ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତର ପଦକ ଆଶା ବଢାଇଲେ କମଲପ୍ରୀତ କୌର। ଡିସ୍କସ୍ ଥ୍ରୋ ଯୋଗ୍ୟତା ଗ୍ରୁପ୍ ବିରେ କମାଲ କରିଛନ୍ତି କମଲପ୍ରୀତ କୌର । ଜବରଦସ୍ତ ପ୍ରଦର୍ଶନ ସହିତ ଫାଇନାଲକୁ ଏଣ୍ଟ୍ରି କରିଛନ୍ତି କମଲ । ପ୍ରଥମ ପ୍ରୟାସରେ ସେ ୬୦.୨୯ ମିଟର ଫିଙ୍ଗିଥିବାବେଳେ ଦ୍ୱିତୀୟ ପ୍ରୟାସରେ ୬୩.୯୭ ଥ୍ରୋ କରିଥିଲେ । ଫଳରେ ଭାରତକୁ ଆଉ ଏକ ପଦକ ଆଶା ସୁନିଶ୍ଚିତ ହୋଇଛି ।
ସେପଟେ ସୀମା ପୁନିଆ ନିରାଶ କରିଛନ୍ତି । ଫଳରେ ଆଥଲେଟିକ୍ସରେ ଭାରତର ପଦକ ନିରାଶା ରହିଯାଇଛି । ଏହାପୂର୍ବରୁ ତୀରନ୍ଦାଜ ଅତାନୁ ଦାସ ଏବଂ ବକ୍ସର ଅମିତ ପଙ୍ଗଲ ପରାସ୍ତ ହୋଇ ନିରାଶ କରିଥିଲେ । ମହିଳା ଡିସ୍କସ୍ ଥ୍ରୋର ଫାଇନାଲ ଅଗଷ୍ଟ ୨ରେ ଅନୁଷ୍ଠିତ ହେବ । ଗ୍ରୁପ୍ ବିରେ କମଲପ୍ରୀତ କୌର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଆମେରିକାର ଭାଲାରି ଆଲମାନ ୬୬.୪୨ ମିଟର ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ହାପି ବର୍ଥଡେ କୋହଲି; ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି
ହାପି ବର୍ଥଡେ କିଙ୍ଗ୍ କୋହଲି । ୩୬ ବର୍ଷରେ ପାଦ ଦେଲେ ବିରାଟ କୋହଲି । କ୍ରିକେଟ ଜଗତର ସେ କିଙ୍ଗ । ୧୯୮୮ ନଭେମ୍ୱର ୮ରେ...