Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ମହାନଦୀରେ ଆଉ ଏକ ବ୍ୟାରେଜ୍ ନିର୍ମାଣ ପାଇଁ ଟେଣ୍ଡର,ଓଡ଼ିଶାର ଆପତ୍ତି

ଭୁବନେଶ୍ୱର : ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବାବେଳେ ଛତିଶଗଡ଼ ସରକାର ପୁଣି ଏକ ବ୍ୟାରେଜ୍ ନିର୍ମାଣ କରୁଛନ୍ତି । ଏହାକୁ ଓଡ଼ିଶା ସରକାର ତୀବ୍ର ବିରୋଧ କରିବା ସହ ବିବାଦର ସମାଧାନ ନହେବା ପର୍ଯ୍ୟନ୍ତ ମହାନଦୀରେ କୌଣସି ନିର୍ମାଣ କାର୍ଯ୍ୟ ନକରିବା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦେଇଥିବା ନିର୍ଦ୍ଦେଶକୁ ପାଳନ ନିମନ୍ତେ ଦାବି କରିଛି । ଏନେଇ କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ପାଖରେ ଓଡ଼ିଶା ବିଧିବଦ୍ଧ ଭାବେ ଆପତ୍ତି ଜଣାଇଛି ।
ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ଗୁରୁବାର ଛତିଶଗଡ଼ ଜଳସମ୍ପଦ ସଚିବଙ୍କୁ ଚିଠି ଲେଖି ମହାନଦୀରେ ମୋହମେଲା ସିର୍ପୁର ବ୍ୟାରେଜ୍ ନିର୍ମାଣ ପ୍ରସ୍ତାବ ଉପରେ ଆପତ୍ତି ଉଠାଇଛନ୍ତି । ମହାନଦୀରେ ରାୟପୁର ଜିଲ୍ଲା ନିକଟସ୍ଥ ଅରଙ୍ଗ ତାଲୁକାରେ ଏହି ବ୍ୟାରେଜ୍ ନିର୍ମାଣ ପାଇଁ ଛତିଶଗଡ଼ ସରକାର ଇତିମଧ୍ୟରେ ଟେଣ୍ଡର ଡାକିଛନ୍ତି । କିନ୍ତୁ ଓଡ଼ିଶା ସରକାରଙ୍କୁ ଏନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ । ତେବେ ମହାନଦୀ ବିବାଦ ଏବେ ବିଚାରାଧୀନ ଥିବାରୁ ମହାନଦୀରେ କୌଣସି ନିର୍ମାଣ କାର୍ଯ୍ୟ ନକରିବା ପାଇଁ କୋଲାକାତାସ୍ଥିତ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ୨୦୧୭ ଜୁଲାଇ ୨୬ତାରିଖରେ ଦେଇଥିବା ରାୟରେ ଛତିଶଗଡ଼ ସରକାରଙ୍କୁ ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ମହାନଦୀରେ କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ କୋ-ବେସିନ୍ ରାଜ୍ୟ ଭାବେ ଓଡ଼ିଶାକୁ ଅବଗତ କରାନଯିବା ମଧ୍ୟ କେନ୍ଦ୍ରୀୟ ଜଳ ଆୟୋଗଙ୍କ ଗାଇଡ୍ଲାଇନ୍କୁ ଉଲ୍ଲଘଂନ କରୁଛି । ତେଣୁ ମୋହମେଲା ସିରପୁର୍ ପ୍ରକଳ୍ପ ନିର୍ମାଣ ସଂକ୍ରାନ୍ତ ଗତିବିଧିକୁ ସମ୍ପୂର୍ଣ୍ଣ ବନ୍ଦ କରି ଏହାର ଟେଣ୍ଡର ପ୍ରକ୍ରିୟାକୁ ବାତିଲ କରିବାକୁ ଓଡ଼ିଶା ଦାବି କରୁଛି ବୋଲି ଶ୍ରୀ ଜେନା ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି । ଶ୍ରୀ ଜେନା ଛତିଶଗଡ଼ ସରକାରଙ୍କ ଏହି ବ୍ୟାରେଜ୍ ନିର୍ମାଣ ସମ୍ପର୍କରେ କେନ୍ଦ୍ର ଜଳସମ୍ପଦ ମନ୍ତ୍ରଣାଳୟ ଓ କେନ୍ଦ୍ର ଜଳ ଆୟୋଗକୁ ମଧ୍ୟ ଅବଗତ କରିଛନ୍ତି । ସୂଚନାଯୋଗ୍ୟ ଏହି ବ୍ୟାରେଜ୍ ନିର୍ମାଣ ପାଇଁ ୧୭୬.୫୬ କୋଟି ଟଙ୍କାରେ ଟେଣ୍ଡର ଡକା ହୋଇଛି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ ଗଠିତ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କୁ ଏହାର ଟର୍ମସ୍ ଅଫ୍ ରେଫରେନ୍ସ ମିଳିନଥିବାରୁ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top