ଭୁବନେଶ୍ୱର : ରାଜଧାନୀରେ ଆଜି ୪ ମିନିଟ୍ ପାଇଁ ଛାଇ ଉଭେଇଗଲା । ଭୁବନେଶ୍ୱରରେ ଆଜି ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବାରୁ ମଧ୍ୟାହ୍ନରେ କିଛି ସମୟ ଛାଇ ଦେଖାଯାଇନଥିଲା। ଏଥିପାଇଁ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍ରେ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା। ଆସନ୍ତାକାଲି କଟକରେ ଶୂନ୍ୟ ଛାୟା ଦିବସ ପାଳିତ ହେବ। ଦିନ ୧୧ଟା ୪୩ରୁ ୧୧ଟା ୪୭ ପର୍ଯ୍ୟନ୍ତ ୪ ମିନିଟ୍ ଧରି ଛାଇ ଉଭେଇ ଯାଇଥିଲା। ଯାହାକୁ ଜ୍ୟୋତିର୍ବିଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ ବୋଲି ଅଭିହିତ କରିଛନ୍ତି। ସୂର୍ଯ୍ୟ ଉତ୍ତରରୁ ଦକ୍ଷିଣକୁ ଓ ଦକ୍ଷିଣରୁ ଉତ୍ତରକୁ ଗତିକଲା ବେଳେ ବର୍ଷକୁ ଦୁଇଥର ମେ’ରୁ ଜୁନ୍ ଓ ଜୁନ୍ରୁ ଅଗଷ୍ଟ ସମୟରେ ବିଭିନ୍ନ ସ୍ଥାନରେ ମଧ୍ୟାହ୍ନରେ କିଛି ସମୟ ଛାଇ ଉଭେଇ ଯାଇଥାଏ ବୋଲି ପଠାଣି ସାମନ୍ତ ପ୍ଲାନେଟାରିୟମ ପକ୍ଷରୁ କୁହାଯାଇଛି।


