Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଶାଳୀନତାର ସୀମା ଲଘଂନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ : ବିଜେଡି

ଭୁବନେଶ୍ୱର: ବିହାରରୁ କେନ୍ଦ୍ର ସରକାରରେ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ସମୟରେ ଶାଳୀନତାର ସୀମା ଉଲ୍ଲଂଘନ କରି ନିଜର ଅସଲ ଚେହେରା ପଦାରେ ପକାଉଛନ୍ତି । ଓଡ଼ିଶା ଆସି ସେ ଯେଉଁଭଳି ବୟାନବାଜି କରୁଛନ୍ତି, ସେଥିରୁ ତାଙ୍କର ଅହଂକାର, ଅହମିକା ଓ ଔଦ୍ଧତ୍ୟ ସ୍ପଷ୍ଟ ପ୍ରକାଶିତ ହେଉଛି ବୋଲି ବିଜେଡି କହିଛି । ଦଳର ସମ୍ପାଦକ ବିଜୟ ନାୟକ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ବାହାସ୍ପୋଟ ଶୁଣିଲେ ମନେ ହେଉଛି ତୃଣମୂଳ ସ୍ତରରେ ତାଙ୍କ ଦଳର ବାସ୍ତବ ସ୍ଥିତି ସଂପର୍କରେ ତାଙ୍କର ସାମାନ୍ୟତମ ଧାରଣା ନାହିଁ । ଜିଏସ୍‍ଟି, ବିମୁଦ୍ରାକରଣ ଆଦି ଅପରିଣାମଦର୍ଶୀ ପଦକ୍ଷେପ ଭାରତର ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଛନ୍ତି । ଏସବୁ କାରଣ ପାଇଁ ସାଧାରଣ ଲୋକମାନେ ଏବେ ବିଜେପିକୁ ଉଚିତ୍‍ ଶିକ୍ଷା ଦେବା ପାଇଁ ସୁଯୋଗ ଅପେକ୍ଷାରେ ଅଛନ୍ତି ।  ଓଡ଼ିଶା କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଅବହେଳା ଓ ପାତର ଅନ୍ତର ମନୋଭାବ ସହିବାର ସୀମା ଟପିଯାଇଛି ।  ନବୀନ ପଟ୍ଟନାୟକଙ୍କ ଶାସନର ୧୭ବର୍ଷ ମଧ୍ୟରେ ୯ବର୍ଷ ବିଜେପି ଶାସନର ଅଂଶୀଦାର ଥିଲା ଏବଂ ଗୁରୁତ୍ୱପୂର୍ଣ୍ଣ ନଗର ଉନ୍ନୟନ, ରାଜସ୍ୱ, ଶିଳ୍ପ, ଶିକ୍ଷା ଭଳି ବିଭାଗରେ ବିଜେପି ମନ୍ତ୍ରୀମାନେ ଦାୟିତ୍ୱ ନିର୍ବାହ କରିଥିଲେ ।  ସରକାରଙ୍କୁ ପ୍ରଶ୍ନ କଲାବେଳେ ଏହି ୯ବର୍ଷ ଓ ସେହି ବିଭାଗରେ ଥିବା ବିଜେପି ମନ୍ତ୍ରୀମାନଙ୍କର ପାରିବା ପଣିଆକୁ କେବେ ପରଖିଛନ୍ତି କି? ଅଟଳ ବିହାରୀ ବାଜପେୟୀ ଏବଂ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରକୁ ବାରମ୍ବାର ପ୍ରଶ୍ନ କରିବା ଧର୍ମେନ୍ଦ୍ରଙ୍କ ରାଜନୈତିକ ଅପରିପକ୍ୱତାର ପରିଚୟ ଦିଏ ।  ଗାଲୁଆଙ୍କ ବାରବାଟୀ ଚାଷ ଭଳି ସେ ପ୍ରଳାପ କରିଚାଲିଛନ୍ତି । ନବୀନବାବୁଙ୍କୁ ପ୍ରକାଶ୍ୟରେ ପ୍ରଶଂସା କରିଥିଲେ ମଧ୍ୟ ସେ ନବୀନବାବୁଙ୍କ ଠାରୁ କାଣିଚାଏ ମଧ୍ୟ ଶିଖିପାରିନାହାନ୍ତି । ଜଣେ ସେବକ କିଭଳି ନମ୍ର, ଭଦ୍ର, ଶାନ୍ତ ଓ କର୍ମଠ ହେବ, ତାହା ସେ ନବୀନବାବୁଙ୍କ ଠାରୁ ଶିଖନ୍ତୁ । ଓଡ଼ିଶାର ଲୋକମାନେ ଶାନ୍ତିପ୍ରିୟ ଓ ବିଚାରବନ୍ତ । ସେମାନେ କଥା ନୁହେଁ, କାମକୁ ପସନ୍ଦ କରନ୍ତି, ଯାହାକି ନବୀନବାବୁଙ୍କୁ କ୍ରମାଗତ ସଫଳତା ଆଣି ଦେଉଛନ୍ତି ଏବଂ ଏହି ସଫଳତା ଆଗକୁ ଜାରି ରହିବ । ସୁଯୋଗ ମିଳିଲେ ବିଜେପିକୁ ଲୋକମାନେ ତା’ର ସୀମା ଦେଖାଇଦେବେ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top