଟଙ୍କା ଲେଖାଏ ସହାୟତା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top