Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜ୍ୟ

ସହରାଂଚଳ ବସ୍ତି ଲୋକଙ୍କ ପାଇଁ ଆରମ୍ଭ ହେଲା ପାଇଲଟ୍ ପ୍ରୋଜେକ୍ଟ

ଛତ୍ରପୁର : ସହରାଂଚଳ ବସ୍ତିବାସିନ୍ଦାଙ୍କୁ ବିସ୍ଥାପନ ନକରି ସେମାନଙ୍କୁ ସେହିସ୍ଥାନରେ ଥଇଥାନ ପାଇଁ ଓଡ଼ିଶା ସରକାର ଏକ ମହତ୍ୱକାଂକ୍ଷୀ ପ୍ରକଳ୍ପ ହାତକୁ ନେଇଛନ୍ତି । ବସ୍ତିବାସିନ୍ଦାଙ୍କୁ ଜମିର ଅଧିକାର ଦେବା ନେଇ ଆଇନ୍ ଆଣିବା ପରେ ଆଜି ଏକ ଉଚ୍ଚାକାଂକ୍ଷୀ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ଓଡିଶା ସରକାର । ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁରରେ ପାଇଲଟ୍ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା, ବିଶିଷ୍ଟ ଆର୍କିଟେକ୍ ନର୍ମନ ରର୍ବଟ ଫଷ୍ଟରଙ୍କ ଉପସ୍ଥିତିରେ ଏହି ବିରାଟ ପ୍ରକଳ୍ପ ଆରମ୍ଭ କରାଯାଇଛି । ଗଂଜାମର ୮ଟି ଏନ୍ଏସି ସମେତ ପୁରୀ ଜିଲ୍ଲା କୋଣାର୍କ ଏନଏସି ଅଂଚଳରେ ଝୁମ୍ପୁଡ଼ିରେ ରହୁଥିବା ୨ ହଜାର ହିତାଧିକାରୀଙ୍କୁ ଦିଆଯାଇଛି ଜମି ଅଧିକାର ପ୍ରମାଣପତ୍ର । ବସ୍ତିବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କାର୍ଯ୍ୟକ୍ରମରେ ବର୍ଷକ ମଧ୍ୟରେ ରାଜ୍ୟର ବିଭିନ୍ନ ପୌରାଂଚଳର ୧୦ ଲକ୍ଷ ଲୋକଙ୍କୁ ଜମି ଅଧିକାର ପ୍ରମାଣପତ୍ର ଦିଆଯିବା ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମରେ ସହଯୋଗର ହାତ ବଢାଇଛନ୍ତି ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ରତନ ଟାଟା । ଟାଟା ଟ୍ରଷ୍ଟ ଏହି ବଡ଼ ପ୍ରକଳ୍ପ ପାଇଁ ଯୋଗାଇ ଦେବ ବୈଷୟିକ ସହାୟତା । ସମାବେଶରେ ଯୋଗ ଦେଇ ରତନ ଟାଟା କହିଛନ୍ତି, ଓଡ଼ିଶା ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛି, ତାହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ । ବସ୍ତିବାସିନ୍ଦାଙ୍କୁ ସ୍ୱତନ୍ତ୍ର ଘର ସହ ଅନ୍ୟାନ୍ୟ ଭିତିଭୂମି ପାଇଁ ନର୍ମିନ ଫଷ୍ଟର ଫାଉଣ୍ଡେସନ ଦାୟିତ୍ୱ ନେଇଛି । ବସ୍ତିବାସିନ୍ଦାଙ୍କ ପାଇଁ ଯେଉଁ ସୁଯୋଗ ସୃଷ୍ଟି ହେବାକୁ ଯାଉଛି, ତାହା ବିଶ୍ୱରେ ପ୍ରଥମ ହେବ ବୋଲି କହିଛନ୍ତି ଫାଉଣ୍ଡେସନର ସଭାପତି ଲର୍ଡ ନର୍ମନ ଫଷ୍ଟର । ତେବେ ବାସଉପଯୋଗୀ ଗୃହ ସହ ପରିମଳ ବ୍ୟବସ୍ଥା, ଆଲୋକୀକରଣ, ପାନୀୟ ଜଳ ଓ ସମଗ୍ର ପରିବେଶକୁ ସ୍ୱତନ୍ତ୍ର ରୂପ ଦେବା ପାଇଁ ଯୋଜନା ପ୍ରସ୍ତୁତ ମଧ୍ୟ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top