Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସରକାରୀ ଦଳର ନୂଆଚାଲ: ଆଦିବାସୀ ପରିଷଦ ନାମରେ ଅସନ୍ତୁଷ୍ଟ ଥଇଥାନ ଯୋଜନା!

ଭୁବନେଶ୍ୱର,(ଓଟି): ରାଜ୍ୟର ଆଦିବାସୀ ବହୁଳ ୯ଟି ଜିଲା ପାଇଁ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିବାକୁ ରାଜ୍ୟ କ୍ୟାବିନେଟ‍୍‌ ନିଷ୍ପତ୍ତି ନେଇଛନ୍ତି । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ‍୍‌ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଏହା ଏକ ଐତିହାସିକ ନିଷ୍ପତ୍ତି । ପୂର୍ବରୁ ଇଚ୍ଛାଧୀନ କୋଟାରେ ଏକାଧିକ ପ୍ଳଟ‍୍‌ ଓ ଫ୍ଲାଟ‍୍‌ ନେଇଥିବା ବ୍ୟକ୍ତିଙ୍କଠାରୁ ଏହାକୁ ଫେରାଇ ଆଣିବା ପାଇଁ କ୍ୟାବିନେଟ‍୍‌ ନେଇଥିବା ନିଷ୍ପତ୍ତିକୁ ଦୁଇଜଣ ମନ୍ତ୍ରୀ ଗଣମାଧ୍ୟମ ଆଗରେ ଏହା ଏକ ଐତିହାସିକ ନିଷ୍ପତ୍ତି ବୋଲି ଦର୍ଶାଇଥିଲେ । ସୁତରାଂ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ ନିଷ୍ପତ୍ତି ନବୀନ ସରକାରଙ୍କର ଦ୍ୱିତୀୟ ଐତିହାସିକ ନିଷ୍ପତ୍ତି ବୋଲି ଗ୍ରହଣ କରିବାକୁ ପଡ଼ିବ । ନବୀନ ସରକାରକୁ ୧୭ବର୍ଷ ପୂରି ୧୮ ବର୍ଷ ଚାଲୁଛି । ସରକାରଙ୍କର ଏକ ବିଭାଗ ଅଛି ଯାହାକୁ କୁହାଯାଏ ଆଦିବାସୀ କଲ୍ୟାଣ ବିଭାଗ । ଏବେ ରମେଶ ମାଝୀ ଏହି ବିଭାଗର କ୍ୟାବିନେଟ‍୍‌ ମନ୍ତ୍ରୀ ଅଛନ୍ତି ।
ଆଦିବାସୀ ବହୁଳ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ଆଇନ‍୍‌ ଅନୁସାରେ ସମନ୍ୱିତ ଆଦିବାସୀ ବିକାଶ ପ୍ରାଧିକରଣ ବା ଆଇଟିଡିଏ କାର୍ଯ୍ୟ କରୁଛି । ବରିଷ୍ଠ ଅଧିକାରୀ ଆଇଟିଡିଏ ଦାୟିତ୍ୱ ବୁଝୁଛନ୍ତି । ଅନେକ ଜିଲ୍ଲାରେ ଲୁପ୍ତ ହୋଇ ଯାଉଥିବା ଆଦିମ ଆଦିବାସୀଙ୍କ ପାଇଁ ମାଇକ୍ରୋ ପ୍ରକଳ୍ପ ମଧ୍ୟ ଚାଲୁଛି। ପ୍ରତି ଜିଲାର ଜିଲା ପରିଷଦରେ ଆଦିବାସୀ ପ୍ରତିନିଧିତ୍ୱ ରହିଛି । ଏପରିକି ଅନେକ ଆଦିବାସୀ ବହୁଳ ଜିଲାରେ ଆଦିବାସୀ ମହିଳା କିମ୍ୱା ପୁରୁଷ ଜିଲା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଛନ୍ତି । ସରକାର ଜିଲା ଯୋଜନା ବୋର୍ଡ ଗଠନ କରିଛନ୍ତି । ଶାସକ ଦଳର ବିଧାୟକମାନେ ଏହିସବୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ଏହି ଯୋଜନା ବୋର୍ଡର କାର୍ଯ୍ୟ ଓ ଉଦ୍ଦେଶ୍ୟ ହେଲା ପ୍ରଶାସନିକ ନିଷ୍ପତ୍ତି ରୂପାୟନ ଏବଂ କାର୍ଯ୍ୟକାରୀ କରିବାରେ ବିଶେଷ ଭୂମିକା ଗ୍ରହଣ କରିବେ । ସେମାନଙ୍କ ପରିସରରେ ଆଦିବାସୀ ଅଞ୍ଚଳ ମଧ୍ୟ ଆସୁଛି । ଅର୍ଥାତ୍ ଆଦିବାସୀମାନଙ୍କ ବିକାଶ ଦିଗରେ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କ୍ଷମତା ଜିଲା ଯୋଜନା ବୋର୍ଡର ରହିଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top