Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ବିଶେଷ

ରାଜ୍ୟରେ ଆଉ ୩୩୩୫ଟି ନଗଡ଼ା

ଭୁବନେଶ୍ୱର : ସ୍ୱାଧୀନତାର ୭୦ବର୍ଷ ପରେ ମଧ୍ୟ ରାଜ୍ୟରେ  ଯାଜପୁରର ନଗଡ଼ା ଭଳି ୩,୩୩୫ଟି ଜନବସତି ରହିଛି ଯେଉଁଠି ବିକାଶ ଏବେ ବି ଅପହଞ୍ଚ । ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏହି ଜନବସତିକୁ ଚିହ୍ନଟ କରାଯାଇଛି ଓ ଚଳିତ ଆର୍ଥିକ ବର୍ଷରେ ଏଥି ମଧ୍ୟରୁ ୧୪୨ଟି ଜନବସତିକୁ ସଡ଼କ ଯୋଗାଯୋଗ ସହ ଅନ୍ୟ ଆନୁସଙ୍ଗିକ ଭିତ୍ତିଭୂମି ସୁବିଧା ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଟ୍ୱିଟ୍ ମାଧ୍ୟମରେ ରାଜ୍ୟରେ ଏବେ ବି ୩,୩୩୫ଟି ନଗଡ଼ା ଭଳି ଜନବସତି ରହିଛି ଓ ରାଜ୍ୟର ଅନ୍ୟ ଅଞ୍ଚଳ ସହ ଏମାନଙ୍କର ସମ୍ପର୍କ ନାହିଁ ବୋଲି ସ୍ୱୀକାର କରାଯାଇଛି । ଏହି ସମସ୍ତ ଜନବସତି ମଧ୍ୟରୁ ୧୭୨୮ଟି ଜନବସତିର ସ୍ଥିତି ଏତେ ବିପର୍ଯ୍ୟସ୍ତ ଯେ ସେଠାକୁ ପାଦରେ ଚାଲି ଚାଲି ପହଞ୍ôଚବା ମଧ୍ୟ କଷ୍ଟକର । ଏତେ ସଂଖ୍ୟକ ଜନବସତିରେ ବିକାଶ ଅପହଞ୍ଚ ହୋଇଥିବାବେଳେ ମୌଳିକ ସୁବିଧା ସୁଯୋଗ ଏବେ ମଧ୍ୟ ଦିବାସ୍ୱପ୍ନ ହୋଇ ରହିଛି । ତେବେ ଯାଜପୁରର ନଗଡ଼ାରେ ବିକାଶର ସ୍ଥିତିକୁ ନେଇ ରାଜ୍ୟ ସରକାର ଗତବର୍ଷ ଅଗଷ୍ଟ ମାସରେ ବିଭିନ୍ନ ମହଲରୁ ସମାଲୋଚିତ ହେବାପରେ ରାଜ୍ୟତମାମ ୩୩୩୫ଟି ଜନବସତିକୁ ଚିହ୍ନଟ କରିଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ମସ୍ତ ଅଞ୍ଚଳରେ ଭିତ୍ତିଭୂମି ବିକାଶ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ୨୦୧୭-୧୮ ଆର୍ଥିକ ବର୍ଷରେ ପ୍ରାଥମିକତା ଭିତ୍ତିରେ ମାତ୍ର ୧୪୨ଟି ଜନବସତିରେ ଭିତ୍ତିଭୂମି ବିକାଶ ପାଇଁ ଚିହ୍ନଟ କରାଯାଇଛି । ଏଥିରେ ଦେବଗଡ଼, ଗଜପତି, ଗଞ୍ଜାମ, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦ଟି ଲେଖାଏ ଜନବସତିକୁ ଚିହ୍ନଟ କରାଯାଇଥିବାବେଳେ କନ୍ଧମାଳ ଜିଲ୍ଲାର ୮ଟି ଜନବସତିକୁ ସାମିଲ କରାଯାଇଛି । ସେହିପରି ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରେ ୭ଟି ଲେଖାଏ ଜନବସତି, କଳାହାଣ୍ଡିରେ ୬ଟି, କେନ୍ଦୁଝର ଓ ରାୟଗଡ଼ରେ ୫ଟି ଲେଖାଏ ଏବଂ ବଲାଙ୍ଗିରରେ ୪ଟି ଜନବସତିର ବିକାଶ ପାଇଁ ଆର୍ଥିକ ପ୍ରାବଧାନ କରିଛନ୍ତି । ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମଧ୍ୟ ୫୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା ହୋଇଛି । ସୂଚନାଯୋଗ୍ୟ ଗତବର୍ଷ ଅଗଷ୍ଟ ମାସରେ ନଗଡ଼ାରେ ଅପପୁଷ୍ଟିରେ ଶିଶୁଙ୍କ ମୃତ୍ୟୁ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେଠାରେ ବିକାଶର ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ସମାଲୋଚିତ ହେବାକୁ ପଡ଼ିଥିଲା । ଗତ ବର୍ଷକ ମଧ୍ୟରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି । ତା’ସହିତ ନଗଡ଼ା ଭଳି ଥିବା ରାଜ୍ୟ ଅନ୍ୟ ଅଞ୍ଚଳର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top