ନୂଆଦିଲ୍ଲୀ: ସପ୍ତାହକ ପରେ ଆରମ୍ଭ ହେବା ଆଇପିଏଲ୍-୧୪। ତେବେ ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିଛି ଜୋରଦାର ଝଟ୍କା। ଘାରିଛି କରୋନା ସଙ୍କଟ। ଦଳର ଷ୍ଟାର ଅଲ୍ରାଉଣ୍ଡର ଅକ୍ଷର ପଟେଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ଡିସି କ୍ୟାମ୍ପରୁ ସୂଚନା ମିଳିଛି।
କରୋନା ପଜିଟିଭ ଚିହ୍ନଟ ହେବା ପରେ ଅକ୍ଷର ପଟେଲ ଏବେ ଆଇସୋଲେସନରେ ଅଛନ୍ତି। ସେ କରୋନାର ସବୁ ନିମୟ ପାଳନ କରିବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କ ଚିକିତ୍ସା ଚାଲିଛି। ଏହାପୂର୍ବରୁ କୋଲକାତା ନାଇଟ୍ ରାଇଡର୍ର ବ୍ୟାଟ୍ସ ମ୍ୟାନ୍ ନୀତିଶ ରାଣା କରୋନାରେ ଆକ୍ରାନ୍ତ ହୋଇଥିଲେ।


