ଭୁବନେଶ୍ୱର : ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରୁ ବାଦ୍ ଦିଆଯାଇଛି । ଲୋକସଭାରେ ବିଜେଡିର ନେତା ଭର୍ତ୍ତୃହରି ମହତାବଙ୍କ ଦ୍ୱାରା ଲିଖିତ ଭାବେ ବାଚସ୍ପତି ସୁମିତ୍ରା ମହାଜନ ଏହି ନିଷ୍ପତ୍ତି ନେଇଛନ୍ତି । ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସାଂସଦ ଶ୍ରୀ ପଣ୍ଡାଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରୁ ବାଦ୍ ଦିଆଯାଇ ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟିରେ ସାମିଲ କରାଯାଇଛି । ସେହିପରି ଶିଳ୍ପ ମନ୍ତ୍ରଣାଳୟର ଷ୍ଟାଣ୍ଡିଂ କମିଟି ସଦସ୍ୟ ଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରେ ବିଜେଡି ପ୍ରତିନିଧି ଭାବେ ସାମିଲ କରାଯାଇଛି ।


