Breaking News
ବିଲ୍ ପାସ୍ : ୩.୪୫ଲକ୍ଷ ହେବ ବିଧାୟକଙ୍କ ଦରମା ଓ ଭତ୍ତା, ପ୍ରତି ୫ବର୍ଷରେ ବଢ଼ିବଓଡ଼ିଶା ବିଧାନସଭାର ଇତିହାସରେ ପ୍ରଥମଥର ପାଇଁ ବିଧାୟକମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସମ୍ବୋଧନ କରିବେ (ଲାଇଭ୍ ପ୍ରସାରଣ ଦେଖନ୍ତୁ )ବିଧାନସଭା ଶୀତ ଅଧିବେଶନ ଆରମ୍ଭ: ଶେଷ ପ୍ରସ୍ତାବ ପରେ ଗୃହ ମୁଲତବୀ, ଅପରାହ୍ନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକ୍ୟାବିନେଟ୍ ନିଷ୍ପତ୍ତି: ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ବାଟ ଫିଟିଲା, ଭୂମିହୀନଙ୍କ ପରିଭାଷା ବଦଳିଲାଆୟୁଷ୍ମାନ-ଗୋପବନ୍ଧୁ ଜନଆରୋଗ୍ୟରେ କ୍ୟାସଲେସ୍ ଚିକିତ୍ସା: ୨୭ହଜାର କୋଟି ଟଙ୍କାର ବ୍ୟୟବରାଦକୁ କ୍ୟାବିନେଟ୍ ମଞ୍ଜୁରୀ୨୧ରେ ଓଡ଼ିଶା ଆସିବେ ଅମିତ୍ ଶାହ: କରିବେ ସଂଗଠନ ଓ ସରକାରଙ୍କ କାର୍ଯ୍ୟର ସମୀକ୍ଷାଅନିଶ୍ଚିତତାରେ ଭୁବନେଶ୍ୱର ମେଟ୍ରୋ ଟ୍ରେନ ପ୍ରକଳ୍ପ: ପୁଣି ବଦଳିବ ଡିପିଆର,  ସରକାର ଗଢ଼ିଲେ କମିଟି୩୦ରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ, ୩୧ଯାଏଁ ଚାଲିବ ଆବାସ ସର୍ଭେରାଜା ଚକ୍ର ଗିରଫ, କ୍ରାଇମବ୍ରାଂଚ ଦେଲା କଳାଚିଠାର ଲମ୍ବା ତାଲିକାଏପ୍ରିଲ ପହିଲାରୁ ଆୟୁଷ୍ମାନ ଭାରତ-ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ୨୭ରେ ଶକ୍ତି ପ୍ରଦର୍ଶନ କରିବ କଂଗ୍ରେସ: ବିଧାନସଭା ଘେରାଉ୮୫ହଜାର ଅଯୋଗ୍ୟ ହିତାଧିକାରୀଙ୍କ ରାସନ ବନ୍ଦବିବାହ କଲେ ଓଡ଼ିଶାର ଦୁଇ ପୂର୍ବତନ ସାଂସଦବାଚସ୍ପତିଙ୍କ ସହ ଆଲୋଚନା ପରେ ଧାରଣାରୁ ଓହରିଲେ ସାମ୍ବାଦିକବିଧାନସଭାରେ ଶାସକ-ବିରୋଧୀ ବିଧାୟକ ଧସ୍ତାଧସ୍ତି: ତାରା ବାହିନୀପତି ନିଲମ୍ବିତ
ରାଜନୀତି

ଦାମ ଗଢ଼ିଲେ ‘ବିଜୁ ସମତା କ୍ରାନ୍ତି ଦଳ’,ସଭାପତି ହେଲେ ବ୍ରଜ ତ୍ରିପାଠୀ

ଭୁବନେଶ୍ୱର(ଓଡବ୍ଲ୍ୟୁ):ବିଜେଡିରୁ ବହିଷ୍କୃତ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଆଜି ‘ବିଜୁ ସମତା କ୍ରାନ୍ତି ଦଳ’ ନାଁରେ ଏକ ନୂଆ ଆଂଚଳିକ ଦଳ ଗଠନ କରିଥିବା ନେଇ ସୂଚନା ଦେଇଛନ୍ତି।ଏହି ଦଳର ସେ ପ୍ରଚାର କମିଟି ଅଧ୍ୟକ୍ଷ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏହାର ଅଧ୍ୟକ୍ଷ ରହିବେ ବୋଲି କହିଛନ୍ତି।
ରାଜଧାନୀର ଏକ ତାରକା ହୋଟେଲରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତର ରାଉତ କହିଛନ୍ତି ଯେ ପୂର୍ବରୁ ଥିବା ସମତା କ୍ରାନ୍ତି ଦଳର ତାଙ୍କର ଏହି ନୂଆ ଦଳରେ ବିଲୟ ହୋଇଛି।ଖୁବଶୀଘ୍ର ଆଉ ଦୁଇଟି ଦଳ ଯଥା ଓଡ଼ିଶା ପ୍ରଗତି ଦଳ ଓ ପବ୍ଲିକ ପଲିଟିକାଲ ପାର୍ଟିର ଓଡ଼ିଶା ଶାଖାର ମଧ୍ୟ ଏହି ନୂଆ ଦଳରେ ବିଲୟ ହେବ।ସମତା କ୍ରାନ୍ତି ଦଳ ପୂର୍ବରୁ ରହିଛି ଓ ଏହାର ନିର୍ବାଚନୀ ଇସ୍ତାହାରକୁ ତାଙ୍କ ନେତୃତ୍ୱରେ ଗଠନ ହୋଇଥିବା ନୂଆ ଦଳ ‘ବିଜୁ ସମତା କ୍ରାନ୍ତି ଦଳ’ ମଧ୍ୟ ସ୍ୱୀକାର କରିବ।ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା ସହ ରାଜ୍ୟବାସୀଙ୍କୁ ସ୍ୱଚ୍ଛ,ଦୁର୍ନୀତିମୁକ୍ତ ଓ ଶାନ୍ତିପୂର୍ଣ୍ଣ ଶାସନ ଦେବା ପାଇଁ ନବୀନ ପଟ୍ଟନାୟକ ନେତୃତ୍ୱାଧୀନ ବିଜେଡି ସରକାର ବିରୁଦ୍ଧରେ ଏହି ଦଳ କାର୍ଯ୍ୟ କରିବ।ସମଭାବାପନ୍ନ ନେତାମାନଙ୍କୁ ନେଇ ଏହି ଆଂଚଳିକ ଦଳ ଗଠନ କରାଯିବ । ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଏହି ଦଳ ପାଥେୟ କରି ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବ।ରାଜ୍ୟର ଖଣି ଲୁଟଠୁ ଆରମ୍ଭ କରି ମହିଳା ସୁରକ୍ଷା,ଚାଷୀ ଆତ୍ମହତ୍ୟା, ନାବାଳିକା ଦୁଷ୍କର୍ମ ଆଦି ସହ ଦୁର୍ନୀତି ବିରୁଦ୍ଧରେ ନୂଆ ଦଳ ସଂଗ୍ରାମ ଜାରି ରଖିବ।ତାଙ୍କ ଦ୍ୱାରା ଗଠିତ ନୂଆ ଦଳରେ ପୂର୍ବତନ ପୁଲିସ ଡିଜି ତଥା ଆଇପିଏସ ପ୍ରକାଶ ମିଶ୍ର ଓ ତାଙ୍କ ଭାଇ ଅବସରପ୍ରାପ୍ତ ଆଇଏଏସ ପ୍ରସନ୍ନ ମିଶ୍ର ମଧ୍ୟ ସାମିଲ ହେବେ ବୋଲି ଡାକ୍ତର ରାଉତ ଘୋଷଣା କରିଛନ୍ତି । ବିଜେଡିରୁ ଇସ୍ତଫା ଦେଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ଆଲୋଚନା ହୋଇଛି ଓ ଦଳରେ ସାମିଲ ହେବା ପାଇଁ ସେ ଅଧିକ କିଛି ସମୟ ଲୋଡ଼ିଛନ୍ତି ବୋଲି ଡାକ୍ତର ରାଉତ କହିଛନ୍ତି ।

ସେହିପରି ସମତା କ୍ରାନ୍ତି ଦଳର ସଭାପତି ବ୍ରଜ କିଶୋର ତ୍ର୍ରିପାଠୀ ଓ ସମତାକ୍ରାନ୍ତି ଦଳର ମହାସଚିବ ଯଜେ୍ଞଶ୍ୱର ବାବୁ ଏହି ଅବସରରେ କହିଥିଲେ ଯେ, ଡାକ୍ତର ରାଉତଙ୍କ ନେତୃତ୍ୱରେ ବିଜୁ ସମତାକ୍ରାନ୍ତି ଦଳ କାର୍ଯ୍ୟ କରିବ।ଏଥିପାଇଁ ସମତାକ୍ରାନ୍ତି ଦଳର ବୈଠକ ବସି ଡାକ୍ତର ରାଉତଙ୍କ ନେତୃତ୍ୱରେ କାର୍ଯ୍ୟ କରିବା ପାଇଁ ସହମତି ହୋଇଛି।ଡାକ୍ତର ରାଉତ ଏବେ ଏହି ନୂଆ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ରହିବେ । ନିର୍ବାଚନ କମିଶନଙ୍କ ନିକଟରେ ନୂଆ ଦଳ ଗଠନକୁ ନେଇ ଆବେଦନ ହୋଇଛି।ସେଠାରୁ ପଞ୍ଜିକରଣ ଅନୁମତି ମିଳିବା ପରେ ଦଳ ତା’ର ପରବର୍ତୀ କାର୍ଯ୍ୟପନ୍ଥା ଘୋଷଣା କରିବ । ଦଳ ଏବେ ରାଜ୍ୟର ସମସ୍ତ ଭାଗରେ ନିଜର ସଂଗଠନକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦେଉଛି ।ନବୀନ ପଟ୍ଟନାୟକ ସରକାରର ବିଭିନ୍ନ ଦୁର୍ନୀତିକୁ ଏହି ଦୁଇ ନେତା ଭର୍ତ୍ସନା କରିବା ସହ ଆଗାମୀ ଦିନରେ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ବହୁତ ନେତା ନୂଆ ଦଳରେ ସାମିଲ ହେବେ ବୋଲି କହିଥିଲେ । ଏହି ଦଳ ଆଗାମୀ ନିର୍ବାଚନରେ ସମସ୍ତ ଆସନରେ ନିଜର ପ୍ରାର୍ଥୀ ଦେବ । ଡିସେମ୍ବର ଶେଷ ସୁଦ୍ଧା ଦଳ ଏକ ବ୍ୟାପକ ରୂପ ନେବ । ପୂର୍ବତନ ରାଷ୍ଟ୍ରପତି ଭି.ଭି.ଗିରିଙ୍କ ନାତି ଭିଭି ଅମରନାଥ ଗିରି ମଧ୍ୟ ଏହି ନୂଆ ଦଳରେ ସାମିଲ ହେବାକୁ ସମ୍ମତି ଦେଇ ନିଜର ଜଣେ ପ୍ରତିନିଧିଙ୍କୁ ପଠାଇଥିବା ଯଜେ୍ଞଶ୍ୱର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Most Popular

To Top