ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ମେ’ ୧ ତାରିଖରୁ ୬ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମେ’ ୧ ତାରିଖ ଅପରାହ୍ନରେ ନୂଆଦିଲ୍ଲୀ ଗସ୍ତରେ ଯାଇ ୬ତାରିଖ ମଧ୍ୟାହ୍ନରେ ଭୁବନେଶ୍ୱର ଫେରିବେ । ନୂଆଦିଲ୍ଲୀ ରହଣୀ କାଳରେ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ତେବେ ରାଷ୍ଟ୍ରପତି ଭବନରେ ମେ’ ୧ ତାରିଖରେ ହେବାକୁ ଥିବା ‘ଗ୍ରାମସ୍ୱରାଜ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିବେ ।


