Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ସିଆଇଆଇ ଓହରିବା ପଛରେ ରହିଛି ଷଡ଼ଯନ୍ତ୍ର : ବିଜେଡି

ଭୁବନେଶ୍ୱର: ନଭେମ୍ବର ୧୧ରୁ ୧୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସହଯୋଗୀ ହେବା ପାଇଁ ଭାରତୀୟ ଶିଳ୍ପ ମହାସଂଘ(ସିଆଇଆଇ) ଅନିଚ୍ଛା ପ୍ରକାଶ କରିବା ପଛରେ ବଡ଼ଧରଣର ଷଡ଼ଯନ୍ତ୍ର ରହିଛି । ସମଗ୍ର ଦେଶରେ ବ୍ୟବସାୟିକ ଓ ଶିଳ୍ପ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ମାଧ୍ୟମରେ ବିକାଶ ପ୍ରକ୍ରିୟାକୁ ଆଗେଇ ନେବାର ଲକ୍ଷ୍ୟ ରଖି କାର୍ଯ୍ୟରେ ବିଶ୍ୱାସ କରୁଥିବା ‘ସିଆଇଆଇ’ ଅପ୍ରତ୍ୟାଶିତ ଭାବେ ଓଡ଼ିଶା ପ୍ରତି ଏଭଳି ନକରାତ୍ମକ ଆଭିମୁଖ୍ୟ ପୋଷଣ କରିବାକୁ ବିଜେଡି ରାଜ୍ୟ ସଂପାଦକ ବିଜୟ ନାୟକ ତୀବ୍ର ନିନ୍ଦା କରିଛନ୍ତି ।
ଶ୍ରୀ ନାୟକ କହିଛନ୍ତି ଯେ ସିଆଇଆଇ ପୂର୍ବାଞ୍ଚଳ ଜୋନ୍ ସଭାପତି ଭାବେ ଓର୍‍ଟେଲ୍ ପରିଚାଳନା ନିର୍ଦ୍ଦେଶିକା ଜାଗିମଙ୍ଗତ୍ ପଣ୍ଡା ଦାୟିତ୍ୱ ନେବା ପରେ ସିଆଇଆଇର ଓଡ଼ିଶା ପ୍ରତି ଆଭିମୁଖ୍ୟରେ ଏକ ନକରାତ୍ମକ ପରିବର୍ତ୍ତନ ଆସିଛି । ଓଡ଼ିଶାର ସ୍ୱାର୍ଥ, ଓଡ଼ିଶାବାସୀଙ୍କ ବିକାଶ ଓ ଆଶୀର୍ବାଦର ଲୋକଦେଖାଣିଆ କଥା କହୁଥିବା ଶ୍ରୀମତୀ ପଣ୍ଡାଙ୍କ ସ୍ୱାମୀ ସାଂସଦ ବୈଜୟନ୍ତ ପଣ୍ଡା ଏବେ କେନ୍ଦ୍ର ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ ଭାବେ ନିଯୁକ୍ତି ପାଇଛନ୍ତି । କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରର କିଛି ଓଡ଼ିଶା ବିରୋଧୀ ନେତାଙ୍କ ସହଯୋଗରେ ସାଂସଦ ଶ୍ରୀ ପଣ୍ଡା ଓ ତାଙ୍କ ପତ୍ନୀ ଓଡ଼ିଶା ବିରୋଧରେ ଏଭଳି କୁଚକ୍ରାନ୍ତ କରିବାରେ ସକ୍ଷମ ହୋଇଛନ୍ତି । ସାଂସଦ ଶ୍ରୀ ପଣ୍ଡା ଭୁଲିଯିବା ଅନୁଚିତ୍ ଯେ, ବିଜେଡି ସରକାର କ୍ଷମତାକୁ ଆସିବା ପରେ ହିଁ ଓଡ଼ିଶାରେ ଶିଳ୍ପ ନିମନ୍ତେ ଅନୁକୂଳ ପରିବେଶ ପ୍ରସ୍ତୁତ ହୋଇଛି, ଯାହାର ଫାଇଦା ମଧ୍ୟ ସାଂସଦ ଶ୍ରୀ ପଣ୍ଡାଙ୍କ ପରିବାରର ବ୍ୟବସାୟିକ ସଂସ୍ଥା ନେଇଛି । ଏବେ ସେହି ପଣ୍ଡା ଦମ୍ପତି ଓଡ଼ିଶାର ବିକାଶ ପାଇଁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିବନ୍ଧକ ସାଜି ଓ କୁଚକ୍ରାନ୍ତ କରି ନିଜର ଓଡ଼ିଶା ବିରୋଧୀ ଆଭିମୁଖ୍ୟକୁ ପରୋକ୍ଷରେ ପ୍ରମାଣିତ କରାଇଛନ୍ତି । କେନ୍ଦ୍ର ସରକାର ଓ ପଣ୍ଡା ଦମ୍ପତିଙ୍କ ଏହି ଓଡ଼ିଶା ବିରୋଧୀ କୁଚକ୍ରାନ୍ତକୁ ବୁଝିବା ପରେ ଏବେ ସିଆଇଆଇରୁ ଅନେକ ଶିଳ୍ପଦ୍ୟୋଗୀଙ୍କ ଇସ୍ତଫାର ସୁଅ ଛୁଟିବାରେ ଲାଗିଛି ।
ରାଜ୍ୟରେ ପୁଞ୍ଜିନିବେଶ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ୨୦୧୬ ମସିହାରୁ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମ ଆୟୋଜନ ହୋଇଆସୁଛି । ୨୦୧୬ ମସିହାରେ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କର ଏକ ପ୍ରମୁଖ ସହଯୋଗୀ ଭାରତୀୟ ଶିଳ୍ପ ମହାସଂଘ ସାମିଲ ହୋଇଥିଲା । ସିଆଇଆଇ ଭଳି ସଂସ୍ଥାରେ ରାଜ୍ୟର ପ୍ରମୁଖ ବ୍ୟବସାୟିକ ଓ ଶିଳ୍ପ ସଂସ୍ଥାମାନେ ସଦସ୍ୟ ରହିଥିବାରୁ ଓଡ଼ିଶା ସରକାର ସମସ୍ତଙ୍କ ସହଯୋଗରେ ଓଡ଼ିଶାରେ ବ୍ୟବସାୟିକ ଓ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି ଦିଗରେ ଗୁରୁତ୍ୱ ଦେଉଛନ୍ତି । ଏହି ‘ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣ ୨୦୧୮ ନଭେମ୍ବର ୧୧ରେ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷ ନଭେମ୍ବର ୧୬ତାରିଖରେ ଘୋଷଣା କରିଥିଲେ । ସିଆଇଆଇ ମଧ୍ୟ ସେତେବେଳେ ଏହି କାର୍ଯ୍ୟକ୍ରମର ତାରିଖକୁ ନେଇ ଆପତ୍ତି ଉଠାଇ ନଥିଲା । କିନ୍ତୁ ଏପ୍ରିଲ ୪ତାରିଖରେ ରାଜ୍ୟ ଶିଳ୍ପ ସଚିବଙ୍କୁ ଚିଠି ଲେଖି ଅନ୍ୟ କାର୍ଯ୍ୟ ଥିବାରୁ ‘ମେକ୍ ଇନ୍ ଓଡ଼ିଶା’ କାର୍ଯ୍ୟକ୍ରମରେ ସହଯୋଗୀ ହୋଇପାରିବ ନାହିଁ ସିଆଇଆଇ ପକ୍ଷରୁ କୁହାଯାଇଛି । ସିଆଇଆଇର ଏଭଳି ପଦକ୍ଷେପ ରାଜ୍ୟସ୍ୱାର୍ଥ ବିରୋଧୀ ବୋଲି ଶ୍ରୀ ନାୟକ ଏକ ପ୍ରେସ୍‍ ବିବୃତିରେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top